IBN ଓଡ଼ିଶା ବ୍ୟୁରୋ

ଘରର ମହିଳା ଏଭଳି ଶୋଇବା ଦ୍ଵାରା ଅଶୁଭ ହୋଇଥାଏ, ସେହି ଘରକୁ ମା’ ଲକ୍ଷ୍ମୀ ତ୍ୟାଗ କରନ୍ତି, ଆସିଥାଏ ଭୟଙ୍କର ଗରିବୀ !

ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ବହୁତ ସାରା ନିୟମ ଶାସ୍ତ୍ରରେ ବର୍ଣ୍ଣିତ କରାଯାଇଛି । ଯାହାକୁ ପାଳନ କରି ଆମେ ଆମର ନୀତିଦିନିଆ କାର୍ଯ୍ୟ କରିବା ଦ୍ଵାରା ଜୀବନ ଅଧିକ ସୁଖ ଓ ଶାନ୍ତିମୟ ହୋଇଥାଏ । ବ୍ୟକ୍ତି କିଭଳି ଭାବେ ନିଜର ଶରୀରକୁ ସ୍ବଚ୍ଛ ରଖି ନିଜ ଜୀବନକୁ ସରସ ସୁନ୍ଦର କରିପାରିବ । ତାହା ବିଷୟରେ କିଛି ଶାସ୍ତ୍ର ସମ୍ବଦ୍ଧୀୟ ନୀତି ବର୍ଣ୍ଣନା କରିବା ପାଇଁ ଯାଉଛୁ । ମନୁଷ୍ୟଙ୍କୁ ନିତ୍ୟ ସ୍ନାନ କରିବା ଉଚିତ ।

 

ସ୍ନାନ କରିବା ପରେ ହିଁ ମନୁଷ୍ୟ ଦେବକାର୍ଯ୍ୟ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ନିଜକୁ ଶୁଦ୍ଧ ଭାବରେ ପ୍ରସ୍ତୁତ କରିପାରିଥାଏ । ସ୍ନାନ ନକରି ଭୋଜନ କିମ୍ବା ପୂଜାପାଠ ଆସି କାର୍ଯ୍ୟ କରିବା ଅନୁଚିତ । ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ନିଜର କେଶ କଟାଇବା ଅନୁଚିତ । ମଙ୍ଗଳବାର କେଶ କାଟିବା ଦ୍ଵାରା ଜୀବନରେ ଝଗଡା, ବାଦ ବିବାଦ ସବୁବେଳେ ଲାଗି ରୁହେ । ଗୁରୁବାର କେଶ କାଟିବା ଦ୍ଵାରା ଧନ ସମ୍ପତ୍ତିର ନାଶ ହୋଇଥାଏ ।

ଶନିବାର କେଶ କାଟିବା ଦ୍ଵାରା ଅଶୁଭ ଘଟଣା ଜୀବନରେ ଘଟିବାକୁ ଲାଗେ । ତେବେ ଏହି 3 ବାରକୁ ଛାଡି ଅନ୍ୟ ବାର ମାନଙ୍କରେ ଆରାମରେ ନିଜର ଚୁଟି କାଟିପାରିବେ । ବିଶେଷ କରି ଶୁକ୍ରବାର ଦିନକୁ ଚୁଟି କାଟିବା ପାଇଁ ଶ୍ରେଷ୍ଠ ବାର କୁହାଯାଇଥାଏ । ପବିତ୍ର ଓଷାବାର ଦିନ, ଅମାବାସ୍ୟା, ଗ୍ରହଣ ଓ ପୂର୍ଣ୍ଣମୀ ତିଥିରେ କେଶ କାଟିବାକୁ ଅଶୁଭ କୁହାଯାଇଥାଏ । ଏହି ସବୁ ଦିନ ମାନଙ୍କରେ ଚୁଟି କାଟିବା ଦ୍ଵାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button