ସ୍ୱାସ୍ଥ୍ୟ

ଡାଇବେଟିସ ରୋଗୀଙ୍କ ପାଇଁ ଜହର ହେଉଛି ଏହି ସବୁ ପରିବା ! 10 ଟି Vegetables ଠାରୁ ନିଜକୁ ଦୂରେଇ ରଖନ୍ତୁ !

ଡାଇବେଟିସ ରୋଗୀଙ୍କୁ ସର୍ବଦା ଖାଉଥିବା ଖାଦ୍ଯର ଧ୍ୟାନ ରଖିବା ସହ ଏହାର ପରଖ ରଖିବା ଦରକାର କି ସେମାନେ ଖାଉଥିବା ଖାଦ୍ୟରେ ସୁଗାର ମାତ୍ରା କେତେ ରହିଛି । ସବୁଠାରୁ ସ୍ଵାସ୍ଥ୍ୟକର ପନିପରିବା ହୋଇଥାଏ ବୋଲି କୁହାଯାଏ । କିନ୍ତୁ କଣ ଆପଣ ଜାଣନ୍ତି ପନିପରିବା ମଧ୍ୟରେ ବି ରହିଛି ସୁଗାର ମାତ୍ରା ତେଣୁ ଆପଣଙ୍କୁ ଜାଣିବା ଦରକାର ଆପଣଙ୍କୁ ଡାଇବେଟିସ ହୋଇଥିଲେ ଆପଣ କେଉଁ ପରିବା ଖାଇବା ଦ୍ଵାରା ଆପଣଙ୍କ ଡାଇବେଟିସ ନ ବଢି ନିୟନ୍ତ୍ରଣରେ ରହିବ ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହିସବୁ ପରିବା ସମ୍ପର୍କରେ ।

 

ଆଳୁ: ଷ୍ଟାର୍ଚ ଯୁକ୍ତ ପରିବା ଡାଇବେଟିସ ରୋଗୀଙ୍କୁ ବିଲକୁଲ ମଧ୍ୟ ଖାଇବା ଉଚିତ ହୋଇନଥାଏ । ଷ୍ଟାର୍ଚ ଅଧିକ ମାତ୍ରାରେ ରହିଥାଏ ଆଳୁରେ ତେଣୁ ଡାଇବେଟିସ ରୋଗୀ ଆଳୁ ଠାରୁ ଦୂରେଇ ରହିବା ଦରକାର । ମକା: ଯଦି ଆପଣଙ୍କୁ ଡାଇବେଟିସ ହୋଇଛି ତେବେ ଆପଣ ମକା ଖାଇବା ଉଚିତ ନୁହେଁ । ଗ୍ରୀନ ମଟର: ଡାଇବେଟିସ ରୋଗୀଙ୍କ ପାଇଁ ଏହା ମଧ୍ୟ ଖାଇବା ଉଚିତ ନୁହେଁ । କାରଣ ଏଥିରେ ମଧ୍ୟ ଷ୍ଟାର୍ଚ ରହିଛି ।

ମଟରରେ ହାଇ କାର୍ବୋହାଇଡ୍ରେଟ ରହିଥାଏ । କେବଳ ଏକ କପ ମଟରରେ 20 ଗ୍ରାମ କବ୍ସ ରହିଥାଏ । ଏହା ଆପଣଙ୍କ ପାଚନ ସ୍ୱାସ୍ଥ୍ୟକୁ ବିଗାଡି ଦେଇଥାନ୍ତି । ତେଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ସ୍ଵାସ୍ଥ୍ୟକର ପରିବା ଅଟେ ନାହିଁ । ଆପଣ ଏହା ବଦଳରେ ମସୁର ଡାଲି କିମ୍ବା ଚଣା ନେଇପାରିବେ । କନ୍ଦମୂଳ: ଏହା ବ୍ଲଡ଼ ସୁଗାର ଲେବଲ ବଢାଇ ଦେଇଥାଏ । ଏଥିରେ ହାଇ ଗ୍ଲାଇସେମିକ ଇଣ୍ଡେକ୍ସ ରହିଥାଏ ।

 

ଏହା ଆଲୁ ଠାରୁ ମଧ୍ୟ ଅଧିକ ଷ୍ଟାର୍ଚ ଯୁକ୍ତ ଅଟେ । ମୂଳା: ଏଥିରେ ମଧ୍ୟ ସୁଗାର ମାତ୍ରା ରହିଛି । ତେଣୁ ଏହା ଡାଇବେଟିସ ରୋଗୀଙ୍କ ପାଇଁ ନୁହେଁ । ଏହାକୁ ଖାଇବା ଦ୍ଵାରା ବ୍ଲଡ଼ ସୁଗାର ଅଚାନକ ଭାବରେ ବଢିଯାଇଥାଏ । ସୁଗାର ବଢିବା ଦ୍ଵାରା ଡାଇବେଟିସରେ ପୀଡିତ ଥିବା ଲୋକ ବହୁତ ଅଧିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଭୋଗ କରିଥାନ୍ତି ।

ଡାଇବେଟିସ ରୋଗୀଙ୍କ ପାଇଁ ବ୍ରୋକଲି, ବନ୍ଧାକୋବି ଏବଂ ଫୁଲକୋବି ଭଲ ହୋଇଥାଏ । ଭେଣ୍ଡି ମଧ୍ୟ ଡାଇବେଟିସ ରୋଗୀ ଖାଇପାରିବେ । ଡାଇବେଟିସ ଏକବାଡ ରୋଗ ନୁହେଁ କିନ୍ତୁ ଏହା ବଡ ହୋଇପାରେ ଯଦି ଆପଣ ଏହା ସହ ଲଢିବା ପାଇଁ ସଠିକ ତଥ୍ୟ ନ ରଖିବେ । ତେଣୁ ଆପଣଙ୍କୁ ସବୁବେଳେ ଧ୍ୟାନ ରଖିବା ଜରୁରୀ ହୋଇଥାଏ ଆପଣ କେଉଁ ଖାଦ୍ଯ ଖାଇବା ଉଚିତ ଏବଂ ଅନୁଚିତ ।

 

ଏହାର ଜ୍ଞାନ ଆପଣ ଡାକ୍ତରଙ୍କ ଠାରୁ ନେଇପାରିବେ । ନଚେତ ଆପଣଙ୍କ ଡାଇବେଟିସ ବଢିବା କମିବା ଭିତରେ ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ଏବଂ ଆପଣଙ୍କ ପାଇଁ ଉପଯୋଗୀ ହେଉଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button