ବାସୀ ରୁଟି ଦ୍ଵାରା ବନାନ୍ତୁ ସ୍ଵାଦିଷ୍ଟ କଟଲେଟ- ବାସୀ ରୁଟି ଫୋଫାଡିବା ଭୁଲିଯିବେ

ସାମାନ୍ୟତଃ ସମସ୍ତେ ଏହା ଦେଖି ଥିବେ ଯେ ଘର ଗୃହଣିମାନେ ବଞ୍ଚି ଥିବା ଖାଦ୍ୟ ଫ୍ରିଜ ରେ ରଖି ଦିଅନ୍ତି ଯାହା ଦ୍ଵାରା ଖାଦ୍ୟ ପରେ ସେବନ ହୋଇ ପାରିବ ଓ ଖାଦ୍ୟ ଖରାପ ହୋଇବ ନାହିଁ, ଏହା ଛଡା କେତେ ଥର ଆପଣ ଏହା ମଧ୍ୟ ଦେଖି ଥିବେ ଯେ ବଞ୍ଚି ଥିବା ବା ବାସୀ ଖାଦ୍ୟ ଲୋକ ପଶୁ ମାନଙ୍କୁ ଖାଇବା ପାଇଁ ଦେଇ ଦିଅନ୍ତି । ତେବେ ସେହିଭଳି କିଛି ଲୋକ ବସି ରୁଟି ମଧ୍ୟ ଫିଙ୍ଗି ଦିଅନ୍ତି ବା ପଶୁଙ୍କୁ ଖୁଆଇ ଦିଅନ୍ତି ।
ତେବେ ଆଜି ଆମେ ଆପଣଙ୍କୁ ବାସୀ ରୁଟି ଦ୍ଵାରା ଏମିତି କଟଲେଟ ବନେଇବା ଶିଖେଇବୁ ଯାହା ପରେ ଆପଣ କେବେ ବି ବାସୀ ରୁଟି ଫୋପାଡିବା ବା ପଶୁକୁ ଖୁଏଇବା ଆଗରୁ ଭାବିବେ ।
ଛୋଟ ଚାମଚ ଲଶୁନ, ଲଙ୍କା ପାଉଡର, ଅଧା ଚାମଚ ଆମ୍ଚୁର, ଗୋଟେ ପିଆଜ ଛୋଟ ଛୋଟ କରି କାଟି ଦିଅନ୍ତୁ, ତିନି ବଡ ଚାମଚ ମଇଦା, ଅଳପ ଟିକେ ଜୁଆଣୀ, ଦୁଇ ବଡ ଚାମଚ କର୍ନଫ୍ଲୋର, ଦୁଇ ବଡ ଚାମଚ ଧନିଆ ପତ୍ର ଏବଂ ଆବଶ୍ୟକତା ଅନୁଯାଇ ତେଲ ଏହି ସାମଗ୍ରୀ ଗୁଡିକ ଦରକାର ପଡିବ ।
ଏହା ପରେ ରୁଟିକୁ ମିକସର ରେ ଚୂନା କରି ଦିଅନ୍ତୁ, ଏହା ପରେ ମଟରକୁ ମୋଟା କରି ପେସି ଦିଅନ୍ତୁ । ଗୋଟେ ବାସନ ରେ ରୁଟି ଚୂନା ରଖନ୍ତୁ ଏହା ପରେ ଯାହା ରାଖୀ ଥିଲେ ଗାଜର, ଅଦା, ରସୁଣ ଇତ୍ୟାଦି ସବୁ ରୁଟି ଚୂନା ରେ ପକାଇ ମିଶେଇ ଦିଅନ୍ତୁ, ଏହା ପରେ ଏଥିରେ ପେସି ଥିବା ମଟର ପକାନ୍ତୁ ।
ଏହି ସବୁ ମିଶ୍ରଣକୁ ଭଲ ଭାବରେ ମିଳେଇ ନିଅନ୍ତୁ, ଏହା ପରେ ଏହି ମିଶ୍ରଣ ରେ ତିନୋଟି ବଡ ଚାମଚ ପାଣି ପକାନ୍ତୁ ଯାହା ଦ୍ଵାରା କଟଲେଟ ଭଲ ଭାବରେ ହୋଇ ପାରିବ । ଏହା ପରେ ମିଶ୍ରଣ ଦ୍ଵାରା କଟଲେଟ ବନେଇବା ଆରମ୍ଭ କରିବା ମିଶ୍ରଣକୁ ହାତରେ ନେଇ ଟିକ୍କି ବନାନ୍ତୁ, ଏହା ପରେ ମଇଦା ଘୋଳ ରେ ଟିକି ବୁଡାନ୍ତୁ ଏହା ପରେ ସେହି ମଇଦା ଟିକିକୁ ବ୍ରେଡ କ୍ରମ୍ପସ ସହ ଗୋଳେଇ ଦିଅନ୍ତୁ ଏହା ପରେ ତାକୁ ତେଲ ରେ ଫ୍ରାଇ କରନ୍ତୁ । ଏହା ପରେ ଆପଣଙ୍କର କଟଲେଟ ତିଆରି ହୋଇ ଜୀବ ଏହାକୁ ସଅସ ବା ଚଟଣି ସହ ଖାନ୍ତୁ ।




