IBN ଓଡ଼ିଶା ବ୍ୟୁରୋ

ପାଉଁଜି ଏବଂ ଝୁଣ୍ଟିଆ ସ୍ୱାମୀ ଜୀବନରେ ଆଣେ ଦୁଃଖ ଏବଂ କଷ୍ଟ…

ଏପରି ପାଉଁଜି ଓ ଝୁଣ୍ଟିଆ ଭୁଲରେ ବି ପିନ୍ଧନ୍ତୁ ନାହିଁ । ଯାହାକି ବିପଦକୁ ଡାକି ଆଣିଥାଏ । ହଁ ବନ୍ଧୁଗଣ ଭାରତୀୟ ମହିଳାଙ୍କର ବେଶଭୁଶା ଓ ପରିଧାନ ଦୁନିଆରେ ସବୁଠାରୁ ନିଆରା ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ବିବାହିତା ମହିଳା ମାନେ ଯଦି ପାଦରେ ଝୁଣ୍ଟିଆ ଓ ପାଉଁଜି ପିନ୍ଧିଥାନ୍ତି । ତେବେ ତାହା ମହିଳାର ସୁନ୍ଦରତା ବଢାଇବା ସହ ସେହି ଘରେ ସକାରାତ୍ମକ ଊର୍ଜାର ବୃଦ୍ଧି ଘଟିଥାଏ । ଯାହାକି ପରିବେଶରେ ଶୁଦ୍ଧ ବାତାବରଣ ଆଣିବା ସହ ଘରର ଉନ୍ନତି କରିଥାଏ ।

 

ହେଲେ ପାଉଁଜି ଓ ଝୁଣ୍ଟିଆର ଭୁଲ ଭାବେ ପରିଧାନ ଘରକୁ ନେଗେଟିଭ ଏନର୍ଜିକୁ ଆମନ୍ତ୍ରିତ କରିଥାଏ । ଯାହାକି ଘରକୁ ବିପଦକୁ ଡାକି ଆଣିବା ଭଳି ହୋଇଥାଏ । ତେଣୁ ଜ୍ଯୋତିଷ ଶାସ୍ତ୍ରରେ ଝୁଣ୍ଟିଆ ଓ ପାଉଁଜି କିପରି ଭାବେ ମହିଳା ମାନେ ପିନ୍ଧିବା ଉଚିତ ବୋଲି ବର୍ଣ୍ଣିତ ହୋଇଛି ଚାଲନ୍ତୁ ଜାଣିବା ।

1- ମହିଳା ମାନେ ନିଜର ପିନ୍ଧା ପାଉଁଜି ଓ ଝୁଣ୍ଟିଆକୁ ଅନ୍ୟ କୌଣସି ଲୋକଙ୍କୁ ପିନ୍ଧିବାକୁ ଦିଅନ୍ତୁ ନାହିଁ । ନଚେତ ଏହା ସେହି ମହିଳାଙ୍କ ସ୍ଵାମୀର ଆୟୂଷ ଓ ସ୍ଵାସ୍ଥ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ଛଡା ଘରକୁ କଳହ ଓ ଅଶାନ୍ତି ମଧ୍ୟ ଆସିଥାଏ ।

 

2- ମହିଳା ମାନେ ପିନ୍ଧିଥିବା ପାଉଁଜିର ଶବ୍ଦ ଯଦି ଶୁଣାଯାଇନଥାଏ । ତେବେ ଏହାକୁ ଭଲ ବିବେଚନା କରାଯାଇନଥାଏ । କାରଣ ଛିଡିଭାଙ୍ଗି ଯାଇଥିବା ପାଉଁଜି କି ଝୁଣ୍ଟିଆ ମହିଳା ମାନେ ପାଦରେ ପିନ୍ଧିବା ଶୁଭ ହୋଇନଥାଏ । ଏହା ଘରର ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ତେଣୁ ଭଲ ଓ ମଧୁର ଧ୍ୱନି ବାହାରୁଥିବା ପାଉଁଜିର ମହିଳା ମାନେ ପିନ୍ଧନ୍ତୁ । ଯାହା ଦ୍ଵାରା ସେହି ଘର ଉପରକୁ ମାତା ଲକ୍ଷ୍ମୀକର ଶୁଭ ଦ୍ରୁଷ୍ଟି ପଡିଥାଏ ।

3- ଯଦି ରାସ୍ତାଘାଟରେ ଯିବା ସମୟରେ ଝୁଣ୍ଟିଆ କି ପାଉଁଜି ପଡିଥିବାର କେଉଁଠାରେ ଦେଖିବାକୁ ପାଇଥାନ୍ତି । ତେବେ ଏଭଳି ଜିନିଷକୁ ଉଠାଇ ନିଜ ଘରକୁ ଭୁଲରେ ବି ଆଣନ୍ତୁ ନାହିଁ । ଏହା ଘର ପାଇଁ ଜମାରୁ ଭଲ ହୋଇନଥାଏ । କାରଣ ଏପରି ରାସ୍ତାରେ ପଡିଥିବା ଝୁଣ୍ଟିଆ କି ପାଉଁଜିରେ ତନ୍ତ୍ର କି ଗୁଣୀଗାରେଡିର ପ୍ରୟୋଗ କରାଯାଇପାରେ । ତେଣୁ ବାହାରେ ପଡିଥିବା ଅନ୍ୟ କାହାର ପାଉଁଜି କି ଝୁଣ୍ଟିଆକୁ ନିଜ ଘରକୁ ଆଣନ୍ତୁ ନାହିଁ ।

 

4-ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଶରୀରର ସମସ୍ତ ହାଡ ଠାରୁ ନେଇକି ଗର୍ଭାଶୟ ମଧ୍ୟ ମଜଭୁତ ହୋଇଥାଏ । ମହିଳାଙ୍କ ମାସିକ ଧର୍ମ ଠିକ ଭାବେ ହୋଇଥାଏ ।

5- ବିବାହିତା ମହିଳା ନିଜ ପାଦରେ ପାଉଁଜି ଓ ଝୁଣ୍ଟିଆ ଲଗାଇବା ଦ୍ଵାରା ପାଉଁଜିର ସେହି ମଧୁର ଧ୍ୱନି ଦ୍ଵାରା ତାଙ୍କ ସ୍ଵାମୀ ତାଙ୍କ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି । ଯାହା ଦ୍ଵାରା ଦାମ୍ପତ୍ୟ ଜୀବନ ମଧ୍ୟ ମଧୁର ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button