IBN ଓଡ଼ିଶା ବ୍ୟୁରୋ

ପ୍ରେମରେ ବୁଡି ରହୁଥିବା ଝିଅମାନଙ୍କ ମନରେ ସବୁ ରାତିରେ ଶୋଇବା ସମୟରେ ଆସିଥାଏ ଏହିସବୁ କଥା

ନିଦ ସମସ୍ତଙ୍କୁ ଭଲ ଲାଗିଥାଏ, ଦିନସାରା କାମ ପରେ ଯେତେବେଳେ ଆପଣ ଆପଣଙ୍କ ଘରକୁ ଆସନ୍ତି ସେତବେଳେ ଆପଣଙ୍କୁ ହୃଦୟରୁ ଶାନ୍ତି ମିଳିଥାଏ ଏହା ପରେ ଘରେ ଶୋଇବାକୁ ଇଚ୍ଛା ହୋଇଥାଏ । କିନ୍ତୁ ବହୁତ କମ ଲୋକ ଏପରି ହୋଇଥାନ୍ତି, ଯାହାକୁ ବିଛଣାରେ ଶୋଇବା ମାତ୍ରକେ ନିଦ ଆସିଥାଏ, କିନ୍ତୁ ଆପଣଙ୍କୁ ଜଣେଇବାକୁ ଚାହୁଁଛୁକି ଅଧିକାଂଶ ଝିଅ ମାନେ ରାତିରେ ଶୋଇବା ପୂର୍ବରୁ ସେହି ବ୍ୟକ୍ତିଙ୍କ କଥା ନିଶ୍ଚିନ୍ତ ଭାବିଥାନ୍ତି ଯାହାକୁ ସେ ଭଲ ପାଇଥାନ୍ତି ।

ଝିଅ ମାନେ ପ୍ରାୟତଃ ଏହି କଥା ଭାବୁଥାନ୍ତି କି ତାଙ୍କ ସାଥିଙ୍କ ସହିତ ତାଙ୍କ ଭବିଷ୍ୟତ କିପରି ହେବ ଏବଂ ମନରେ କେତେ ପ୍ରକାରର ପ୍ରଶ୍ନ ଚାଲିଥାଏ ।

ଝିଅ ମାନେ ରାତିରେ ଶୋଇବା ପୂର୍ବରୁ ସବୁବେଳେ ନିଜର ଅତୀତ ବିଷୟରେ ଭାବିଥାନ୍ତି ଏବଂ ଅତୀତରେ ତାଙ୍କ ସହ ଯାହାବି କିଛି ହେଇଛି ବା ସିଏ ଯାହା ସବୁ କରିଛନ୍ତି ସେହି ସବୁ ବିଷୟରେ ଭାବି ତାଙ୍କୁ ବହୁତ ଖରାପ ଲାଗିଥାଏ । ସେ ସବୁବେଳେ ଭାବିଥାନ୍ତି କି ତାଙ୍କର ଏମିତି କରିବାର ନଥିଲା ।

 

ଏହାଛଡା ଝିଅମାନେ ସବୁବେଳେ ବୀତିଯାଇଥିବା କିଛି କଥା କୁ ଭାବି ହସିଥାନ୍ତି ଯାହା ଦ୍ଵାରା ତାଙ୍କୁ ଖୁସି ମିଳିଥାଏ । ନିଜ ସାଥିଙ୍କ ସହିତ ବିତାଇଥିବା ସମୟକୁ ବି ଭାବି ବହୁତ ରୋମାଞ୍ଚିତ ହୋଇଥାନ୍ତି ଏବଂ ହସିଥାନ୍ତି । କିଛି ସମୟରେ ଏମିତି ବି ହୋଇଥାଏ କି ଶୋଇବା ସମୟରେ ଆଗ ଦିନ କଲେଜ ବା ଅଫିସ ଯିବା ସମୟ କଣ ପିନ୍ଧିବେ, କୋଉ ଜୋତା ତ ସହିତ ମ୍ଯାଚ କରିବ ଏମିତି ସବୁ କଥା ଭାବି ଭାବି ଶୋଇପଡନ୍ତି ।

 

କିଛି ଥର ଏମିତି ବି ଦେଖା ଯାଇଥାଏ ଝିଅମାନେ ନିଜର ପୁରା ଦିନସାରା କଥା ହୋଇଥିବା ବିଷୟରେ ଭାବିଥାନ୍ତି ସେ ଦିନୁରୁ ନେଇ ରାତି ପର୍ଯ୍ୟନ୍ତ କଣ କଣ କରିଛନ୍ତି । କଣ ଠିକ କରିଛନ୍ତି କଣ ଭୁଲ କରିଛନ୍ତି ,କାହା ସହିତ ଦେଖା କରିଛନ୍ତି ସେ ସବୁ ବିଷୟ ମନରେ ଆସିଥାଏ ଏବଂ ଏହା ସହିତ ସେ ଆସନ୍ତା ଦିନ ସକାଳେ ଶୀଘ୍ର ଉଠିବାର ଚିନ୍ତା ବି କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button