ଦେଶ

ରାମ ମନ୍ଦିର ପାଇଁ ୪୦୦ କେଜି ଓଜନର ତାଲା ତିଆରି କଲେ ଆଲିଗଡ଼ର କାରିଗର – Ibnodisha

[ad_1]

ଆଗ୍ରା: ଆଲିଗଡ଼ର ଜଣେ ୬୬ ବର୍ଷୀୟ ତାଲା କାରିଗର ଅଯୋଧ୍ୟା ରାମ ମନ୍ଦିର ପାଇଁ ୪୦୦ କେଜି ଓଜନ, ୧୦ ଫୁଟ୍ ଉଚ୍ଚା, ୪.୬ ଫୁଟ୍ ଚଉଡ଼ା ଓ ୯.୫ ଇଞ୍ଚ ମୋଟେଇ ବିଶିଷ୍ଟ ଏକ ବିରାଟ ତାଲା ତିଆରି କରିଛନ୍ତି। ସତ୍ୟ ପ୍ରକାଶ ଶର୍ମା ନାମକ ଉକ୍ତ କାରିଗର ଏହାକୁ ବିଶ୍ବର ବୃହତ୍ତମ ହାତତିଆରି ତାଲା ବୋଲି କହିଛନ୍ତି। ୨ ଲକ୍ଷ ଟଙ୍କାରେ ତିଆରି ଏହି ତାଲାରେ ଭଗବାନ୍ ଶ୍ରୀରାମଙ୍କ ଛବି ରହିଛି। ଶର୍ମା ଏହାକୁ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟକୁ ଉପହାର ଭାବେ ଦେବା ପାଇଁ ଚାହୁଛନ୍ତି, ଯାହାକୁ ମନ୍ଦିର ପରିସରରେ ରଖାଯିବ। ନିଜ ଘରେ ଏକ ଛୋଟ ତାଲା ତିଆରି ୟୁନିଟ୍ ଚଳାଉଥିବା ନୌରଙ୍ଗାବାଦ କଲୋନିର କାରିଗର କହିଛନ୍ତି ଯେ ସେ ପିଲାଦିନୁ ତାଲା ତିଆରି କରି ଆସୁଛନ୍ତି। ତାଲାଟିକୁ ବର୍ତ୍ତମାନ ତାଙ୍କ ଘର ବାହାର ଅଗଣାରେ ରଖାଯାଇଛି ଏବଂ ସେ ଏହାର ଅନ୍ତିମ କାମ କରୁଛନ୍ତି। ମନ୍ଦିର ଟ୍ରଷ୍ଟର ସଦସ୍ୟ ଡ ଅନିଲ ମିଶ୍ର କହିଛନ୍ତି, ତାଲାଟି ଗ୍ରହଣ କରାଯାଇ ପାରିବ କି ନାହିଁ ସେ ବିଷୟରେ କାରିଗର ଜଣକ ଟ୍ରଷ୍ଟ ସହ କଥାବାର୍ତ୍ତା କରିବା ଉଚିତ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button