ଝିଅର ଚେହେରା ବାପାଙ୍କ ସହ ଓ ପୁଅର ଚେହେରା ମାଆଙ୍କ ସହ ମିଶୁଥିଲେ, ଏହାର ଅର୍ଥ କ’ଣ ହୋଇଥାଏ ?
ସାମୁଦ୍ରିକ ଶାସ୍ତ୍ର ହେଉଛି ଏକ ପ୍ରାଚୀନ ହିନ୍ଦୁଶାସ୍ତ୍ର । ଯେଉଁଥିରେ ପୁରୁଷ ଏବଂ ମହିଳାଙ୍କ ଶରୀର ଗଠନ, ଶରୀରରେ ରହିଥିବା ଭିନ୍ନ ଭିନ୍ନ ଚିହ୍ନକୁ ଆଧାର କରି ବ୍ୟକ୍ତିର ସ୍ଵଭାବ ବିଷୟରେ ତଥ୍ୟ ପ୍ରଦାନ ଏଥିରୁ ମିଳିଥାଏ । ଯେପରି ସେହି ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଯଦି କୌଣସି ମହିଳାର ଚେହେରା ତା’ ର ବାପା ଓ ପୁଅର ଚେହେରା ତା’ ର ମାଆଙ୍କ ଭଳି ହୋଇଥାଏ । ତେବେ ଏହାର ଅର୍ଥ କଣ ହୋଇଥାଏ ? ଏଥିସହ ଏହିଭଳି କିଛି ଶାରୀରିକ ସଂକେତକୁ ଦେଖି ବ୍ୟକ୍ତି ବିଷୟରେ ଅନେକ କିଛି ତଥ୍ୟ ଏଠାରେ ଜାଣିବା ।
1- ଯେଉଁ ବ୍ୟକ୍ତିର ମୁଣ୍ଡ ଅଧିକ ଲମ୍ବା ଓ ଚଉଡା କମ ରହିଥାଏ । ଏଭଳି ଲୋକ ନିଜ ଜୀବନରେ ଅନେକ ପ୍ରକାର ସୁବିଧା ସୁଯୋଗ ପାଇଥାନ୍ତି । ଯେଉଁ ବ୍ୟକ୍ତିର ମୁଣ୍ଡର ଆକାର ମଧ୍ୟମ ଧରଣର ହୋଇଥାଏ । ଏଭଳି ମୁଣ୍ଡ ଆକୃତି ଥିବା ଲୋକ ଆର୍ଥିକ ମାମଲାରେ ବହୁତ ଉପରେ ରହିଥାନ୍ତି । ଏମାନଙ୍କ ଆର୍ଥିକ ସ୍ଥିତି ଭଲ ରହିଥାଏ ।
ଲେ ଏମାନେ ବହୁତ ରାଗି ମଧ୍ୟ ଯାଇଥାନ୍ତି । ଏମାନେ ତାଙ୍କ ଜୀବନରେ ସଫଳତା ପାଇବା ସହ ବହୁ ମାନ ସମ୍ମାନର ଅଧିକାରୀ ହୋଇପାରିଥାନ୍ତି ।
3- ଯେଉଁ ମାନଙ୍କ ଚେହେରା ଗୋଲାକାର ଆକାର ହୋଇଥାଏ । ଏଭଳି ଚେହେରା ଥିବା ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଦେଖିବାକୁ ଯେତିକି ଆକର୍ଷଣୀୟ ହୋଇଥାନ୍ତି । ଅନ୍ୟ ମୁହଁରୁ ପ୍ରଶଂଶା ଶୁଣିବାକୁ ମଧ୍ୟ ଏମାନଙ୍କୁ ସେତେ ଅଧିକ ଭଲ ଲାଗିଥାଏ । ଭବିଷ୍ୟତରେ ନିଜର ପରିଶ୍ରମ ଦ୍ଵାରା ବହୁତ ଧନ ସମ୍ପତ୍ତି ଏମାନେ ଅର୍ଜନ କରିଥାନ୍ତି ।
4- ଝିଅ ହେଉ ଅବା ପୁଅ ତାଙ୍କ ବାପା, ମାଆଙ୍କ ସହ ଚେହେରା ମିଶୁଥିଲେ ଏହାର ଅର୍ଥ କଣ ହୋଇଥାଏ । ଯେଉଁ ପୁଅର ମୁହଁ ନିଜ ମାଆଙ୍କ ମୁହଁ ସହ ମିଶୁଥାଏ । ଏହି ପୁରୁଷ ଯଶସ୍ଵୀ ହେବା ସହ ଦୀର୍ଘାୟୁ ମଧ୍ୟ ହୋଇଥାଏ । ଏଭଳି ପୁରୁଷ ଜୀବନରେ ବହୁ ସୁଖର ଅଧିକାରୀ ହୋଇଥାନ୍ତି । ନିଜ ପରିବାରର ମାନ ସମ୍ମାନ ବଢାଇଥାନ୍ତି ।