ରାତିରେ ଶୋଇବା ପୂର୍ବରୁ କରିନିଅନ୍ତୁ ଏହି କାର୍ଯ୍ୟ ! ଜାଣନ୍ତୁ କଞ୍ଚାଲଙ୍କା ପଡିଥିବା ପାଣି ସେବନର ଚମତ୍କାରୀ ଫାଇଦା…

ବନ୍ଧୁଗଣ ଖାଦ୍ୟ ପ୍ରସ୍ତୁତ ସମୟରେ କଞ୍ଚାଲଙ୍କାର ବ୍ୟବହାର କରାଯାଇଥାଏ । ତେବେ ବହୁତ ଲୋକ ଖାଇବା ସମୟରେ କଞ୍ଚାଲଙ୍କାକୁ ଖାଇବାକୁ ପସନ୍ଦ ମଧ୍ୟ କରିଥାନ୍ତି । କଞ୍ଚାଲଙ୍କା ଦେହ ପାଇଁ ଭଲ ମଧ୍ୟ ଅଟେ । କଞ୍ଚାଲଙ୍କାରେ ଆଇରନ, ପ୍ରୋଟିନ, ପୋଟାସିୟମ ଭଳି ତତ୍ଵ ସବୁ ରହିଥାଏ । ତେବେ କଞ୍ଚାଲଙ୍କାକୁ ପାଣିରେ ପକାଇ ସେହି ପାଣିର ସେବନ କରିବା ଦ୍ଵାରା ଶରୀରକୁ କେଉଁ ସବୁ ଫାଇଦା ମିଳିଥାଏ ଆସନ୍ତୁ ଏଠାରେ ଜାଣିବା ।
ପ୍ରଥମେ 2 ଟି କଞ୍ଚାଲଙ୍କାକୁ ନେଇ ତାହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ତାପରେ ଲଙ୍କାକୁ ମଝିରୁ ଅଳ୍ପ କାଟିଦିଅନ୍ତୁ । ସେହି ଲଙ୍କାକୁ 1 ଗ୍ଳାସ ପାଣିରେ ପକାଇ ରାତି ସାରା ସେହିପରି ଛାଡି ଦିଅନ୍ତୁ । ସକାଳୁ ଉଠିବାର କିଛି ସମୟ ପରେ ସେହି ଲଙ୍କା ପଡିଥିବା ପାଣିର ସେବନ ଆପଣଙ୍କୁ କରିବାକୁ ପଡିବ । ଏହି ପାଣିର ସେବନ କରିବା ଦ୍ଵାରା ବ୍ୟକ୍ତିକୁ ବହୁ କିଛି ଫାଇଦା ମିଳିଥାଏ । ଯାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ତେବେ ସକାଳୁ ଉଠି ସେହି ପାଣିକୁ ପିଇବା ଦ୍ଵାରା ଦିନ ସାରା ଏନରଜେଟିକ ରହିଥାଏ । ଯାହା ଫଳରେ ଲୋକକୁ କୌଣସି ପ୍ରକାର ଦୁର୍ବଳତା ଓ ଥକାପଣ ଅନୁଭୂତ ହୋଇନଥାଏ । ଯଦି ଏହିପରି ଆପଣ ମାନେ ମଧ୍ୟ ରାତିରେ ଶୋଇବା ପୂର୍ବରୁ 1 ଗ୍ଳାସ ପାଣିରେ 2 ଟି କଞ୍ଚାଲଙ୍କାକୁ କାଟି ରାତି ସାରା ଲଙ୍କାକୁ ପାଣିରେ ଭେଦାଇ ରଖନ୍ତି । ସକାଳୁ ଉଠି ପାଣିରୁ ଲଙ୍କାକୁ କାଢି ସେହି ପାଣିର ସେବନ କେବଳ 4 ଦିନ ପର୍ଯ୍ୟନ୍ତ କରିଥାନ୍ତି ।
ତେବେ ବ୍ୟକ୍ତିର ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିବାକୁ ଲାଗିଥାଏ । ଯାହା ଫଳରେ ସେହି ବ୍ୟକ୍ତିକୁ ଅତି ସହଜରେ କୌଣସି ରୋଗବେମାରୀ ସଂକ୍ରମଣ କରିପାରିନଥାଏ । ଯାହା ଶରୀରକୁ ଅନେକ ପ୍ରକାର ରୋଗବେମାରୀ ସୁରକ୍ଷା ଦେଇପାରିଥାଏ । ଏହି ପାଣିର ସେବନ ଦ୍ଵାରା ଲିଭର ମଧ୍ୟ ହେଲଦି ରହିଥାଏ ।
ଲିଭରରେ କୌଣସି ପ୍ରକାର ସଂକ୍ରମଣ ହୋଇପାରିନଥାଏ । ତେଣୁ ଆପଣ ମାନେ ମଧ୍ୟ ଏହି ଘରୋଇ ଉପଚାରକୁ ନିହାତି ଥରେ କରି ଦେଖନ୍ତୁ । ଅତି କମ୍ ରେ ଆପଣଙ୍କୁ ଏହି ଉପଚାରକୁ 4 ଦିନ ପର୍ଯ୍ୟନ୍ତ କରି ସେହି ପାଣିକୁ ସକାଳୁ ଆପଣଙ୍କୁ ସେବନ କରିବାକୁ ପଡିବ । ଏହି ପାଣିର ସେବନ କରିବା ଦ୍ଵାରା ଯାହା ସବୁ ଫାଇଦା ହୋଇଥାଏ ତାହା ତ ଆପଣ ମାନଙ୍କୁ ଏଠାରେ କହିଲୁ । ଏହା ବହୁତ ଲାଭକାରୀ ହୋଇଥାଏ ।