ସ୍ୱାମୀ ସହ ଖେଳିଲା ଖେଳ ।
ବର୍ତ୍ତମାନ ପରିସ୍ଥିତି ଏପରି ହୋଇଗଲାଣି ଯେ ନିଜଛଡା ଅନ୍ୟ କାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଯାଇଛି । ନିକଟରେ ଏକ ସ୍ତ୍ରୀ ନିଜ ସ୍ୱାମୀକୁ ବିଷଦେଇ ମରିଦେଇଛି । ଦେଖନ୍ତୁ ବର୍ତ୍ତମାନ ସମୟରେ ନିଜ ସ୍ତ୍ରୀ ଉପରେ ବି ଭରସା କରିବା ଅସମ୍ଭବ ହୋଇସାରିଲାଣି । ଅଷ୍ଟ୍ରେଲିଆରେ ଏକ କେରଳ ମହିଳା ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀକୁ ବିଷଦେଇ ମାରିବା ଘଟଣା ସାମ୍ନା କୁ ଆସିଛି । ଏହି ସମ୍ବନ୍ଧରେ ବିଚାର କରି ଅଷ୍ଟ୍ରେଲିଆ ର ଏକ କୋର୍ଟ ସମ୍ପୃକ୍ତ ମହିଳା ଏବଂ ତାଙ୍କ ପ୍ରେମିକ କୁ ୨୨ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। କୋର୍ଟ ତାଙ୍କ ନିର୍ଦେଶ ରେ କହିଛନ୍ତି ଯେ ଅଭିଯୁକ୍ତ ମହିଳା ଜଣକ ବିଶ୍ୱାସ ରେ ବିଷ ଦବା ଭଳି ନିଜ ସ୍ୱାମୀଙ୍କ ଖାଦ୍ୟରେ ସିଅନାଇଡ଼ ନାମକ ଏକ ଭୟଙ୍କର ବିଷ ମିସାଇଥିଲେ । ଏହି ଷଡ଼ଯନ୍ତ୍ର ସେ ଆଉ ତାଙ୍କ ପ୍ରେମିକ ରଚିଥିଲେ ।
ଏହି ଭୟଙ୍କର ଷଡଯନ୍ତ୍ର କୁ ଦେଖି ସେମାନଙ୍କ ପ୍ରତି କୌଣସି ସମ୍ବେଦନଶୀଳତା ଦେଖାଯାଇପାରିବନାହିଁ ବୋଲି ମାନ୍ୟବର କୋର୍ଟ ନିର୍ଦେଶ ଦେଇଛନ୍ତି । ହସ୍ତଗତ ହୋଇଥିବା ବିବାରଣୀରୁ ଏହା ପ୍ରକାଶ ଯେ କେରଳର ଜନୈକା ମହିଳା ସୋଫିଆ ବୟସ ୩୩ ସାମ ନାମକ ଏକ ଜନୈକ ଯୁବକ (୩୪) କୁ ବିବାହ କରିଥିଲେ । ମେଲବର୍ଣ ରେ ଥିବା ୟୁଏଇ ରେ ଚାକିରୀ କରିତଜିଲେ ସ୍ୱାମୀ ସାମ । ଏହାଯୋଗୁଁ ଉଭୟ ଦମ୍ପତି ଯାଇ ମେଲବର୍ଣ ରେ ଅବସ୍ଥାନ କରୁଥିଲେ ।
ଏହିପରି ପ୍ରତ୍ୟେକ ଦିନ କିଛି କିଛି ବିଷ ପିଇବା ଫଳରେ ଗତ ୨୦୧୫ ମସିହା ଅକ୍ଟୋବର୧୩ ତାରିଖ ରେ ସାମ ମୃତୁବରଣ କରିଥିଲେ । ମାତ୍ର ସ୍ତ୍ରୀ ସାମ ଙ୍କ ମୃତ୍ୟୁ ହର୍ଟ ଆର୍ଟକ ରେ ହୋଇଥିବା କଥା ପଡ଼ୋସିଂଙ୍କୁ କହିଥିଲେ । ଏହାପରେ ସାମ ଙ୍କ ମୃତ ଶରୀର କେରଳ ଆସି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହାପରେ ସୋଫିଆ ମେଲବର୍ଣ ଯାଇ ଅରୁଣ ସହ ବସବାସ କରଥିଲେ ।
ଏହାଦେଖି ସାମ ଙ୍କର ବନ୍ଧୁ ମନକୁ ସେମାଙ୍କ ଉପରେ ସନ୍ଦେହ ହୋଇଥିଲା ।
ସେଥିପାଇଁ ସେମାନେ ମେଲବର୍ଣ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ମେଲବର୍ଣ ପୋଲିସ ତଦନ୍ତ କରି ସେ ଦୁହିଁଙ୍କୁ ଅଗଷ୍ଟ ୨୦୧୬ରେ ଗିରଫ କରିଥିଲା । ଗତକାଲି ଏହି ହତ୍ୟା ମାମଲାରେ ଶୁଣାଣୀରେ ଦୁହିଁଙ୍କୁ ୨୨ବର୍ଷ ସଶ୍ରମ କାରାଦଣ୍ଡ ମେଲବର୍ଣ କୋର୍ଟ ଦେଇଛି ।