IBN ଓଡ଼ିଶା ବ୍ୟୁରୋ

Vastu Tips- ଘର ର ମୁଖ୍ୟ ଦ୍ଵାର ରେ ଭୁଲ୍ ରେ ବି ରଖନ୍ତୁ ନାହିଁ ଏହି ଜିନିଷ, ରାଗି ଯାଆନ୍ତି ମା’ ଲକ୍ଷ୍ମୀ

ନମସ୍କାର ବନ୍ଧୁଗଣ ଘରର ଦ୍ୱାର ରେ ଯଦି ଏହି ଜିନିଷ ରଖିଛନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେବି ଆସିବେ ନାହିଁ ଏବଂ ଆପଣଙ୍କ ଘରେ ଧନ ସମୃଦ୍ଧି ମଧ୍ୟ ବଢିବ ନାହିଁ । ସେହି ଘରର ଲୋକେ ସବୁବେଳେ ଚିନ୍ତା ରେ ରହିଥାନ୍ତି ଏବଂ କଳି ଝଗଡା ଏବଂ ଅସୁସ୍ଥତା ଲାଗି ରହିଥାଏ ।

ତେବେ ଆସନ୍ତୁ ଜାଣିନେବା ଘରର ଦ୍ୱାର ରେ କେଉଁ ଜିନିଷ କୁ ରଖୁବା ଉଚିତ ନୁହେଁ । ଘରର ମୁଖ୍ୟ ଦ୍ୱାର ହିଁ ଘରେ ନକରାତ୍ମକ ଏବଂ ସକରାତ୍ମକ ଉର୍ଜା କୁ ଆଣିଥାଏ । ଯଦି ମୁଖ୍ୟ ଦ୍ୱାର ର ବାସ୍ତୁ ଠିକ ହୋଇ ନଥିବ ତେବେ ଘରକୁ ନକରାତ୍ମକ ଉର୍ଜା ଆକର୍ଷିତ ହୋଇଥାନ୍ତି ।

ଏହା ଦ୍ୱାରା ଘରେ ଝଗଡା ଦୁଃଖ ଅଶାନ୍ତ ଆଦି ହୋଇଥାଏ । ଏହା ଛଡା ଧନ ର ହାନି ମଧ୍ୟ ହୋଇଥାଏ । ସେଥିପାଇଁ ଘରର ମୁଖ୍ୟ ଦ୍ୱାର ର ବାସ୍ତୁ କୁ ଠିକ କରିବା ଉଚିତ ଏବଂ ଆବଶ୍ୟକ । ବାସ୍ତୁ କୁ ସଠିକ ଭାବେ ରଖିବା ଉଚିତ ଯାହା ଦ୍ୱାରା ଘରେ ସୁଖ ସମୃଦ୍ଧି ଏବଂ ସକରାତ୍ମକ ଉର୍ଜା କୁ ଆକର୍ଷିତ କରିଥାଏ ।

୧- ପ୍ରଥମ ରେ ହେଉଛି ଆପଣ ମାନେ ଆପଣଙ୍କ ଘରର ମୁଖ୍ୟ ଦ୍ୱାର କୁ ସର୍ଵଦା ସଫା ସୁତୁରା ରଖିବା ଉଚିତ । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନ ସମୃଦ୍ଧି ବଢିବା ସହ ସକରାତ୍ମକ ଉର୍ଜା ମଧ୍ୟ ଆସିଥାଏ । ଯାହା ଦ୍ୱାରା ଘରେ ଶାନ୍ତି ଏବଂ ଖୁସି ର ବାତାବରଣ ରହିଥାଏ । ତେଣୁ ସର୍ଵଦା ଘରର ମୁଖ୍ୟ ଦ୍ୱାର କୁ ପରିଷ୍କାର ରଖିବା ଉଚିତ ।

୨- ଦ୍ଵିତୀୟ ରେ ହେଉଛି ଘରର ମୁଖ୍ୟ ଦ୍ୱାର କୁ କେବେବି ଅନ୍ଧାର ରଖନ୍ତୁ ନାହିଁ । ସର୍ଵଦା ଲାଇଟ କିମ୍ବା ଏକ ଦୀପ ଲଗାଇ ଦେବା ଉଚିତ । ଘରର ମୁଖ୍ୟ ଦ୍ୱାର କୁ ଅନ୍ଧାର ରଖିଲେ ନକରାତ୍ମକ ଉର୍ଜା ଆକର୍ଷିତ ହୋଇଥାନ୍ତି ତେଣୁ ମୁଖ୍ୟ ଦ୍ୱାର କୁ ସର୍ଵଦା ଆଲୋକିତ କରି ରଖିବା ଉଚିତ ।

୩- ତୃତୀୟ ରେ ହେଉଛି ଘରର ଦ୍ୱାର ରେ ଗଣେଶଙ୍କ ଫୋଟୋ କିମ୍ବା ମାତା ଲକ୍ଷ୍ମୀ ଙ୍କ ପାଦୁକା ଦ୍ୱୟ କୁ ଲଗାଇବା ଘର ପାଇଁ ବହୁତ ଶୁଭ ହୋଇଥାଏ । ତେଣୁ ଏହା ଲଗାଇ ରଖିବା ଉଚିତ । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଧନ ର ଲାଭ ହେବ ।

୪- ଚତୁର୍ଥ ରେ ହେଉଛି ଘରର ମୁଖ୍ୟ ଦ୍ୱାର କୁ ସଜାଇବା ପାଇଁ ବିଭିନ୍ନ ଫୁଲ ର ଗଛ ଲଗାଇବା ଉଚିତ । କିନ୍ତୁ ଗୋଲାପ ଭଳି କଣ୍ଟା ଜାତୀୟ ଗଛ କୁ ଲଗାଇବା ଉଚିତ ନୁହେଁ ସର୍ଵଦା ଭଲ ଏବଂ ବିନା କଣ୍ଟା ଥିବା ଗଛ ଲଗାଇବା ଉଚିତ ଏବଂ ଘରର ବାସ୍ତୁ କୁ ଠିକ ରଖିବା ପାଇଁ ଘର ବାହାରେ ତୁଳସୀ ଗଛ ଲଗାଇବା ଉଚିତ ଏହା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସେ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।

୫- ପଞ୍ଚମ ରେ ହେଉଛି ଘରର ପ୍ରବେଶ ଦ୍ୱାର କୁ ସର୍ଵଦା ହାଲକା ରଙ୍ଗ ଲଗାଇବା ଉଚିତ । କେବେବି କଳା ରଙ୍ଗ କିମ୍ବା ଗାଢ଼ ରଙ୍ଗ ଦେବା ଉଚିତ ନୁହେଁ ଏହା ଦ୍ୱାରା ନକରାତ୍ମକ ଉର୍ଜା ଆକର୍ଷିତ ହୋଇଥାନ୍ତି । ଏହି ସବୁ ଉପାୟ କରିବା ଆବଶ୍ୟକ ବାସ୍ତୁ ସଠିକ ରଖିବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button