ପିରିୟଡ୍ସ ପୂର୍ବରୁ ବ୍ରେଷ୍ଟରେ ଯନ୍ତ୍ରଣା କାହିଁକି ଅନୁଭୂତ ହୋଇଥାଏ ? କିପରି ଏହାକୁ ଠିକ କରିବେ ?

କାରଣ ପିରିୟଡ୍ସ ସମୟରେ ଅନେକ ମହିଳାଙ୍କ ଶରୀରରେ ହରମୋନର ଅସନ୍ତୁଳନ କାରଣରୁ ବ୍ରେଷ୍ଟରେ ପେନ୍ ହୋଇଥାଏ । ବ୍ରେଷ୍ଟ ସେହି ସମୟରେ ବହୁତ ଭାରୀ ମଧ୍ୟ ଫିଲ୍ ହୋଇଥାଏ । ଏମିତିକି ବ୍ରେଷ୍ଟକୁ ଛୁଇଁଲା ମାତ୍ରେ ଦରଜ ଲାଗିଥାଏ । ଏହା ପିରିୟଡ୍ସ ହେବାର ପୂର୍ବ ଲକ୍ଷଣ ହୋଇଥାଏ । ବ୍ରେଷ୍ଟରେ ପେନ୍ ହେବାର କାରଣ ମଧ୍ୟ ଏହିପରି କିଛି ରହିଥାଏ । ଯେପରି ବଡିରେ ହରମୋନର ଅସନ୍ତୁଳନ ରହିବା ।
ତେବେ ଏହି ସମୟରେ ନିଜ ଖାଦ୍ୟ ଉପରେ ଅଧିକ ଧ୍ୟାନ ରଖନ୍ତୁ । ଯେପରି ଅତ୍ୟଧିକ ମିଠା କି ଲୁଣ ଜାତୀୟ ଖାଦ୍ୟର ଇଗନୋର କରନ୍ତୁ । ଚା’ ଓ କଫିର ମଧ୍ୟ ସେବନ କମ ପରିମାଣରେ କିମ୍ବା ବିଲକୁଲ ବି କରନ୍ତୁ ନାହିଁ । ଜଙ୍କ ଫୁଡ ଓ ତେଲଜାତୀୟ ଖାଦ୍ୟ ଠାରୁ ଯଥା ସମ୍ଭବ ନିଜକୁ ଦୂରେଇ ରଖନ୍ତୁ । ପ୍ରତିଦିନ ନିୟମିତ ରୂପେ ଏକସରସାଇଜ କରନ୍ତୁ । ଏହା ଶରୀର ପାଇଁ ବହୁତ ଭଲ ହୋଇଥାଏ ।
ତେବେ ଏହି ସବୁ କଥା ଉପରେ ଧ୍ୟାନ ରଖିବା ସତ୍ବେ ଯଦି ଆପଣଙ୍କର ପିରିୟଡ୍ସ ପୂର୍ବରୁ ବ୍ରେଷ୍ଟରେ ହେଉଥିବା ଯନ୍ତ୍ରଣା ଅଧିକ ବଢିଯାଇଥାଏ । ବା ପିରିୟଡ୍ସ ଆରମ୍ଭ ହୋଇ ସରିଯାଇଥିଲେ ମଧ୍ୟ ଯନ୍ତ୍ରଣାରୁ ଉପଶମ ମିଳିନଥାଏ । ତେବେ ନିହାତି ଭାବେ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ । ଏହା ଆପଣଙ୍କ ସ୍ଵାସ୍ଥ ପାଇଁ ଭଲ ଅଟେ ।