IBN ଓଡ଼ିଶା ବ୍ୟୁରୋ

ଅରଖ ଗଛ ଦ୍ୱାରା କରନ୍ତୁ ଏହି ଖାସ ବଶିକରଣ,ସ୍ୱାମୀ,ସ୍ତ୍ରୀ ପ୍ରେମିକ,ପ୍ରେମିକା କାହାକୁ ବି ଆକର୍ଷିତ କରିବାକୁ ଚାହୁଁଥିଲେ ଆପଣାନ୍ତୁ ଏହାକୁ

ଆଜିକାର ଲେଖାରେ ଆମେ ଅରଖ ଗଛର ପ୍ରୟୋଗ ଦ୍ୱାରା କିଛି ଖାସ ଉପାୟ ବିଷୟରେ କହିବୁ ଯାହାକୁ ଯଦି ଆପଣ କରନ୍ତି ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ କାହାକୁବି ନିଜର ବଶ କରି ପାରିବେ । ତେବେ ସେହି ସବୁ ଉପାୟ ଦ୍ୱାରା ସୁଖ ସମୃଦ୍ଧି ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ତେବେ କହି ରଖିବୁ ଯେ ଧଳା ଅରଖ ଫୁଲ ଏବଂ ଗଛ ଏହିସବୁ ଉପାୟ ପାଇଁ ଅଧିକ ପ୍ରଭାବୀ ହୋଇଥାଏ । କିନ୍ତୁ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ଏହି ଗଛକୁ ନିମନ୍ତ୍ରଣ ଦେଇ ଆସନ୍ତୁ ।

ନିମନ୍ତ୍ରଣ ପାଇଁ ସର୍ବପ୍ରଥମେ ଗୋଟିଏ ସୁପାରି , ଗୋଟିଏ ମୁଦ୍ରା ଏବଂ ଜଳ ନେଇ ଏହି ଗଛ ପାଖକୁ ଯାଇ ଗଛ ମୂଳରେ ଜଳ ଢ଼ାଳି ମୁଦ୍ରା ଏବଂ ସୁପାରିକୁ ରଖି ଦିଅନ୍ତୁ । ଏହାପରେ ହାତ ଯୋଡ଼ି ନିଜ ମନସ୍କାମନା ବିଷୟରେ କୁହନ୍ତୁ । ତେବେ ତାହାକୁ ବ୍ୟବହାର କରି ଯଦି ଆପଣ ଉପାୟ କରନ୍ତି ତେବେ ତନ୍ତ୍ର ମନ୍ତ୍ରର କ୍ରିୟାରୁ ମଧ୍ୟ ମୁକ୍ତି ମିଳିଥାଏ । କହିରଖିବୁ ଯେ ଯେଉଁ ଘର ସାମ୍ନାରେ ଅରଖ ଫୁଲ ଗଛ ଥାଏ ସେହି ଘରକୁ କେବେ ନକରାତ୍ମକ ଶକ୍ତି ପ୍ରବେଶ କରେନାହିଁ ।

ତେବେ ପ୍ରଥମେ ଏହି ଗଛକୁ ନିମନ୍ତ୍ରଣ ଦେଇ ଫୁଲ ସହିତ ପତ୍ର ଡେମ୍ଫକୁ ନେଇ ଘରକୁ ଆସନ୍ତୁ । ସର୍ବପ୍ରଥମେ ତାହାକୁ ନେଇ ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରୁ ସିନ୍ଦୁର ନେଇ ସେହି ପତ୍ରରେ ନିଜର ଏବଂ ନିଜ ଶତ୍ରୁର ନାମ ଲେଖି ଦିଅନ୍ତୁ କିମ୍ବା ଆପଣ ଯାହାକୁବି ଆକର୍ଷିତ କରିବାକୁ ଚାହୁଁଛନ୍ତି ତାଙ୍କ ନାମ ଲେଖି ପାରିବେ । ଏହାପରେ ଫୁଲକୁ ପତ୍ର ମଝିରେ ରଖି ଏକ ମୋୖଲି ସୂତା ଦ୍ୱାରା ବାନ୍ଧି ଦିଅନ୍ତୁ ଏବଂ କୌଣସି ସ୍ଥାନରେ ମାଟିରେ ଦବାଇ ଦେଇ ପଛକୁ ନଚାହିଁ ଘରକୁ ପଳାଇ ଆସନ୍ତୁ ।

ଏହି ଉପାୟ କରିବା ଦ୍ୱାରା ପ୍ରଚଣ୍ଡ ବଶିକରଣ ହୋଇଥାଏ । ଯଦି ଶତ୍ରୁ ଶକ୍ତି ଅଧିକ ସମସ୍ୟା ଉତ୍ପନ୍ନ କରେ ତେବେ ସେହିଭଳି ଅରଖ ଗଛକୁ ନିମନ୍ତ୍ରଣ ଦେଇ ଆସନ୍ତୁ । ଆଗାମୀ ଦିନ ସେଠାକୁ ଯାଇ ଏକ ପତ୍ର ଛିଡ଼ାଇ ବାହାରୁଥିବା କ୍ଷୀର ଯୋଗେ ସେହି ପତ୍ରରେ ଶତ୍ରୁର ନାମ ଲେଖନ୍ତୁ ଏବଂ ସେହିଠାରେ ମାଟିରେ ଦବାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଶତ୍ରୁ ଶାନ୍ତ ହୋଇଯିବ ।

ତେବେ ଏହିସବୁ ଉପାୟ ଗ୍ରହଣ , ପୂର୍ଣ୍ଣିମା କିମ୍ବା ଶନିବାର ଦିନ କଲେ ଏହାର ଅଧିକ ଫାଇଦା ମିଳିଥାଏ । ଏଭଳି ମାନ୍ୟତା ରହିଛି ଯେ ଯଦି ଆପଣ ଧଳା ଅରଖ ଫୁଲର ମୂଳରୁ ସାମାନ୍ୟ ଅଂଶ ନେଇ ତାବିଜ ମଧ୍ୟରେ ପୁରାଇ କଳା ସୂତା ଦ୍ୱାରା ବେକରେ କିମ୍ବା ହାତରେ ବାନ୍ଧନ୍ତି ତେବେ ଯେତେ ବଡ଼ ତନ୍ତ୍ର କ୍ରିୟା ହେଉ ନା କାହିଁକି ତାହା କୌଣସି ପ୍ରଭାବ ପକାଇ ପାରିବ ନାହିଁ । ତେବେ ତାହାକୁ କିଛିଦିନ ପରେ ମାଟି ତଳେ ଦବାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ କୌଣସି ଖରାପ ପ୍ରଭାବ ମଧ୍ୟ ପଡ଼ିବ ନାହିଁ । ଯଦି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କିମ୍ବା ଚାକିରୀ କ୍ଷେତ୍ରରେ କୌଣସି ବ୍ୟକ୍ତି ସମସ୍ୟା ସୃଷ୍ଟି କରୁଛି ତେବେ ଅରଖ ମୂଳ ଦ୍ୱାରା ଆଉ ଏକ ଉପାୟ କରି ପାରିବେ ।

ତେବେ ଏହି ଉପାୟ କରିବା ପାଇଁ ଶୁକ୍ରବାର ଦିନ ନିମନ୍ତ୍ରଣ ଦେଇ ଆସି ଶନିବାର ଦିନ ଯାଇ ମୂଳର କିଛି ଅଂଶ ଏବଂ ପତ୍ର ନେଇ ଆସନ୍ତୁ । ସେହି ମୂଳକୁ ପେଶୀ ଦିଅନ୍ତୁ ଏବଂ ତାହାକୁ ପତ୍ର ଉପରେ ରଖି ତାହାକୁ ମଧ୍ୟ ଘିଅ ମିଶାଇ ପେଶୀ ଦିଅନ୍ତୁ । ଏହି ଉପାୟ ଦ୍ୱାରା ବଶିକରଣ ହେବା ସହିତ ଚାକିରୀ ଅର୍ଥ ଉପାର୍ଜନରେ ମଧ୍ୟ ଏହା ସହାୟକ ହୋଇଥାଏ । ଏହାବ୍ୟତୀତ ଆପଣ ଲାଜକୁଳୀ ଲତାର ମୂଳକୁ ପେଷି ମଧ୍ୟ ଏହି ଉପାୟ କରି ପାରିବେ । ଆଉ ଏକ ଉପାୟ ଅନୁଯାୟୀ ଧଳା ଅରଖ ଫୁଲ ଗଛର ଏକ ପତ୍ର ଛିଡ଼ାଇ ଆଣି ଘର ବାହାରେ ଏକ କୋଣରେ ଦବାଇ ଦିଅନ୍ତୁ । ଏହାପରେ ଓଁ ଗଣ ଗଣପତୟେ ମନ୍ତ୍ରର ଜପ କରନ୍ତୁ ଏବଂ ଭଗବାନ ଗଣେଶଙ୍କୁ ଆପଣ ବଶ କରିବାକୁ ଚାହୁଁଥିବା ବ୍ୟକ୍ତି ବିଷୟରେ ପ୍ରାର୍ଥନା କରନ୍ତୁ । ଏହି ପ୍ରୟୋଗ ମଧ୍ୟ ଦୀର୍ଘ ଦିନ ଧରି କାମ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button