ଲମ୍ବା ବିରତି ପରେ ଭାରତ ଫେରିବେ କୀମ୍ବଦନ୍ତି କଣ୍ଠଶିଳ୍ପୀ; ଭାରତ ଆସିବେ କେ.ଜେ. ୟେସୁଦାସ

ଚେନ୍ନାଇ: ଭାରତ ଫେରୁଛନ୍ତି କୀମ୍ବଦନ୍ତି କଣ୍ଠଶିଳ୍ପୀ କେ.ଜେ. ୟେସୁଦାସ । ୪ ବର୍ଷର ଲମ୍ବା ବିରତି ପରେ ପୁଣି ସ୍ବଦେଶ ଫେରିବାକୁ ନିଷ୍ପତ୍ତି ନେଇଛି । ଏକ ଲମ୍ବା ସମୟ ପରେ ସଙ୍ଗୀତରେ ମନ୍ତ୍ରମୁଗ୍ଧ କରୁଥିବା ସ୍ବର ସମ୍ରାଟଙ୍କୁ ଭାରତୀୟ ମ୍ୟୁଜିକ୍ ଷ୍ଟେଜ ଦେଖିବାକୁ ମିଳିବ । ଆଧ୍ୟାତ୍ମିକ ଗୀତ ପରିବେଷଣ ପାଇଁ ବେଶ୍ ସ୍ୱୀକୃତି ଲାଭ କରିଛନ୍ତି ।
ତାଙ୍କର ଆୟାପ୍ପା ଗୀତ ବହୁତ ପ୍ରସିଦ୍ଧ । ସୂର୍ଯ୍ୟ ମହୋତ୍ସବରେ ସେ ପ୍ରଥମ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ତାଙ୍କୁ ପ୍ରତିଷ୍ଠିତ କରିବାରେ ସହାୟକ ହୋଇଥିଲା । କୋଭିଡ୍ ମହାମାରୀ ପାଇଁ ସାଉଥ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରୁ କିମ୍ବଦନ୍ତୀ ଗାୟକ ଗାଏବ ହୋଇଯାଇଥିଲେ । କେ.ଜେ ୟେସୁଦାସ ଏବେ ପୁଣି ଥରେ ଭାରତ ଫେରିବା ନେଇ ସୂଚନା ମିଳିଛି ।
ସଙ୍ଗୀତ ଶିଳ୍ପୀ ଭାରତ ଫେରିବାକୁ ଯୋଜନା କରିଛନ୍ତି । ମାର୍ଗାଝି ପର୍ବ ପାଇଁ ସେ ଆମେରିକାରୁ ଚେନ୍ନାଇ ଆସିବେ । ଏନେଇ ସୂର୍ଯ୍ୟ କ୍ରୀଷ୍ଣମୂର୍ତ୍ତି ସୂଚନା ଦେଇଛନ୍ତି । ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଆରମ୍ଭ ହେବ ସୂର୍ଯ୍ୟ ପୂର୍ବ । ୨୦୧୯ରେ ଏହି ପର୍ବରେ ୟେସୁଦାସ ପ୍ରଥମ ସଙ୍ଗୀତ ପରିବେଷଣ କରିଥିଲେ । ୪୭ ବର୍ଷ ପୂର୍ବେ ସେ ଚେନ୍ନାଇରେ ହେଉଥିବା ସୂର୍ଯ୍ୟ ପର୍ବରେ ଭାଗ ନେଇଥିଲେ । ଏବେ ତାଙ୍କୁ ୮୪ ବର୍ଷ ବୟସ ହୋଇଛି, ତଥାପି କୀମ୍ବଦନ୍ତି କଣ୍ଠଶିଳ୍ପୀ ୟେସୁ ଦାସ ସଙ୍ଗୀତ ସାଧନା ଜାରି ରଖିଛନ୍ତି ।….