IBN ଓଡ଼ିଶା ବ୍ୟୁରୋ

ନଦୀକୁ ଖସିଲା ବସ, ୧୪ ଭାରତୀୟ ମୃତ

ନେପାଳ: ନେପାଳରେ ଅଘଟଣ । ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍‌ ନଦୀକୁ ଖସିପଡିଲା । ଫଳରେ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଶୁକ୍ରବାର ପୋଖରାରୁ ନେପାଳ କାଠମାଣ୍ଡୁକୁ ଯାଉଥିବା ଏକ ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହାର ନମ୍ବର UP(ଉତ୍ତରପ୍ରଦେଶ) FT 7623 ମାର୍ସାଙ୍ଗଗଡ଼ି ନଦୀକୁ ଖସିପଡିଛି ।

ଫଳରେ ସେଥିରେ ଯାଉଥିବା ସମସ୍ତ ଭାରତୀୟଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି ।

ତେବେ ଭାରତୀୟ ଯାତ୍ରୀ ମାନେ ପୋଖରାର ମଝେରି ରିସୋର୍ଟରେ ରହିଥିବା ବେଳେ ଆଜି ସକାଳେ ବସ ଯୋଗେ କାଠମାଣ୍ଡୁକୁ ଯାତ୍ର ଆରମ୍ଭ କରିଥିଲେ ।

#ନଦୀକୁ_ଖସିଲା_ବସ୍‌
-ନେପାଳ: ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍‌ ନଦୀକୁ ଖସିଲା
-ନେପାଳ ମାର୍ସାଙ୍ଗଗଡ଼ି ନଦୀକୁ ଖସିଲା ଯାତ୍ରୀବାହୀ ବସ୍
-କାଠମାଣ୍ଡୁରୁ ପୋଖରା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ
-ବସ୍‌ର ସମସ୍ତ ଯାତ୍ରୀ ଭାରତୀୟ ଥିବା ପ୍ରାଥମିକ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button