ରାଜ୍ୟ

୫୦୦ ଆଦିବାସୀ ଗାଁ ହେବ ବିକଶିତ, ରୋଡ୍‌ମ୍ୟାପ୍ ପ୍ରସ୍ତୁତ କଲା ପଞ୍ଚାୟତିରାଜ ବିଭାଗ

ଭୁବନେଶ୍ୱର: ୫୦୦ ଆଦିବାସୀ ଗାଁକୁ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଙ୍କ ଘୋଷଣା ପରେ ଆକ୍ସନ ମୋଡ଼ରେ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ । ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି ବିଭାଗ । ଯେଉଁ ଗାଁଗୁଡିକରେ ୮୦ରୁ ୯୦ ପ୍ରତିଶତ ଆଦିବାସୀ ଅଛନ୍ତି ସେହି ଗାଁଗୁଡିକୁ ଚିହ୍ନଟ କରାଯାଇ ଖୁବଶୀଘ୍ର କାମ ଆରମ୍ଭ କରିବା ପାଇଁ ଯୋଜନା କରୁଛି ବିଭାଗ ।

ଆଦିବାସୀ ଗାଁଗୁଡିକର ପରମ୍ପରା ଓ ସଂସ୍କୃତି ବଜାୟ ରଖିବା ସରକାରଙ୍କ ପ୍ରାଥମିକତା । ରାସ୍ତା, ପାନୀୟ ଜଳ, କୃଷି, ପଶୁ ପାଳନ, ଜଳସେଚନ, ଜଙ୍ଗଲ ଜାତ ଦ୍ରବ୍ୟର ବିକ୍ରି, ଯୁବକମାନଙ୍କୁ ବିଭିନ୍ନ ଯୋଜନାରେ ସମ୍ପୃକ୍ତି କରାଯିବ, ମାତୃ ଶକ୍ତିକୁ ଅଧିକ ପ୍ରୋତ୍ସାହନ ଦେଇ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ଲାଗୁ କରି ବର୍ଷରୁ ଦୁଇ ବର୍ଷ ମଧ୍ୟରେ ୫୦୦ ଆଦିବାସୀ ଗାଁକୁ ବିକଶିତ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦୦ ଗାଁକୁ ବିକଶିତ କରାଯିବ ପରେ ଆହରୁ ଅଧିକ ଗାଁକୁ ବିକଶିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button