IBN ଓଡ଼ିଶା ବ୍ୟୁରୋ

ମାସିକଧର୍ମ ଶୀଘ୍ର ଆଣିବାର ସହଜ ଘରୋଇ ଉପାୟ,

ମହିଳାଙ୍କର ହେଉଥିବା ଋତୁସ୍ରାବ ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ । ତେବେ ଯେଉଁ ମାନଙ୍କର ପିରିୟଡ୍ସ ଅନିୟମିତ ଭାବେ ହେଉଛି । ସଠିକ ସମୟରେ ନହୋଇ ପିରିୟଡ୍ସ ହେବାକୁ ବିଳମ୍ବ ହେଉଥାଏ । ତେବେ ଠିକ ସମୟରେ ପିରିୟଡ୍ସ ନହେଲେ ସେମାନଙ୍କୁ ବହୁତ ପୀଡା ମଧ୍ୟ ସହିବାକୁ ଏଥିପାଇଁ ପଡିଥାଏ । ତେବେ ପିରିୟଡ୍ସ ଶୀଘ୍ର ଆଣିବାର ସହଜ ଘରୋଇ ଉପଚାର ବିଷୟରେ ଏଠାରେ କହିବୁ । ଯାହାର ସେବନ କରି ଆପଣ ନିଜର ଠିକ ସମୟରେ ନିୟମିତ ଭାବେ ପିରିୟଡ୍ସକୁ ଆଣିପାରିବେ ।

 

ତେବେ ଏହି ଉପଚାର କରିବା ପାଇଁ ପ୍ରଥମେ ଆବଶ୍ୟକ ଥିବା ସାମଗ୍ରୀଟି ହେଉଛି ଡାଲଚିନୀ । କାରଣ ଡାଲଚିନୀ ଶରୀରର ତାପମାତ୍ରାକୁ ବଢାଇଥାଏ । ପିରିୟଡ୍ସକୁ ଜଲ୍ଦି ଆଣିବାରେ ମଧ୍ୟ ଅନେକ ସାହାଜ୍ଯ କରିଥାଏ । ଆପଣ ସେହି ଡାଲଚିନିକୁ ଆଣି ତାହାକୁ ଗ୍ରାଇଣ୍ଡିଙ୍ଗ କରି ତାହାର ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ତାପରେ ଏକ ଗ୍ଳାସ କ୍ଷୀର ମଧ୍ୟ ଦରକାର ପଡିବ ।

କ୍ଷୀର ଅଳ୍ପ ଉଷୁମ କରିଦିଅନ୍ତୁ । ଆପଣ ସେହି 1 ଗ୍ଳାସ କ୍ଷୀରରେ ଅଧା ଚାମଚ ଡାଲଚିନୀ ଗୁଣ୍ଡକୁ ମିଶାଇ ଦିଅନ୍ତୁ । ତାହାକୁ ଭଲ ଭାବେ ଗୋଳାଇ ଏହି ରେମିଡିକୁ ସଂପୂର୍ଣ୍ଣ କରନ୍ତୁ । ତେବେ ଯେଉଁ ମହିଳାଙ୍କ ପିରିୟଡ୍ସ ହେବାରେ ବିଳମ୍ବ ହେଉଥିବ । ସେମାନେ ସକାଳୁ ଖାଇସାରିବା ପରେ ଓ ସନ୍ଧ୍ଯା ବେଳେ ଖାଇସାରିବା ପରେ ଏହି ଉପଚାର ପ୍ରସ୍ତୁତ କରି ତାହାର ସେବନ କରନ୍ତୁ । ବହୁତ ଶୀଘ୍ର ହିଁ ତାଙ୍କର ପିରିୟଡ୍ସ ହୋଇଯିବ ।

 

ଏହାଛଡା ପିରିୟଡ୍ସ ଠିକ ସମୟରେ ଆଣିବାକୁ ଚାହୁଁଥିଲେ । ଅଧିକ ଥଣ୍ଡା ଜିନିଷର ସେବନ କରନ୍ତୁ ନାହିଁ । ଯେଉଁ ମହିଳା ମାନଙ୍କୁ ଜଲ୍ଦି ପିରିୟଡ୍ସ ଆଣିବାରେ ଥିବ । ସେମାନେ ପାଖାପାଖି 15 ଦିନ ପୂର୍ବରୁ ଏହାକୁ ସେବନ କରନ୍ତୁ । କିଛି ଦିନ ମଧ୍ୟରେ ହିଁ ପିରିୟଡ୍ସ ହୋଇଯିବ ।

ଏହା ଶରୀରରେ ମଧ୍ୟ କୌଣସି ସାଇଡଇଫେକ୍ଟ ଦେଖାଏ ନାହିଁ । ହେଲେ ପିରିୟଡ୍ସ ଜଲ୍ଦି ଆଣିବା ପାଇଁ ଅନେକ ମହିଳା ଅନେକ ପ୍ରକାର ମେଡ଼ିସିନର ମଧ୍ୟ ସେବନ କରିଦେଇଥାନ୍ତି । ହେଲେ କିଛି ସମୟରେ ସେହି ମେଡ଼ିସିନ ଶରୀରରେ ସାଇଡଇଫେକ୍ଟ ମଧ୍ୟ କରାଇଥାଏ । ହେଲେ ଡାଲଚିନି ଓ କ୍ଷୀରରୁ ଯେଉଁ ପ୍ରାକୃତିକ ଉପଚାରଟି କରିବ । ତାହା ବହୁତ ପ୍ରଭାବଶାଳୀ ଅଟେ । ଏହା ଦ୍ଵାରା ପିରିୟଡ୍ସ ନିୟମିତ ଭାବେ ହେବା ସହ ଶରୀରକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button