ଜଣେ ବାଳକକୁ ବି ବୁଢା କରିଦେଇଥାଏ ! ତାହା ହେଉଛି କଣ ?
ବର୍ତ୍ତମାନର ସମୟରେ ଲୋକ ଏତେ ମାତ୍ରାରେ ନିଜର କାମକୁ ନେଇ ବ୍ୟସ୍ତ ରହୁଛନ୍ତି । ଯେ ହସିବା କଣ ସେ ଭୁଲିଯାଇଛନ୍ତି । ତେଣୁ ଆମର କିଛି ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଢଗଢମାଳୀ ମାଧ୍ୟମରେ ଆପଣଙ୍କୁ ହସାଇବାର ଏକ ପ୍ରୟାସ କରିଛୁ । ଯାହା ଦ୍ଵାରା ଆପଣଙ୍କର ମନୋରଞ୍ଜନ ହେବା ସହ ଅନେକ କିଛି ଜ୍ଞାନ ମଧ୍ୟ ଏଥିରୁ ପାଇପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ତାହା ଆଲୋଚନା କରିବା ।
1- କଣ ଟାଣ ଖରାରେ ମଧ୍ୟ ଶୁଖିନଥାଏ ?
ଉତ୍ତର;- ଝାଳ ଟାଣ ଖରାରେ ମଧ୍ୟ ଶୁଖିନଥାଏ ।
2- ସୂର୍ଯ୍ୟ ପୃଥିବୀ ପୃଷ୍ଠରେ ଆଜି ପର୍ଯ୍ୟନ୍ତ କଣ ଦେଖିନାହିଁ ?
ଉତ୍ତର;- ସୂର୍ଯ୍ୟ ପୃଥିବୀ ପୃଷ୍ଠରେ ଆଜି ପର୍ଯ୍ୟନ୍ତ ଅନ୍ଧାରକୁ ଦେଖିନହିଁ ।
3- ଏମିତି କଣ ଅଛି ଯାହା ପାଣି ପିଇବା ଦ୍ଵାରା ମରି ଯାଇଥାଏ ?
ଉତ୍ତର;- ପାଣି ପିଇବା ଦ୍ଵାରା ଶୋଷ ମରିଯାଇଥାଏ ।
4- କେଉଁ ମାଛ ସମୁଦ୍ରରେ ପହଁରି ପାରିନଥାଏ ?
ଉତ୍ତର;- ସେଲଫିଶ ସମୁଦ୍ରରେ ପହଁରିପାରିନଥାଏ ।
5- ଯେଉଁଠି ଜଙ୍ଗଲ ଅଛି, ପାଣି ନାହିଁ, ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ, ସଡକ ଅଛି କିନ୍ତୁ ଗାଡି ନାହିଁ, ସହର ଅଛି କିନ୍ତୁ ଘର ନାହିଁ । ଏହା କେଉଁ ସ୍ଥାନ ?
ଉତ୍ତର;- ତାହା ହେଉଛି ମାନଚିତ୍ର ।
6- ଗାଈ କ୍ଷୀର ଦେଇଥାଏ, କୁକୁଡା ଅଣ୍ଡା ଦେଇଥାଏ । ଆପଣ କୁହନ୍ତୁ କିଏ ଅଛି ? ଜିଏକି ଅଣ୍ଡା ଓ କ୍ଷୀର ଦୁଇଟି ଯାକ ଦେଇଥାଏ ?
ଉତ୍ତର;- ସିଏ ହେଉଛନ୍ତି ଦୋକାନୀ ।
7- ଏମିତି କଣ ଯାହାର ଓଜନ କିଛି ନୁହେଁ, କିନ୍ତୁ କେହି ହେଲେ ତାକୁ ଅଧିକ ସମୟ ପର୍ଯ୍ୟନ୍ତ ଧରି ରଖିପାରନ୍ତି ନାହିଁ ?
ଉତ୍ତର;- ତାହା ହେଉଛି ଶ୍ଵାସ ପ୍ରଶ୍ଵାସ ।
8- ଏମିତି କଣ ଅଛି, ଯାହା ଆପଣଙ୍କୁ ନ ପଚାରିଲେ ମଧ୍ୟ ଆପଣ ତାହାର ଉତ୍ତର ଦେଇଥାନ୍ତି ?
ଉତ୍ତର;- ତାହା ହେଉଛି ଫୋନ କଲ୍ ।
9- ଏମିତି କଣ ଅଛି, ଯାହା ଆରମ୍ଭ ହେବା ମାତ୍ରେକେ ଡେଣା ନଥାଇ ମଧ୍ୟ ଉଡିବା ଆରମ୍ଭ କରିଦିଏ ?
ଉତ୍ତର;- ତାହା ହେଉଛି ଧୂଆଁ ।
10- ଏହା କଣ ଅଟେ ଯାହା ଜଣେ ବାଳକକୁ ବୃଦ୍ଧ କରାଇ ଦେଇଥାଏ ?
ଉତ୍ତର;- ତାହା ହେଉଛି ବୟସ । ଯାହାକି ଜଣେ ବାଳକକୁ ମଧ୍ୟ ଧୀରେ ଧୀରେ ବୃଦ୍ଧ କରାଇଦେଇଥାଏ ।