ମନୋରଞ୍ଜନ

ଅନୁପମା ନୁହଁନ୍ତି: ଇଏ ହେଉଛନ୍ତି ଅନୁଜଙ୍କ ବାସ୍ତବ ଲେଡି-ଲଭ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ଟିଭି ସୋ ‘ଅନୁପମା’ରେ ଅନୁଜ ଚରିତ୍ର ନିଭାଉଥିବା ଗୌରବ ଖାନ୍ନାଙ୍କୁ ଖୁବ୍‌ ଭଲପାଇବା ମିଳୁଛି। ଦର୍ଶକଙ୍କୁ ଅନୁଜ କପାଡ଼ିଆଙ୍କ ଚରିତ୍ର ବେଶ୍‌ ପସନ୍ଦ ଆସୁଥିବା ବେ‌ଳେ ଜାଣିବାକୁ ମିଳିଛି ଯେ ବାସ୍ତବ ଜୀବନରେ ବି ଗୌରବ ଖାନ୍ନା ପୂରାପୂରି ସେହିପରି। ସେ ଧାରାବାହିକରେ ଅନୁପମାଙ୍କୁ ଯେପରି ସ୍ବତନ୍ତ୍ର ଅନୁଭବ କରାଇଥାନ୍ତି। ବାସ୍ତବ ଜୀବନରେ ବି ନିଜ ପତ୍ନୀଙ୍କୁ ସେହିପରି ହିଁ ରଖନ୍ତି।

ବର୍ତ୍ତମାନ ଲୋକମାନେ ଅନୁଜ ଏବଂ ଅନୁପମାଙ୍କ ଯୋଡି ଦେଖିବାରେ ଏତେ ଅଭ୍ୟସ୍ତ ହୋଇଗଲେଣି ଯେ ସେମାନେ ସୋସିଆଲ ମିଡିଆରେ ଅନୁଜ-ଅନୁପମାଙ୍କୁ ଏକତ୍ର ରିଲ କରିବାକୁ ଅନୁରୋଧ କରୁଛନ୍ତି।

ହେଲେ ଆପଣ ଜ‌ାଣନ୍ତି କି ବାସ୍ତବ ଜୀବନରେ ଅନୁଜଙ୍କ ଲେଡି-ଲଭ୍‌ କିଏ? ‌ସେ ହେଉଛନ୍ତି ତାଙ୍କ ପତ୍ନୀ ଆକାଂକ୍ଷା ଚାମୋଲା। ସେ ୨୦୧୬ ମସିହାରେ ଆକାଂକ୍ଷାଙ୍କୁ ବିବାହ କରିଥିଲେ।

ସୋ’ରେ ଅନୁପମ‌ାଙ୍କ ସହ ସ୍ବତନ୍ତ୍ର ସମୟ ବିତାଉଥିବା ପରି ଗୌରବ ଖାନ୍ନା ବାସ୍ତବ ଜୀବନରେ ଆକାଂକ୍ଷାଙ୍କ ସହ ବି ସେପରି ସମୟ ବିତାଇଥାନ୍ତି। ସେମାନଙ୍କର ଅନେକ ମଜାଦାର୍‌ ରିଲ୍ସ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥାଏ।

ଉଭୟ ପ୍ରାୟତଃ ସୋସିଆଲ ମିଡିଆରେ ସେମାନଙ୍କର ଭିଡିଓ ସେୟାର କରନ୍ତି। ଯେଉଁମାନେ ସୋସିଆଲ ମିଡିଆରେ ଗୌରବଙ୍କୁ ଫଲୋ କରନ୍ତି, ସେମାନେ କେବଳ ଜାଣନ୍ତି ଯେ ସେ ବିବାହିତ। ନଚେତ୍ ଅନେକ ଲୋକ ତାଙ୍କୁ ଅନୁପମାଙ୍କ ସହ ଯୋଡ଼ିଥାନ୍ତି। ତେବେ ସୋ’ରେ ଅନୁପମା ରଚିତ୍ର ନିଭାଉଥିବା ରୁପାଲି ଗାଙ୍ଗୁଲୀଙ୍କ ବାସ୍ତବ ସ୍ୱାମୀ ହେଉଛନ୍ତି ଅଶ୍ୱିନ୍ କେ ବର୍ମା।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button