IBN ଓଡ଼ିଶା ବ୍ୟୁରୋ

ପୁଣି ‘ଏଫ୍ଓଏଚ୍‌ଏମ୍‌ଏ’ର ଅଧ୍ୟକ୍ଷ ହେଲେ କେ ବି ଅଗ୍ରୱାଲ୍‌

କୋଲକାତା: ରୁପା ଆଣ୍ଡ୍‌ କୋ.ର ପରିଚାଳନା ନିର୍ଦ୍ଦେଶକ କେ ବି ଅଗ୍ରୱାଲ୍‌ଙ୍କୁ ୨୦୨୪-୨୫ ବର୍ଷ ଲାଗି ପୁନର୍ବାର ଫେଡେରେସନ୍ ଅଫ୍‌ ହୋସିୟାରି ମାନୁଫାକ୍‌ଚରର୍ସ ଅଫ୍‌ ଇଣ୍ଡିଆ (ଏଫ୍ଓଏଚ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ନୂଆ ନିଯୁକ୍ତି ପରେ ଶ୍ରୀ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ ମହାସଂଘର ଗତିବିଧିକୁ ବଢ଼ାଇବା, ନୂଆ ଅଭିଯାନ ଆରମ୍ଭ କରିବା ଏବଂ ଭବିଷ୍ୟତରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ହୋସିୟାରି ଉଦ୍ୟୋଗରେ ଅଭିବୃଦ୍ଧିର ଅପାର ସମ୍ଭାବନା ରହିଛି।

ନୂତନ ପ୍ରଯୁକ୍ତି ଓ ବୈପ୍ଳବିକ ଉତ୍ପାଦକୁ ନେଇ ବିଶ୍ବ ବଜାରରେ ବଢ଼ୁଥିବା ଚାହିଦା ହାସଲ କରି ତାହାର ଲାଭ ଉଠାଇହେବ। ଉଭୟ ଘରୋଇ ଓ ବିଦେଶ‌ ବଜାରରେ ସୃଷ୍ଟି ହେଉଥିବା ସୁଯୋଗ ହାସଲ କରିବାର ସମ୍ଭାବନା ଅନୁସନ୍ଧାନ କରିବା ଲାଗି ଯୁବପିଢ଼ି ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଛନ୍ତି। ମହାସଂଘର ସଚିବ ଭାବେ ବି ଡି କୋଠାରି, କୋଷାଧ୍ୟକ୍ଷ ଶରଦ ଭଟ୍ଟର ଏବଂ ପାଞ୍ଚ ଉପାଧ୍ୟକ୍ଷ ଭାବେ ରାଜ କୁମାର ଜୈନ, ବିନୋଦ ଗୁପ୍ତା, ସୁନୀଲ ଜେ ପଠାରେ, ସଞ୍ଜୟ ଜୈନ୍ ଓ ଏ ସି ଇଶ୍ବରନଙ୍କୁ ନିଯୁକ୍ତ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button