ରାଜ୍ୟ

ନୂତନ ପ୍ରଜାତିର ଉଭୟଚର ଆମ୍ଫିପାଡ୍‌ ଚିହ୍ନଟ

ଗୋପାଳପୁର,୧୫/୦୮: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ନିକଟସ୍ଥ ରମ୍ଭା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ଜୀବ ଆମ୍ଫିପାଡ୍ ଚିହ୍ନଟ ହୋଇଛି । ଏହି ଜୀବକୁ ୨୦୨୩ରେ ପାଇବା ପରେ ବିଭାଗକୁ ଆଣି ବିଭାଗର ଡ. ଶେଷଦେବ ପାତ୍ର, ଗବେଷିକା ଗୀତାଞ୍ଜଳି ଭୋଇ, ପିଜି ଛାତ୍ର ଆର. କିରଣ କୁମାର ପରୀକ୍ଷାଗାରରେ ପରୀକ୍ଷା ନିରୀକ୍ଷା କରିଥିଲେ ।

ଏହି ଜୀବ ଦେଖିବାକୁ ଚିଙ୍ଗୁଡ଼ି ଭଳି । ଏହାର ରଙ୍ଗ ଫିକା, ହଳଦିଆ, ୧୩ ଯୋଡ଼ା ଗୋଡ଼, ଆଗର ୨ଟି ଗୋଡ଼ ଶିକାର କରିବା ସହ କୌଣସି ଖାଦ୍ୟ ସାମଗ୍ରୀ ଗୁଳ୍ମକୁ ଖାଦ୍ୟ ଭାବେ ବ୍ୟବହାର କରିଥାନ୍ତି । ଏମାନେ ବିଷାକ୍ତ ନଥିବାରୁ ମାଛ ଓ ପକ୍ଷୀ ଖାଇଥାନ୍ତି । ଏମାନଙ୍କ ଶରୀରର ଖୋଳପା ଗୁଡିକ ସ୍ତରସ୍ତର ହୋଇ ରହିଥାଏ । ଗୋଡ଼ରେ ସରୁ ଓ ଛୋଟ କଣ୍ଟା ଭଳି ମୁନିଆ ରହିଥାଏ । ଏହାର ୨ଟି ନିଶ ଏଣ୍ଟିନା ଭଳି ରହିଥାଏ । ଏହାର ଲମ୍ବ ୧୩ ମିଲି ମିଟର । ଏହି ଜୀବମାନେ ସ୍ଥଳ ଓ ଜଳ ଉଭୟଚର ବସବାସ କରନ୍ତି । ଏହି ଜୀବଟି କମ୍ ଲୁଣି ପାଣି ବିଶିଷ୍ଟ ସନ୍ତସନ୍ତିଆ ଜାଗାରେ ରୁହନ୍ତି । ଏହି ଜୀବଗୁଡିକ ପୃଥିବୀରେ ୨୫ ପ୍ରକାର ରହିଛନ୍ତି ।

ଏହାର ନାମ କରଣ ଓଡ଼ିଶାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଲୋକପ୍ରିୟତା ରହିଥିବାରୁ ଫ୍ଲାରସର ଚେଷ୍ଟିୟା ଓଡ଼ିଶୀ ବୋଲି ନାମକରଣ ରଖାଯାଇଛି। ଏହି ଜୀବର ସବୁ ତଥ୍ୟ ଆଇଲାଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ବିଶେଷଜ୍ଞ ଆଲାନ ମାୟର୍ସଙ୍କୁ ନୂତନ ପ୍ରଜାତିର ଜୀବ ଭାବି ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥିଲା । ମାୟର୍ସ ମଧ୍ୟ ବିଭିନ୍ନ ପରୀକ୍ଷାନିରୀକ୍ଷା କରି ଏହି ଜୀବ ନୂତନ ପ୍ରଜାତିର ହୋଇଥିବାରୁ ସମ୍ପୂର୍ଣ୍ଣ ତଥ୍ୟକୁ ନ୍ୟୁଜଲାଣ୍ଡ ସ୍ଥିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଜର୍ନାଲ୍ ଜୁ ଟାକ୍ସାକୁ ପ୍ରଦାନ କରାଯାଇଥିଲା । ଆଜି ନୂତନ ପ୍ରଜାତିର ଜୀବ ଭାବେ ଜର୍ନାଲ ଜୁ ଟାକ୍ସାରେ ପ୍ରକାଶିତ ହୋଇଥିବା ଏହି ଜୀବ ଉପରେ ଅଧିକ ଗବେଷଣା କରାଯାଉଥିବା ଏବଂ ଚଳିତ ବର୍ଷ ବିଭାଗ ୫ଟି ନୂତନ ପ୍ରଜାତିର ଜୀବ ଚିହ୍ନଟ ହୋଇଥିବା ବିଭାଗର ସହକାରୀ ପ୍ରଧ୍ୟାପକ ଶେଷଦେବ ପାତ୍ର ସୂଚନା ଦେଇଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button