ହିମାଚଳ ପ୍ରଦେଶରେ ମହିଳା ଙ୍କ ପାଇଁ ରହିଛି ଏମିତି ଏକ ଅଜବ ନିୟମ ଯାହା ଦେଶର କେଉଁଠି ବି ଦେଖାଯାଏ ନାହିଁ ।
। ଆମ ଭାରତ ବର୍ଷରେ ଆମେ ଅନେକ ପ୍ରକାରର ଅଜବ ନିୟମ ଦେଖିଥାଉ । ବିଶେଷ କରି ମହିଳା ମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ନିୟମ ରହିଥାଏ । ହିମାଚଳ ପ୍ରଦେଶ ରେ ମହିଳାଙ୍କ ପାଇଁ ରହିଛି ଏକ ଅଜବ ନିୟମ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ବର୍ତ୍ତମାନର ଆଧୁନିକ ଯୁଗରେ ଆଧୁନିକ ପରମ୍ପରା ବିଷୟରେ ଶୁଣିବାକୁ ମିଳିଥାଏ ।
ହିମାଚଳ ପ୍ରଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ମହିଳା ମାନେ ନିର୍ଦ୍ଦିଷ୍ଟ ସମୟ ନିଜ ଶରୀରକୁ ଅନାବୃତ ରଖନ୍ତି । ବର୍ଷ ବର୍ଷ ଧରି ହିମାଚଳ ପ୍ରଦେଶର ମଣିକର୍ଣ୍ଣିକା ଘାଟ ରେ ଅବସ୍ଥିତ ଏକ ଛୋଟ ଗାଁ ପିନି ର ମହିଳା ମାନେ ଏଭଳି ଅଜବ ପରମ୍ପରା କୁ ପାଳନ କରି ଆସୁଛନ୍ତି । ବର୍ଷକର 5 ଦିନ ମହିଳା ମାନେ ନିଜକୁ ଅନାବୃତ ରଖିଥାନ୍ତି । ଆଉ ଏହି ସମୟରେ ମହିଳା ମାନେ ଘରୁ ବାହାରକୁ ବାହାରନ୍ତି ନାହିଁ ।
ଏହି 5 ଦିନ ପୁରୁଷଙ୍କୁ ମଧ୍ୟ କିଛି ନିୟମ ମାନିବାକୁ ପଡିଥାଏ । ଏହି ସମୟରେ ପୁରୁଷ ମାନେ ମଦ୍ୟପାନ ବା ଆମିଷ ଭୋଜନ କରିପାରିବେ ନାହିଁ । ଏହି ପରମ୍ପରା କୁ 3 ଗାଁ ର ଲୋକ ମାନେ ମାନି ଆସୁଛନ୍ତି । ଗାଁ ଲକ ମାନଙ୍କର ଧାରଣ ଅନୁଯାୟୀ ଯଦି ମହିଳା ମାନେ ଏହି ନିୟମ ନ ପାଳନ କରନ୍ତି ତେବେ ସେମାନଙ୍କୁ ଦୁଃସମ୍ବାଦ ଶୁଣିବାକୁ ମିଳିବ । ଶ୍ରାବଣ ମାସର 5 ଦିନ ପୁରୁଷ ମାନେ ଆମିଷ ଓ ମଦ୍ୟପାନ କରନ୍ତି ନାହିଁ ଏହି ଗାଁ ରେ ।
ଏମିତି କି ସେହି 5 ଦିନ ଯାଏଁ ସ୍ଵାମୀ ସ୍ତ୍ରୀ ପରସ୍ପର ର ମୁହଁ ଦେଖନ୍ତି ନାହିଁ କି କଥାବାର୍ତ୍ତା ହୁଅନ୍ତି ନାହିଁ । ଏପରି ବିଶ୍ଵାସ ଅଛି କି ଏହି ପରମ୍ପରା କୁ କେହି ଅବମାନନା କରିଲେ ତାର ଅନିଷ୍ଟ ହୋଇଥାଏ । ତେଣୁ ଏହି ପରମ୍ପରା କୁ ଏହି ଗାଁ ର ଲୋକ ମାନେ ମାନି ଆସୁଛନ୍ତି । ତେବେ ଏହି ପରମ୍ପରା ପଛରେ ଏକ ରୋଚକ କାହାଣୀ ରହିଛି । କୁହାଯାଏ ଅନେକ ବର୍ଷ ପୂର୍ବରୁ ପିନି ଗାଁ ଉପରେ ଆସୁରିକ ଶକ୍ତି ଙ୍କର ଆତଙ୍କ ଥିଲା ।
ସେଥିରୁ ମୁକ୍ତି ପାଇବା ପାଇଁ ଗାଁ ଲୋକ ମାନେ କିଛି ଏଭଳି ରାସ୍ତା ଆପଣେଇ ଥିଲେ । ପରବର୍ତ୍ତିଆ ସମୟରେ ଗାଁ ଲୋକ ମାନେ ଆସୁରିକ ଶକ୍ତି ରୁ ମୁକ୍ତି ପାଇଥିଲେ ଏଭଳି ନିୟମ ମାନିବା ପରେ । କାହିଁ କେଉଁ କାଳ ରୁ ଗାନ ଲୋକ ମାନେ ଏହି ପରମ୍ପରା କୁ ମାନି ଆସୁଛନ୍ତି । ଭାରତ ବର୍ଷ ରେ ଏମିତି ଅନେକ ଗାଁ ଅଛି ଯେଉଁଠି ଅଜବ ପ୍ରକାରର ନିୟମ ଦେଖିବାକୁ ମିଳିଥାଏ । କିନ୍ତୁ ପିନି ଗାଁ ର ଏହି ଅଜବ ନିୟମ କୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।