IBN ଓଡ଼ିଶା ବ୍ୟୁରୋ

୩୦ ବର୍ଷ ବୟସ ମହିଳାଙ୍କ ପାଇଁ ହୋଇ ଥାଏ ବହୁତ ଖାସ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ!

କୁହା ଯାଏ ଯେ ବୟସ ଗୋଟେ ସୀମା ପାରି କଲା ପରେ ମଣିଷ ଭାବନା ଏବଂ ବ୍ୟବହାର ରେ ମ୍ୟାଚୁରୀଟି ଆସି ଯାଇଥାଏ । ସେମିତି ମହିଳା ଓ ଝିଅଙ୍କୁ ନିଜ ବୟସ ଲୁଚେଇବା ବା କହିବା ବିଷୟ ବହୁତ ମହତ୍ଵପୂର୍ଣ ହୋଇ ଥାଏ । ଏମିତି ସମୟରେ ଯେତେବେଳେ ମହିଳା ନିଜ ବୟସ ତିରିଶ ବର୍ଷ ପୂର୍ଣ କରି ଦିଅନ୍ତି, ତେବେ ତାଙ୍କ ଜୀବନ ବହୁତ ବଦଳି ଯାଏ । ତେବେ କଣ ପରିବର୍ତ୍ତନ ଆସେ ଆସନ୍ତୁ ଜାଣିବା । ଏହି ସମୟରେ ସେ ଅଧିକ ସୁନ୍ଦର ହୋଇ ଯାନ୍ତି, ଏହା ଛଡା ବୁଝିବା ଓ ଧର୍ଯ୍ୟ କରିବା ମାତ୍ରା ବଢି ଯାଇ ଥାଏ ।

ଏହି ବୟସ ରେ ମହିଳା ନିଜ ଭୁଲ ପାଇଁ ଚିଢିବା ବଦଳରେ ହସିକରି ସ୍ଵୀକାର କରିବା ଶିଖି ଯାଆନ୍ତି । ଆପଣ ୨୦ ବର୍ଷ ବୟସରେ ନିଜ ପସନ୍ଦ ଓ ନାପସନ୍ଦ ମଧ୍ୟରେ କନଫିଉଜ ରହୁଥିଲେ ସେମିତି ଆପଣ ୩୦ ବର୍ଷ ରେ ରହିବେ ନାହିଁ । ଏହି ବୟସରେ ଆପଣଙ୍କୁ ମେକଅପ ଓ କପଡା ପିନ୍ଧିବା ଅନ୍ଦାଜ ସବୁ ମାନେ ହେଇ ଯାଏ ।

ହି ପରି ଆପଣ ନିଜକୁ ଭଲ ଭାବରେ କାହା ଆଗରେ ରଖି ପାରନ୍ତି, ଏହି ବୟସ ପରେ ଯେବେ ବି ଆପଣଙ୍କ ଜୀବନ ରେ କଷ୍ଟ ପରିସ୍ଥିତି ଆସେ ତେବେ ଆପଣ ବହୁତ ଧର୍ଯ୍ୟ ସହ ପରିସ୍ଥିତି ସାମ୍ନା କରି ଥାନ୍ତି, କାହିଁକିନା ସେଇ ପର୍ଯ୍ୟନ୍ତ ଆପଣ ଏହା ବୁଝି ଯାଆନ୍ତି ଯେ ଏହା ଜୀବନ ର ଭାଗ ଯାହା ଲିଭେଇ ହବ ନାହିଁ । ଏହା ସହ ଆପଣ ଏହା ମଧ୍ୟ ବୁଝି ଯିବେ ଯେ ସବୁ ସମସ୍ୟାର କିଛି ନା କିଛି ସମାଧାନ ଅବଶ୍ୟ ହୋଇ ଥାଏ ।

ସେଥିପାଇଁ ହଡ ବଡ ହବା ଜାଗାରେ ଆପଣ ଶାନ୍ତ ହୋଇ ଏହି ସମସ୍ୟାର ସାମାଧାନ କରିବା ପାଇଁ ଚେଷ୍ଟା କରନ୍ତି । ଏହି ବ୍ୟବହାର ଆପଣଙ୍କ ବ୍ୟକ୍ତିତ୍ବକୁ ତେଜମୟ କରିଥାଏ, ଏହି ପରିସ୍ଥିତି ରେ ଆପଣ ସମସ୍ତଙ୍କ ନଜର ରେ ସମ୍ମାନିତ ହୁଅନ୍ତି ଏବଂ ଘର ପରିବାର ଲୋକ ଆପଣଙ୍କୁ ଆଗଠାରୁ ଅଧିକ ଭଲ ପାଇବା ଆରମ୍ଭ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button