ରାଜ୍ୟ

ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ମୁକୁଟ ପିନ୍ଧିଲେ କାହ୍ନୁ

ରଭଙ୍ଗା :ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ଭାବେ କୁଶଙ୍ଗ ପଞ୍ଚାୟତ ସମିତି ସଭ୍ୟ କାହ୍ନୁ ଚରଣ ନାଥ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି। କାହ୍ନୁ ଉପାଧ୍ୟକ୍ଷ ମୁକୁଟ ପିନ୍ଧିବା ପରେ ଦଳୀୟକର୍ମୀ ଶୁଭେଛୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଥାଉ କି ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସରୋଜ ପ୍ରଧାନ ବୌଦ୍ଧ ବିଧାୟକ ଭାବେ ନିର୍ବାଚିତ ପରେ ସେ ଏହି ପଦରୁ ଇସ୍ତଫା ଦେଇ ଥିଲେ।

ଫଳରେ ଏହି ପଦବୀ ଖାଲି ପଡ଼ିଥିଲା। ଏହି ପଦବୀ ପୂରଣ ପାଇଁ ଆଜି ଉପାଧ୍ୟକ୍ଷ ଉପନିର୍ବାଚନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଉପାଧ୍ୟକ୍ଷ ଆସନ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀଭାବେ କାହ୍ନୁଚରଣ ନାଥ ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିଲେ। ଫଳରେ ହରଭଙ୍ଗା ବ୍ଲକରେ ବିଜେପି ସମର୍ଥିତ ଅଧ୍ୟକ୍ଷା ସହିତ ଉପାଧ୍ୟକ୍ଷ ଦଳ ହାତେଇ ନିଜର ରାଜନୈତିକ ପାତିଆରାକୁ ବଲବତର ରଖିବାରେ ସକ୍ଷମ ହୋଇପାରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button