ସ୍ୱାସ୍ଥ୍ୟ

ଗର୍ଭବତୀ ମହିଳା ମାନେ ଗର୍ଭାବସ୍ଥାରେ ପିଜୁଳୀ ଖାଇବା ଠିକ ନା ଭୁଲ !

ପିଜୁଳୀ ଏକ ସ୍ଵାସ୍ଥକର ଖାଦ୍ୟ ହୋଇଥାଏ । ପିଜୁଳୀ ଖାଇବା ଦ୍ଵାରା ଶରୀରକୁ ଅନେକ ଲାଭକାରୀ ଫାଇଦା ମଧ୍ୟ ମିଳିଥାଏ । ତେବେ ମହିଳା ପ୍ରେଗନେଣ୍ଟ ଥିବା ସମୟରେ ପିଜୁଳୀ ଖାଇବା ଉଚିତ ନା ଅନୁଚିତ ସେହି ବିଷୟରେ ଡାକ୍ତର ସୁପ୍ରିୟା ପୁରାନିକଙ୍କ ପ୍ରତକ୍ରିୟାରୁ ଜାଣିବା । ତେବେ ଡାକ୍ତରଙ୍କ କହିବା ମୁତାବିକ ପ୍ରେଗନେନ୍ସି ସମୟରେ ଗର୍ଭବତୀ ମହିଳାଙ୍କୁ ପିଜୁଳୀ ଖାଇବାକୁ ମନା କରାଯାଇଥାଏ । କାରଣ ପିଜୁଳୀ ଖାଇବା ଦ୍ଵାରା ମହିଳାଙ୍କୁ ଅଧିକ ସର୍ଦ୍ଧୀକାଶ ହୋଇଥାଏ ।

 

ତାଙ୍କ ଆପେଣ୍ଡିକ୍ଷ ଉପରେ କୁପ୍ରଭାବ ପଡିଥାଏ ବୋଲି ଲୋକଙ୍କର ଧାରଣା ରହିଥାଏ । ତେବେ ଯଦି କହିବାକୁ ଯିବା । ପିଜୁଳୀରେ ଭରପୁର ମାତ୍ରାରେ ଭିଟାମିନ, ମିନେରାଲ, କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ଵ ରହିଥାଏ । ଯାହାକି ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ପିଜୁଳୀରେ ଭିଟାମିନ-e ରହିଥାଏ । ଯଦି ଗର୍ଭବତୀ ମହିଳା ପିଜୁଳୀର ସେବନ କରିଥାନ୍ତି । ତେବେ ତାଙ୍କ ଗର୍ଭରେ ଥିବା ପିଲାର ଶାରୀରିକ ଅଭିବୃଦ୍ଧି ଭଲ ହୋଇଥାଏ ।

ପିଜୁଳୀରେ ଭିଟାମିନ-c ଓ ଫୋଲିକ ଏସିଡ ମଧ୍ୟ ରହିଥାଏ । ଗର୍ଭସ୍ତ ସନ୍ତାନରେ ରକ୍ତ ସଂଚାଳନ ଭଲ ଭାବେ ହୋଇପାରିଥାଏ । ଏଥିସହ ସନ୍ତାନର ସ୍ନାୟୁର ଗଠନ ଭଲ ଭାବେ ହେବାକୁ ଲାଗେ । ଗର୍ଭବତୀ ମହିଳା ପିଜୁଳୀର ସେବନ କରିବା ଦ୍ଵାରା ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଯାହା ଦ୍ଵାରା କୌଣସି ରୋଗ ଦ୍ଵାରା ମହିଳା ଶୀଘ୍ର ସଂକ୍ରମିତ ହୋଇନଥାଏ । ବ୍ଲଡ଼ପ୍ରେସର ମଧ୍ୟ ନିୟନ୍ତ୍ରଣ ହୋଇ ରହିଥାଏ ।

 

ଲେଷ୍ଟ୍ରଲ କମ କରିଥାଏ । ପିଜୁଳୀର ସେବନ ଦ୍ଵାରା ଗର୍ଭବତୀ ମହିଳାର ଗର୍ଭପାତ ହେବାର ସମ୍ଭାବନା ମଧ୍ୟ କମ୍ ହୋଇଯାଇଥାଏ । ପିଜୁଳୀର ସେବନ ଦ୍ଵାରା ପାଚନ ଶକ୍ତି ମଧ୍ୟ ଭଲ ଭାବେ ହୋଇଥାଏ । ତେଣୁ ଖାଦ୍ୟ ଶୀଘ୍ର ହଜମ ହୋଇଯାଇଥାଏ । କାରଣ ପିଜୁଳୀରେ ଭଲ ମାତ୍ରାରେ ପାଣି ଓ ଫାଇବର ରହିଥାଏ । ପିଜୁଳୀରେ ଭିଟାମିନ-a, c ଓ e ରହୁଥିବାରୁ ଏହା ତ୍ଵଚା ଓ କେଶ ପାଇଁ ମଧ୍ୟ ବହୁତ ଲାଭକାରୀ ରହିଥାଏ ।

ଗର୍ଭବସ୍ତାରେ ଅନେକ ମହିଳାଙ୍କ ଠାରେ ଡାଏବେଟିସ ଓ ବ୍ଲଡ଼ପ୍ରେସର ହାଇ ରହିବାର ସମ୍ଭାବନା ରହିଥାଏ । ଯଦି ଜଣେ ଗର୍ଭବତୀ ମହିଳା ପ୍ରତିଦିନ ଗୋଟିଏ ଲେଖାଏଁ ପିଜୁଳୀର ସେବନ କରିବ । ତେବେ ସେମାନଙ୍କର ଡାଏବେଟିସ କି ବ୍ଲଡ଼ପ୍ରେସର ଜନିତ ସମସ୍ଯାର ସାମ୍ନା କରିବାକୁ ପଡିନଥାଏ । ଏଥିସହ ପିଜୁଳୀର ସେବନ କରିବା ଦ୍ଵାରା ଉପୋରୋକ୍ତ ଅନେକ ଫାଇଦା ମଧ୍ୟ ପ୍ରେଗନେଣ୍ଟ ମହିଳା ଓ ତାହାର ଗର୍ଭସ୍ଥ ସନ୍ତାନଙ୍କୁ ମଧ୍ୟ ମିଳିପାରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button