IBN ଓଡ଼ିଶା ବ୍ୟୁରୋ

ରେଳବାଇରେ ବାହାରିଛି ନିଯୁକ୍ତି ସୁଯୋଗ, ହଜାରେ ଉପରେ ପଦବୀ ଖାଲି

ରେଳବାଇରେ ବାହାରିଛି ନିଯୁକ୍ତି ସୁଯୋଗ । ଏକାଥରେ ହଜାରେ ଉପରେ ପଦ ଖାଲି। ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ତୁରନ୍ତ ଆବେଦନ କରନ୍ତୁ। ଏଥିନିମନ୍ତେ ସେମାନେ indianrailways.gov.in ୱେବସାଇଟ୍କୁ ଯାଇ ଆବେଦନ କରି ପାରିବେ। ରେଳବାଇର ପାରା ମେଡିକାଲ ପଦ ୧୩୭୬ଟି ଖାଲି ରହିଛି

ଖାଲିଥିବା ପଦବୀ

ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ – ୭୧୩

ହେଲଥ୍ ଆଣ୍ଡ ମ୍ୟାଲେରିଆ ଇନ୍ସପେକ୍ଟର-୧୨୬

ଡାଏଟିସିଆନ-୫

ଫିଲ୍ଡ ୱାର୍କର-୧୯

ଲାବରୋଟ୍ରୋରୀ ଆସିଷ୍ଟାଣ୍ଟ-୯୪

ଇସିଜି ଟେକନିସିଅନ- ୧୩

optometrist -୪

କାର୍ଡିଆକ୍ ଟେକନିସିଆନ-୪

ସ୍ପିଚ ଥେରାପିଷ୍ଟ- ୧

ରେଡିଓଗ୍ରାଫର ଏକ୍ସ ଟେକନିସିଆନ- ୬୪

ଫାର୍ମାସିଷ୍ଟ-୨୪୬

ଫିଜିଓଥେରାପିଷ୍ଟ- ୨୦

କ୍ଲିନିକାଲ ସାଇକୋଲୋଜିଷ୍ଟ-୭

ଡାଏଲସିସି ଟେକନିସିଆନ-୨୦

ଲାବରୋଟୋରି

ଅକ୍ୟୁପେସନାଲ ଥେରାପିଷ୍ଟ-୨ ଆଦି ବହୁ ପଦ ଖାଲି ପଡ଼ିଛି।

ଏଥିନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଏହା ସେପ୍ଟେମ୍ବର ୧୬ ତାରିଖ ଯାଏ ଚାଲିବ । ଆବେଦନ ପରେ କୌଣସି ପ୍ରକାର ତ୍ରୁଟି ସଂଶୋଧନ କରିବାକୁ ଚାହୁଁଥିଲେ ସେପ୍ଟେମ୍ବର ୧୭ରୁ ୨୬ ସେପ୍ଟେମ୍ବର ଯାଏ Correction Window ଖୋଲା ରହିବ ।

କିପରି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀ କେବଳ ଅନଲାଇନ୍ରେ ହିଁ ଆବେଦନ କରି ପାରିବେ। ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ । ବିଭିନ୍ନ ପଦ ନିମନ୍ତେ ଆବେଦନ ବୟସ ଭିନ୍ନ ଭିନ୍ନ ରହିଛି।

ପରୀକ୍ଷା ଅନଲାଇନ୍ ମୋଡରେ ହେବ । ଯେଉଁମାନେ ଅନଲାଇନ୍ ପରୀକ୍ଷାରେ ପାସ୍ କରିବେ ସେମାନଙ୍କୁ ମେଡିକାଲ ପରୀକ୍ଷା ନିମନ୍ତେ ଡକାଯିବ । ମେଡିକାଲ ପରୀକ୍ଷାରେ ପାସ୍ କରିବା ପରେ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବ । ଏହାପରେ ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚିତ ଘୋଷଣା କରାଯିବ ।

ଆବେଦନ ଶୁଳ୍କ

ସାଧାରଣ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ଆବେଦନ ଶୁଳ୍କକୁ ୫ଶହ ଟଙ୍କା ରଖାଯାଇଛି। ଅନୁସୂଚିତ ଜାତି, ଜନଜାତି ତଥା ଅଥଇକ ଅନଗ୍ରସର ଶ୍ରେଣୀର ପ୍ରାର୍ଥୀଙ୍କ ନିମନ୍ତେ ଏହି ରାଶି ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଆବେଦନ ଶୁଳ୍କ କେବଳ ଅନଲାଇନ୍ରେ ହିଁ ପଇଠ କରିବାକୁ ପଡ଼ିବ ।

ରେଳବାଇ ପାରା ମେଡିକାଲ ପଦ ନିମନ୍ତେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜେ ଚାହୁଁଥିବା ପଦ ନିମନ୍ତେ ବୟସ ସୀମା ଓ ଯୋଗ୍ୟତାର ବିସ୍ତୃତ ସୂଚନା ରେଳବାଇର ୱେବସାଇଟ୍ରୁ ଜାଣି ରଖିବା ଉଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button