IBN ଓଡ଼ିଶା ବ୍ୟୁରୋ

କଞ୍ଚା ରଶୁଣ ଖାଇବାର ଜାଣି ନିଅନ୍ତୁ ଚମତ୍କାରୀ ସ୍ଵାସ୍ଥଗତ ଫାଇଦା ! ରଶୁଣର ଫାଇଦା ଓ କ୍ଷତି !

ନମସ୍କାର ବନ୍ଧୁଗଣ, କଞ୍ଚା ରସୁଣର ସେବନ ଆପଣଙ୍କ ଶରୀରକୁ ରଖିବ ସୁସ୍ଥ । ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିବ । ରସୁଣ ଖାଇବା ଦ୍ଵାରା ଆପଣଙ୍କୁ କଣ ଫାଇଦା ମିଳିଥାଏ ଏବଂ ଆପଣଙ୍କୁ ରସୁଣ କିଭଳି ଖାଇବା ଆବଶ୍ୟକ, ଏହା ସହିତ ଆପଣଙ୍କୁ କଣ ଧ୍ୟାନ ରଖିବା ଜରୁରୀ ହୋଇଥାଏ ଏହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ । ତେବେ ଆସନ୍ତୁ ଜାଣିବା କଞ୍ଚା ରସୁଣ କିଭଳି ଆମ ଶରୀରକୁ ବିନା କୌଣସି କ୍ଷତି ପହଞ୍ଚାଇ ଦେଇଥାଏ ଅମୂଲ୍ୟ ଫାଇଦା ଏବଂ ଅନେକ ରୋଗରୁ ମୁକ୍ତି ।

 

ରସୁଣ ଆମ ସମସ୍ତଙ୍କ ଘରେ ଅତି ସହଜରେ ମିଳିଯାଇଥାଏ । ଏହାର ମୂଲ୍ୟ ମଧ୍ୟ ବେଶୀ ହୋଇନଥାଏ । ଯେତିକି ଆପଣଙ୍କୁ ମେଡିକାଲ ଦୌଉଡି ଖର୍ଚ୍ଚ କରିବାକୁ ପଡିଥାଏ ତାଠାରୁ ବହୁତ କମ ଏହାର ଖର୍ଚ୍ଚ । ରସୁଣ ଆମକୁ ବହୁତ ରୋଗରୁ ବଞ୍ଚାଇବା ସହ ତୁରନ୍ତ ମଧ୍ୟ ଆମକୁ ସୁସ୍ଥ କରିଦେଇଥାଏ । ରସୁଣରେ ମାଙ୍ଗାନିଜ, ଭିଟାମିନ-b1,ଭିଟାମିନ-b2, ଭିଟାମିନ-c, ସେଲେନିୟମ, ଫାଇବର, ଆଇରନ, ଜିଙ୍କ, କ୍ୟାଲସିୟମ, ଫସଫରସ ଏବଂ ବହୁତ ସାରା ନ୍ୟୁଟ୍ରିଏଣ୍ଟ ମଧ୍ୟ ରହିଛି । ରସୁଣ ଆପଣଙ୍କ ହାର୍ଟ ପାଇଁ ବହୁତ ଅଧିକ ଫାଇଦା ଆଣିଦେଇଥାଏ ।

ଆପଣଙ୍କ ହାର୍ଟ ମଧ୍ୟରେ ହେଉଥିବା ବ୍ଲଡ଼ ସରକୁଲେସନକୁ ରସୁଣ ଭଲ ରଖିଥାଏ । ହାଇ କୋଲେଷ୍ଟ୍ରଲ ଅସୁବିଧା ରହିଥିବା ବ୍ୟକ୍ତି, ଏବଂ ଆଟ୍ରି ମଧ୍ୟରେ ବ୍ଲକେଜର ସମସ୍ୟା, ହାଇ ବ୍ଲଡ଼ ପ୍ରେସର ସମସ୍ୟା ରହିଛି ତେବେ ଆପଣଙ୍କ ପାଇଁ ରସୁଣ ବହୁତ ଲାଭଦାୟୀ ଅଟେ । ରସୁଣରେ ଏକ ଆଣ୍ଟିଆକ୍ସିଡେଣ୍ଟ ରହିଛି । ଯାହା ହେଉଛି ଏଲସିନ ।

 

ଏହା ଆପଣଙ୍କ ହାର୍ଟର ପୁରା ସରକୁଲେଟୋରି ସିଷ୍ଟମକୁ ଭଲ ରହିଥାଏ ସୁସ୍ଥ ରଖିଥାଏ ଏବଂ ସକ୍ରିୟ କରିଦେଇଥାଏ । ରସୁଣ ଆପଣ ନିୟମିତ ଖାଇବା ଦ୍ଵାରା ଆପଣଙ୍କ କୋଲେଷ୍ଟ୍ରଲ ଲେବଲ ସବୁବେଳେ ନିୟନ୍ତ୍ରଣରେ ରହିଥାଏ । ରସୁଣ ଆପଣଙ୍କ ଶରୀରରେ ରହିଥିବା ଖରାପ କୋଲୋଷ୍ଟ୍ରଲ LDLକୁ କମାଇଥାଏ ଏବଂ ଭଲ କୋଲେଷ୍ଟ୍ରଲ HDLର ମାତ୍ରାକୁ ବଢାଇଥାଏ । ଆପଣଙ୍କ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ରହିବା ଦ୍ଵାରା ହାର୍ଟ ଆଟାକର ଆଶଙ୍କା ନଥାଏ ।

ରସୁଣ ପଚନ ତନ୍ତ୍ର ପାଇଁ ମଧ୍ୟ ବହୁତ ଅଧିକ ଲାଭକାରୀ ସିଦ୍ଧ ହୋଇଥାଏ । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହ ଆପଣଙ୍କ ଲିଭରକୁ ବି ସୁସ୍ଥ ରଖିଥାଏ । ପରିସ୍ରା ଜନିତ ସମସ୍ଯା ଥିଲେ ତାହାକୁ ମଧ୍ୟ ଦୂର କରିଥାଏ ରସୁଣ । ଆପଣ ରାତିରେ ଏକ କପ ପାଣିରେ ଚାରି ପାଖୁଡା ରସୁଣକୁ ଭିଯାଇ ଦିଅନ୍ତୁ ।

 

ସକାଳେ ଆପଣ ଖାଲି ପେଟରେ ବତୁରି ଯାଇଥିବା ଏହି ରସୁଣକୁ ଅଳ୍ପ ଅଳ୍ପ କରି ଚୋବାଇ କଞ୍ଚା ଖାଇବା ଉଚିତ । ଏହା ସହିତ ପାଣି ପିଇବା ମଧ୍ୟ ଜରୁରୀ । ଯଦି ଆପଣ ଏଭଳି ନ ଖାଇ ପାରୁଛନ୍ତି ତେବେ ଆପଣ ଏକ ଚାମଚ ମହୁ ସହ ବି ଏହାକୁ ଚୋବାଇ ଖାଇପାରିବେ । ପାଟିରୁ ଗନ୍ଧ ନ ଆସିବା ପାଇଁ ରସୁଣ ଖାଇସାରି ଆପଣ ଶୁଖିଲା ଧନିଆ ଖାଇପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।                 —

Related Articles

Leave a Reply

Your email address will not be published. Required fields are marked *

Back to top button