ସ୍ୱାସ୍ଥ୍ୟ

ଏମପକ୍ସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଲର୍ଟ

 ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏମପକ୍ସକୁ ନେଇ ଜାରି କଲା ଆଲର୍ଟ । ଏମପକ୍ସକୁ ଏକ ବିଶ୍ବସ୍ତରୀୟ ସାଧାରଣ ସ୍ବାସ୍ଥ୍ୟ ଏମର୍ଜେନସି ଘୋଷଣା କରିଛି ସଂଗଠନ। ଗତ ୨ ବର୍ଷ ମଧ୍ଯରେ ଦ୍ବିତୀୟ ଥର ଲାଗି ଏମପକ୍ସକୁ ନେଇ ସଂଗଠନ ଏହି ଘୋଷଣା କରିଛି। ଡେମୋକ୍ରାଟିକ ରିପବ୍ଲିକ କଙ୍ଗୋ ଓ ପଡୋଶୀ ରାଷ୍ଟ୍ରରେ ଏହି ଭାଇରସ ବ୍ଯାପୁଥିବା ସୂଚନା ମିଳିବା ପରେ ଉଦବେଗ ପ୍ରକାଶ କରିଛି ସଂଗଠନ।

ତେବେ ଏମପକ୍ସ ସାଧାରଣତଃ ପାରସ୍ପରିକ ସଂସ୍ପର୍ଶ ଜରିଆରେ ବ୍ଯାପିଥାଏ । ରୋଗୀକୁ ମୃତ୍ଯୁମୁଖରେ ପକାଏ। ସଂକ୍ରମିତ ବ୍ଯକ୍ତିଙ୍କ କ୍ଷେତ୍ରରେ ଫ୍ଲୁ ଧରଣର ଲକ୍ଷଣ ପ୍ରକାଶ ପାଇଥାଏ । ଏଥିସହ ଶରୀର ଭିତରରେ କ୍ଷତ ମଧ୍ୟ ସୃଷ୍ଟି କରିଥାଏ। କଙ୍ଗୋରେ ଏବି ଷ୍ଟ୍ରେନକୁ କ୍ଲେଡ-୧ କୁହାଯାଇଥାଏ। ମାତ୍ର ବର୍ତ୍ତମାନ ନୂଆ କ୍ଲେଡ-୧ବି ଷ୍ଟ୍ରେନ ଅତିସହଜରେ ସଂକ୍ରମିତ ହେଉଥିବା ଜଣାଯାଇଛି। ବୁରୁଣ୍ଡି, କେନିଆ, ରାୱାଣ୍ଡା, ଉଗାଣ୍ଡା ଆଦି ଦେଶରେ ଏହା ପ୍ରସାରିତ ହେଉଥିବା ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button