IBN ଓଡ଼ିଶା ବ୍ୟୁରୋ

ଭଉଣୀ ବବିତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ରେସଲର ଭିନେଶ ଫୋଗାଟ!

ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ଅକ୍ଟୋବର ୧ରେ ଅନୁଷ୍ଠିତ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ପାରନ୍ତି। ଏନେଇ ତାଙ୍କ ନିକଟତମ ସୂତ୍ରରୁ ଖବର ପ୍ରକାଶ ପାଇଛି।

କିଛି ଦିନ ତଳେ ଭିନେଶ ସକ୍ରିୟ ରାଜନୀତିକୁ ଆସିବେ ନାହିଁ ବୋଲି କହିଥିଲେ। ହେଲେ ଏବେ ସେ ରାଜନୀତିକୁ ଆସୁଥିବା ଖବର ପ୍ରକାଶ ପାଇଛି।

ଏପରି କି ହରିୟାଣା ବିଧାନସଭା ନିର୍ବାଚନରେ ଭିନେଶ ତାଙ୍କ ଭଉଣୀ ତଥା ବିଜେପି ନେତ୍ରୀ ବବିତା ଫୋଗାଟଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀ ହୋଇପାରନ୍ତି।

୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଲିମ୍ପିକ୍ସରେ ପଦକ ହାତ ଛଡ଼ା କରିଥିବା ଭିନେଶଙ୍କୁ ପ୍ୟାରିସରୁ ଫେରିବା ବେଳେ ବିପୁଳ ସମର୍ଥନ ମିଳିଛି। ଏହାର ଫାଇଦା ଉଠାଇବା ପାଇଁ କିଛି ରାଜନୀତିକ ଦଳ ଲାଗି ପଡ଼ିଛନ୍ତି। ସେମାନେ ଭିନେଶଙ୍କୁ ଯୋଗାଯୋଗ କରି ରାଜନୀତିକୁ ଆସିବା ପାଇଁ ପ୍ରବର୍ତ୍ତାଇବାରେ ଲାଗିଛନ୍ତି।

ଭିନେଶ ଭାରତ ଫେରିବା ପରେ ତାଙ୍କୁ ପ୍ରଥମେ ଦିଲ୍ଲୀ ଓ ପରେ ନିଜ ଜନ୍ମ ସ୍ଥାନ ହରିୟାଣାର ସୋନିପତ ଅନ୍ତର୍ଗତ ବଲାଲିରେ ହିରୋ ଭଳି ସ୍ୱାଗତ କରାଯାଇଥିଲା। ଭିନେଶଙ୍କୁ ପ୍ରଥମେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ କଂଗ୍ରେସ ସାଂସଦ ଦୀପେନ୍ଦର ହୁଡ୍ଡା ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ସେ ଭିନେଶ ଓ ଅନ୍ୟମାନଙ୍କ ସହ ମିଶି ବିଶାଳ ଶୋଭାଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ।

ତେବେ ଭିନେଶ କେଉଁ ରାଜନୀତିକ ଦଳରେ ସାମିଲ ହେବେ, ସେକଥା ଜଣାପଡ଼ିନି। ସମ୍ଭବତଃ ସେ କଂଗ୍ରେସ କିମ୍ବା କୌଣସି ଆଞ୍ଚଳିକ ଦଳରେ ଯୋଗାଦେବାର ସମ୍ଭାବନା ରହିଛି।

ତାଙ୍କ ନିକଟତମ ସୂତ୍ରରେ କୁହାଯାଇଛି ଯେ “ହଁ, କାହିଁକି ରାଜନୀତିକୁ ଆସିବେ ନାହିଁ? ହରିୟାଣା ବିଧାନସଭା ନିର୍ବାଚନରେ ଆପଣମାନେ ଭିନେଶ ଫୋଗାଟ ବନାମ ବବିତା ଫୋଗାଟ ଓ ବଜରଙ୍ଗ ପୁନିଆ ବନାମ ଯୋଗେଶ୍ୱର ଦତ୍ତଙ୍କ ଲଢ଼େଇ ଦେଖିପାରନ୍ତି। କିଛି ରାଜନୀତିକ ଦଳ ଭିନେଶଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ପ୍ରବର୍ତ୍ତାଉଛନ୍ତି। ”

ବବିତା ଓ ଯୋଗେଶ୍ୱର ଦତ୍ତ ଏବେ ବିଜେପିରେ ରହିଛନ୍ତି। ସମ୍ଭବତଃ ସେମାନଙ୍କୁ ମଧ୍ୟ ହରିଆଣା ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କରିପାରେ। ଯଦି ଭିନେଶ ରାଜନୀତିକୁ ଆସନ୍ତି, ତା’ହେଲେ ସେ ତାଙ୍କ ସମ୍ପର୍କୀୟ ଭଉଣୀ ବବିତାଙ୍କ ବିରୋଧରେ କୌଣସି ଅଲଗା ଦଳରୁ ପ୍ରାର୍ଥୀ ହୋଇପାରନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button