IBN ଓଡ଼ିଶା ବ୍ୟୁରୋ

ଇତିହାସ ରଚିଲା ଇସ୍ରୋ ; ଆର୍ଥ ଅବଜରଭର ସାଟେଲାଇଟ୍ ୦୮ର ସଫଳ ଉତକ୍ଷେପଣ , ପୃଥିବୀର ପ୍ରତିଟି ସ୍ପନ୍ଦନକୁ ଶୁଣିବ ଭାରତ

ଇତିହାସ ରଚିଲା ଇସ୍ରୋ । ଶ୍ରୀହରିକୋଟା ସ୍ପେସ୍ ରିସର୍ଚ୍ଚ ସେଣ୍ଟରରୁ ସଫଳ ଉତକ୍ଷପଣ ହୋଇଛି ଆର୍ଥ ଅବଜରଭେସନ୍ ସାଟେଲାଇଟ୍-୮ । ଯାହା ପୃଥିବୀ ଚାରିପଟେ ଘୁରି କ୍ରମାଗତ ଭାବେ ପାଣିପାଗ ସମ୍ପର୍କିତ ତଥ୍ୟ ପ୍ରଦାନ କରିବ ।

ଏହା ଇାସ୍ରୋର ଆଉ ଏକ ମାଇଲଖୁଣ୍ଟ । ଇସ୍ରୋର ଏହି ପଦକ୍ଷେପ ଦ୍ୱାରା ଭାରତ ଏବେ ପୃଥିବୀର ପ୍ରତିଟି ସ୍ପନ୍ଦନକୁ ଶୁଣିପାରିବ ।

ଯଦି ଇସ୍ରୋର ଏହି ଅଭିଯାନ ସଫଳ ହୁଏ, ତେବେ ବିପର୍ୟ୍ୟୟ ସମ୍ପର୍କରେ ଭାରତକୁ ଠିକ୍ ସମୟରେ ସୂଚନା ମିଳିବ। କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ଅର୍ଥାତ୍ ଲଞ୍ଚ ଭେଇକିଲ୍ -୩ ଲଞ୍ଚର ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯାଇଛି।

ମହାକାଶ ଗବେଷଣା କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ :

ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-୦୮ର ସଫଳ ଉତକ୍ଷେପଣ
ଭୂ-ପୃଷ୍ଠରୁ ୪୭୫ କି.ମି ଉପରେ ପୃଥିବୀ ଚାରିପଟେ ମାରିବ ଚକ୍କର
ପରିବେଶକୁ ନେଇ ଅନୁଧ୍ୟାନ କରିବ ଆର୍ଥ ଅବଜରଭେସନ୍ ସାଟେଲାଇଟ୍
୧୭୫.୫ କେଜି ଓଜନ ବିଶିଷ୍ଟ ସାଟେଲାଇଟରେ ରହିଛି ତିନୋଟି ପେଲୋଡ୍
ଗ୍ଲୋବାଲ ନାବିଗେସନ୍ ସାଟେଲାଇଟ୍ ସିଷ୍ଟମ୍
ଶ୍ରୀହରିକୋଟା ଶତୀଶ ଧଓ୍ୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ
ଏସଏସଏଲଭି-ଡିଥ୍ରୀ ରକେଟ ଜରିଆରେ ମହାକାଶକୁ ଗଲା ସାଟେଲାଇଟ୍
ଆଉ ଏକ ସାଟେଲାଇଟ୍ SR-0 DEMOSATର ଉତକ୍ଷେପଣ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button