IBN ଓଡ଼ିଶା ବ୍ୟୁରୋ

ମୁହଁରେ ବ୍ରଣ ସମସ୍ଯା ପାଇଁ ଅଧିକ ଚିନ୍ତିତ ରହୁଛନ୍ତି କି ! ମୁହଁର ବ୍ରଣ ସମସ୍ଯା ଦୂର କିପରି କରିବେ ?

ଯୁବାବସ୍ଥାରେ ବ୍ରଣ ହେବା ଏକ ସାଧାରଣ ସମସ୍ଯା ଅଟେ । ଏହା ମୁଖ୍ୟତଃ ଯୌବନର ଆରମ୍ଭରେ ପୁରୁଷ ଏବଂ ମହିଳା ଠାରେ ଦେଖାଯାଏ । ମୁହଁରେ ବ୍ରଣ ବାହାରିବା ଦ୍ଵାରା ଅନେକ ପିଲା ଏଥିପାଇଁ ଅଧିକ ଚିନ୍ତିତ ହୋଇପଡିଥାନ୍ତି । ତେବେ ବ୍ରଣ ସମସ୍ଯାକୁ କିଭଳି ଭାବେ ଦୂର କରିବା ଏ ସମ୍ପର୍କରେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର କୁମାର ଅଭିଷେକଙ୍କ ମୁହଁରୁ ଜାଣିବା । ତେବେ ଡାକ୍ତରଙ୍କ କହିବା ଆଧାରରେ ବ୍ରଣ ହେଲେ ଅନେକ ପିଲା ତାକୁ ଚିପିକି ବାହାର କରିବାକୁ ଚାହିଁଥାନ୍ତି ।

 

ଯାହା ଦ୍ଵାରା ସେହି ସ୍ଥାନରେ କଳାଦାଗ ହୋଇବା ସହ ସେଠାରେ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଥାଏ । ଯାହାକୁ ଆକନିସ୍କାର ବୋଲି କହିଥାଉ । ତେଣୁ ବ୍ରଣ ହେଲେ ସେହି ସ୍ଥାନରେ ହାତ ମାରନ୍ତୁ ନାହିଁ । ବିଶେଷତଃ ପିଲା ଯୌବନ ଅବସ୍ଥା କୁ ଗଲା ପରେ ତା’ ର ଶରୀରରେ ଅନେକ ପ୍ରକାର ହରମୋନର ଇମବାଲାନ୍ସ ହୋଇଥାଏ । ଯାହା ଦ୍ଵାରା ମୁହଁରେ ବ୍ରଣ ବାହାରିଥାଏ । ଜୀବନଶୈଳୀରେ ମଧ୍ୟ ଅସନ୍ତୁଳନ ଦେଖାଗଲେ, ମୁହଁରେ ବ୍ରଣ ବାହାରିଥାଏ ।

ଯେପରି ଯେଉଁ ମାନେ ଅଧିକ ଷ୍ଟ୍ରେସ ନେଇଥାନ୍ତି । ସେମାନଙ୍କ ଠାରେ ବ୍ରଣ ଦେଖାଦିଏ । ଜଙ୍କ ଫୁଡ୍, ଅଏଲି ଫୁଡ୍, ଅଧିକ କ୍ଷୀର ଜାତୀୟ ଦ୍ରବ୍ୟ ଖାଇବା କି ଅତ୍ୟଧିକ ସୁଗାର ଫୁଡ୍ ଭଳି ବାହାରର ଖାଦ୍ୟକୁ ଯେଉଁମାନେ ଅଧିକ ଖାଇବାକୁ ପସନ୍ଦ କରନ୍ତି । ସେମାନଙ୍କ ମୁହଁରେ ବ୍ରଣ ବାହାରେ । ବ୍ରଣ ହେଲେ ବହୁତ ପିଲା ଯେକୌଣସି କ୍ରିମ, ବ କୌଣସି ଉପଚାର କରିକି ତାହାକୁ ଭଲ କରିବାକୁ ଚେଷ୍ଟା କରନ୍ତି ।

 

ହେଲେ ଏହା ଦ୍ଵାରା ଅନେକ ସମୟରେ ବ୍ରଣ ଭଲ ହେବା ବଦଳରେ ଓଲଟା ଅଧିକ ହୋଇଯାଇଥାଏ । ଯଦି କୌଣସି ଘରୋଇ ଉପଚାର ଦ୍ଵାରା ବ୍ରଣ ଭଲ କରିବାକୁ ଚାହୁଁଥାନ୍ତି । ତେବେ ତାହା ଅଧିକ ସାବଧାନୀ ସହ ବ୍ୟବହାର କରିବା ଦରକାର । ତେଣୁ ଯଦି ମୁହଁରେ ସିଭିୟର ବ୍ରଣ ସମସ୍ଯା ରହୁଥାଏ ।

ତେବେ କୌଣସି ବିଶିଷ୍ଟ ସ୍କିନ ସ୍ପେଶାଳିଷ୍ଟଙ୍କ ଠାରୁ ପରାମର୍ଶ ନେଇ ବ୍ରଣ ସମସ୍ଯାକୁ ଦୂରେଇବା ଉଚିତ । ସାବୁନ ଚେହେରାରେ ଲଗାଇଲେ ତାହା ଅଧିକ ଡ୍ରାଏ ହୋଇବା ସହ ତା’ ର ପିଏଚ ମଧ୍ୟ ବଦଳିଯାଇଥାଏ । ଯାହା ଦ୍ଵାରା ଅଧିକ ବ୍ରଣ ମୁହଁରେ ସୃଷ୍ଟି ହୋଇଥାଏ । ତେଣୁ ମୁହଁରେ ସାବୁନ ଲଗାଇବା ଆଭୋଏଡ କରିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button