IBN ଓଡ଼ିଶା ବ୍ୟୁରୋ

ଏହିପରି ପିନ୍ଧିଲେ ( ଚୁଡ଼ି ) ଅସୁବିଧାରେ ପଡ଼ିପାରନ୍ତି ସ୍ୱାମୀ,ଭାଇ ଏବଂ ବାପା…

ମହିଳା ମାନେ ନିଜ ହାତରେ ଭଳିକି ଭଳି ରଙ୍ଗବେରଙ୍ଗର ଚୁଡି ପିନ୍ଧିଥାନ୍ତି । ଏହା ତାଙ୍କ ହାତର କେବଳ ସୁନ୍ଦରତାକୁ ବୃଦ୍ଧି କରିନଥାଏ । ବଂର ମହିଳା ମାନେ ହାତରେ ଚୁଡି ପିନ୍ଧିବାକୁ ବହୁତ ଶୁଭ ବୋଲି ମାନାଯାଇଥାଏ । ଝିଅମାନେ ଚୁଡି ପିନ୍ଧିବା ଦ୍ଵାରା ତାଙ୍କ ବାପା, ଭାଇ ଏବଂ ସ୍ଵାମୀର ମଙ୍ଗଳ ହୋଇଥାଏ । ତେଣୁ ଚୁଡି ପିନ୍ଧିବାର ଏହି ସବୁ ନିୟମ ପ୍ରଥମେ ଜାଣି ତାପରେ ଚୁଡି ଲଗାଇବା ଦ୍ଵାରା ବହୁତ ମଙ୍ଗଳ ହୋଇଥାଏ ।

 

1- ବିବାହିତ ମହିଳା ମାନେ ହାତରେ ତମ୍ବା କି ରୂପାର ଚୁଡି ପିନ୍ଧିବା ଉଚିତ ହୋଇନଥାଏ । ଯଦି କୌଣସି କାରଣ ନିମନ୍ତେ ରୂପାର ଚୁଡି ପିନ୍ଧିବାର ଦରକାର ପଡିଥାଏ । ତେବେ କେବଳ ଗୋଟିଏ ହାତରେ ରୂପାର ଚୁଡି ପିନ୍ଧି ପାରିବେ । ନଚେତ ମହିଳା ମାନଙ୍କୁ ରୂପା କି ତମ୍ବାର ଚୁଡି ପିନ୍ଧିବା ଅନୁଚିତ ।

2- ଚୁଡି ଯେତେବେଳେ ପିନ୍ଧୁଛନ୍ତି । ସେତେବେଳେ ଏହି କଥାର ଧ୍ୟାନ ଅବଶ୍ୟ ରଖନ୍ତୁ । ଯେ ଦୁଇ ହାତରେ ସମାନ ପରିମାଣର ଚୁଡି ଲଗାଇବାକୁ ଅଶୁଭ ମାନାଯାଇଥାଏ । ତେଣୁ ଗୋଟେ ହାତରେ ଗୋଟିଏ ଚୁଡି ଅଧିକ ପିନ୍ଧିଥିବା ବେଳେ ଅନ୍ୟ ହାତରେ ଗୋଟିଏ ଚୁଡି କମ୍ କରି ପିନ୍ଧନ୍ତୁ ।

3- ମଙ୍ଗଳବାର ଓ ଗୁରୁବାରରେ ଜମାରୁ ମଧ୍ୟ ଚୁଡି ପିନ୍ଧନ୍ତୁ ନାହିଁ । ବା ସେହି ଦିନ ଜମାରୁ ନିଜ ହାତରୁ ଚୁଡି ଖୋଲନ୍ତୁ ନାହିଁ । ଏଥିସହ କେଶକୁ ମୁକୁଳା କରିକି ଚୁଡି ପିନ୍ଧନ୍ତୁ ନାହିଁ । କେଶକୁ ବାନ୍ଧି ତାପରେ ଯାଇ ଚୁଡି ପିନ୍ଧନ୍ତୁ ।

 

4- ଘରର ଚଉକାଠ ଅଥବା ଦୁଆର ବନ୍ଧ ଉପରେ ବସି ଭୁଲରେ ବି ଚୁଡି ମହିଳା ମାନେ ପିନ୍ଧିବା ଉଚିତ ହୋଇନଥାଏ । ତେଣୁ କବାଟର ବନ୍ଧ ତଳେ ବସି ଭୁଲରେ ବି ଚୁଡି ହାତରେ ପିନ୍ଧନ୍ତୁ ନାହିଁ । ନଚେତ ଗୃହକୁ କଷ୍ଟ ଆସିଥାଏ ।

5- ସନ୍ଧ୍ଯା ସମୟରେ ଚୁଡି ପିନ୍ଧିବାକୁ ବାରଣ କରାଯାଇଥାଏ । ତେଣୁ ସନ୍ଧ୍ଯା ଅର୍ଥାତ ସୂର୍ଯ୍ୟାସ୍ତ ସମୟରେ ମହିଳା ମାନେ ଚୁଡି ପିନ୍ଧନ୍ତୁ ନାହିଁ । ଯଦି ଅତି ଦରକାର ପଡିଥାଏ । ତେବେ ରାତ୍ରୀ ସମୟରେ ଚୁଡି ହାତରେ ପିନ୍ଧି ପାରିବେ ।

 

6- ଦକ୍ଷିଣକୁ ମୁହଁ କରି କେବେବି ଚୁଡି ପିନ୍ଧନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ । ନଚେତ ଘରକୁ ଦରିଦ୍ରତା ଆସିଥାଏ । ଚୁଡି ପିନ୍ଧି ସାରି ସଙ୍ଗେ ସଙ୍ଗେ ଯାଇ ହାତକୁ ଧୁଅନ୍ତୁ ନାହିଁ । ପ୍ରଥମେ ଚୁଡି ପିନ୍ଧି ନିଜ ପଣତ କାନିରେ ଚୁଡିକୁ ଶାଉଁଳି ଦିଅନ୍ତୁ । ତାପରେ ଯାଇ ଯାହା କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button