IBN ଓଡ଼ିଶା ବ୍ୟୁରୋ

ପ୍ରଭୁ ହନୁମାନ କାହିଁକି ପଞ୍ଚମୁଖୀ ଅବତାର ନେଇଥିଲେ ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ…

ରାମାୟଣର ବହୁ ମହତ୍ୱପୂର୍ଣ୍ଣ ଚରିତ୍ର ମଧ୍ୟରୁ ହନୁମାନ ମଧ୍ୟ ଏକ ପ୍ରମୁଖ ଚରିତ୍ର ଅଟେ । ପ୍ରଭୁ ହନୁମାନ କଳିଯୁଗରେ ମଧ୍ୟ ଜୀବିତ ଅଛନ୍ତି । ତେଣୁ ସେ ଅମର ଅଟନ୍ତି ବୋଲି ମାନାଯାଇଥାଏ । ହନୁମାନ ଜୀ ରାମଙ୍କର ପରମ ଭକ୍ତ ଏବଂ ତାଙ୍କ ଆଶ୍ରୟକୁ ଗଲେ ଭକ୍ତମାନଙ୍କର ସମସ୍ତ ସମସ୍ୟା ଦୂର ହୋଇଯାଏ। ବଜରଙ୍ଗବାଲି କଳିଯୁଗର ଦେବତା । ଭଗବାନ ରାମଙ୍କର ଜଣେ ପରମ ଭକ୍ତ ହନୁମାନ ତାଙ୍କ ଭକ୍ତମାନଙ୍କର ପ୍ରତ୍ୟେକ ବିପଦକୁ ଦୂର କରନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପ୍ରଭୁ ହନୁମାନଙ୍କର ପଞ୍ଚମୁଖି ଅବତାର ବିଷୟରେ ଏଠାରେ କହିବାକୁ ଯାଉଛୁ ।

 

ଏହାଛଡା ପଞ୍ଚମୁଖି ହନୁମାନ ପୂଜା କରିବା ଦ୍ଵାରା କେଉଁ କେଉଁ ସବୁ ସୁଫଳ ମିଳିଥାଏ ସେ ସମ୍ପର୍କରେ ମଧ୍ୟ ଏଠାରେ ଆଜି ଆଲୋଚନା କରିବା । ହନୁମାନ ଜୀ ପଞ୍ଚମୁଖୀ ରୂପ ନେବା ପଛରେ ଏକ କିମ୍ବଦନ୍ତୀ କାହାଣୀ ରହିଅଛି । ଯାହା ଅନୁଯାୟୀ ଯେତେବେଳେ ରାବଣ ରାମଙ୍କ ସହ ଯୁଦ୍ଧରେ ପରାଜୟ ଅନୁଭବ କଲେ ।  ସେତେବେଳେ ସେ ତାଙ୍କ ଭାଇ ଅହିରାବଣଙ୍କ ସାହାଯ୍ୟ ଲୋଡିଥିଲେ।

ତା’ପରେ ଅହିରାବଣ ଶ୍ରୀରାମଙ୍କ ସମଗ୍ର ସୈନ୍ୟବାହିନୀକୁ ମାୟା ଜାଲରେ ଶୁଆଇ ଦେଲେ ଏବଂ ରାମ-ଲକ୍ଷ୍ମଣଙ୍କୁ ବନ୍ଧକ କରି ପାତାଳଲୋକକୁ ଗଲେ। ଯେତେବେଳେ ସମସ୍ତେ ସଚେତନ ହେଲେ, ବିଭୀଷଣ ଏହା ବୁଝିଯାଇଥିଲେ ଏବଂ ହନୁମାନଙ୍କୁ ପାତାଳ ଲୋକକୁ ଯିବାକୁ କହିଥିଲେ। ଏହା ପରେ ହନୁମାନଜୀ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ସନ୍ଧାନରେ ପାତାଳଲୋକକୁ ଯାଇଥିଲେ ଯେଉଁଠାରେ ସେ ପ୍ରଥମେ ମକରର୍ଧ୍ୱଜଙ୍କୁ ପରାସ୍ତ କରିଥିଲେ ଏବଂ ପରେ ଅହିରାବଣଙ୍କୁ ସାମ୍ନା କରିବାକୁ ଯାଇଥିଲେ ।

 

ହେଲେ ଅହିରାବଣ ୫ ଦିଗରେ ଦୀପ ଜଳାଇ ରଖିଥିଲେ ଏବଂ ତାଙ୍କର ଏକ ବରଦାନ ଥିଲା ଯେ ଯିଏ ଏହି ୫ଟି ଦୀପକୁ ଏକାଠି ଲିଭାଇ ଦେବ। କେବଳ ସେ ହିଁ ତାଙ୍କୁ ହତ୍ୟା କରିବାରେ ସକ୍ଷମ ହେବ। ତା’ପରେ ଏଭଳି ପରିସ୍ଥିତି ଦେଖି ହନୁମାନ ଜୀ ପଞ୍ଚମୁଖୀ ରୂପ ନେଇ ଦୀପ ଲିଭାଇ ଅହିରାବଣଙ୍କୁ ହତ୍ୟା କଲେ। ଏହି ପଞ୍ଚ ମୁଖରେ ଉତ୍ତରରେ ବରାହମୁଖ, ଦକ୍ଷିଣରେ ନରସିଂହ ମୁଖ, ପଶ୍ଚିମରେ ଗରୁଡ ମୁଖ, ଆକାଶ ଆଡକୁ ହୟଗ୍ରିଭା ମୁଖ ଏବଂ ପୂର୍ବରେ ହନୁମାନ ମୁଖ ଅଛି।

ପଞ୍ଚ ମୂଖୀ ହନୁମାନ ଜୀ ଙ୍କର ପୂଜା ଦ୍ୱାରା ଅପାର ଲାଭ ମିଳିଥାଏ। କୁହାଯାଏ ଯେ ଯଦି ଘରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତିମା କିମ୍ବା ଚିତ୍ର ରଖି ପୂଜା କରାଯାଏ । ତେବେ ମଙ୍ଗଳ, ଶନି, କେତୁ ଏବଂ ରାହୁ ଦୋଷ ଠାରୁ ଆରାମ ମିଳିଥାଏ। କିନ୍ତୁ ମନେରଖନ୍ତୁ ଯେ ଏହି ପ୍ରତିମୂର୍ତ୍ତି କିମ୍ବା ଚିତ୍ର କେବଳ ଦକ୍ଷିଣ ଦିଗରେ ରଖାଯିବା ଉଚିତ୍। ଯେଉଁ ଲୋକ ଭଗବାନ ହନୁମାନଙ୍କର ନିଷ୍ଠା ସହକାରେ ପୂଜା କରିଥାଏ । ସେହି ଲୋକ ଜୀବନକୁ ଆସୁଥିବା ପ୍ରତିଟି ସଙ୍କଟକୁ ପ୍ରଭୁ ସଙ୍କଟମୋଚନ ଦୂର କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button