ରାଜ୍ୟ

ପଶ୍ଚିମବଙ୍ଗରେ ବାଂଲାଦେଶ ଭଳି ସ୍ଥିତି: ଆରଜି କର ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା, ଭିଡିଓ ହେଲା ଭାଇରାଲ

 କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ବଢିଛି ଉତ୍ତେଜନ। ବୁଧବାର ବିଳମ୍ବିତ ରାତିରେ କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ଜୋରଦାର ହଙ୍ଗାମା। ଉତ୍ୟକ୍ତ ଲୋକେ ହସ୍ପିଟାଲ ଭିତରେ ପ୍ରବେଶ କରିବ କରିଛନ୍ତି ବ୍ୟାପକ ଭଙ୍ଗାରୁଜା।ଏହି ସମୟର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି।

ଏହି ଭିଡିଓ ଦେଖି ଲାଗିବ ପଡୋଶୀ ଦେଶ ବାଂଲାଦେଶରେ ଘଟିଥିବା ହିଂସାକାଣ୍ଡ ଭଳି ସମାନ।

ପୋଲିସର କହିବା ଅନୁସାରେ, ପ୍ରାୟ ୪୦ ରୁ ଅଧିକ ଲୋକ ଏକାଠି ହୋଇ ବିକ୍ଷୋଭ କରିବା ସହ ହସ୍ପିଟାଲ ପରିସରରେ ପଶିଥିଲେ। ଏହାପରେ ସମ୍ପତ୍ତିକୁ କ୍ଷତି କରିଥିଲେ ଓ ପୋଲିସକୁ ପଥର ମାଡ଼ କରିଥିଲେ। ପୋଲିସ ଉତ୍ୟକ୍ତ ଲୋକଙ୍କୁ କାବୁ କରିବା ପାଇଁ ଲୁହ ବୁହା ଗ୍ୟାସ୍ ମାଡ କରିଥିଲା। ଏହି ଘଟଣା ପରେ ପୋଲିସ ବାହନ ଓ ଘଟଣାସ୍ଥଳରେ ଥିବା କିଛି ଦୁଇ ଚକିଆ ଗାଡି କ୍ଷତିଗ୍ରସ୍ତ ହୋଇଛି। ଜଣେ ଅଧିକାରୀଙ୍କ କହିବା ଅନୁସାରେ, କିଛି ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button