IBN ଓଡ଼ିଶା ବ୍ୟୁରୋ

ଚେହେରାକୁ ସୁନ୍ଦର ଓ ଚମକଦାର କରିବା ପାଇଁ ଜାଣି ରଖନ୍ତୁ, ଏହି ବିଶେଷ Beauty Tips! ମାତ୍ର କିଛି ଦିନ ମଧ୍ୟରେ… ଚେହେରାକୁ ଚାନ୍ଦ ଭଳି ଚମକାନ୍ତୁ

ନିଜ ଚେହେରାକୁ ଚିକ୍କଣ ଏବଂ ଉଜ୍ଵଳ କରିବା ପାଇଁ ଝିଅମାନେ ବହୁତ ପଇସା ଖର୍ଚ୍ଚ କରୁଛନ୍ତି । ତଥାପି କାହାକୁ ସଙ୍ଗେ ସଙ୍ଗେ ଗ୍ଲୋ ମିଳିପାରୁ ନାହିଁ । ନିହାତି ଭାବରେ ଦୁଇ ଦିନ କିମ୍ବା ତିନି ଦିନ ପରେ ମୁହଁରେ ଚମକ ଆସୁଛି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଥିବା ଉପାୟ ଦ୍ଵାରା ଆପଣଙ୍କ ମୁହଁ ମାତ୍ର 30 ମିନିଟରେ ଫେସିଆଲ ଭଳି ଚମକ ଆଣିଦେବ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହାକୁ ଆପଣ କିଭଳି ପ୍ରସ୍ତୁତ କରିବେ ।

 

ଆପଣ ପ୍ରଥମେ ଗୋଟିଏ ଆଳୁକୁ ଭଲ ଭାବରେ ଧୋଇ ତାହାକୁ ଘସାରେ ଘସି କୋରା ବାହାର କରନ୍ତୁ । ଏହାକୁ ଆପଣ ଏକ ସଫା କପଡାରେ ରଖି ଚୁପୁଡି ଦିଅନ୍ତୁ ଏବଂ ରସ ବାହାର କରନ୍ତୁ । ଆଳୁ ଆପଣଙ୍କ ଚେହେରାକୁ ଉଜ୍ଵଳ କରାଇବାର କ୍ଷମତା ରଖିଥାଏ । ଆଳୁ ଭିତରେ ରହିଥିବା ଷ୍ଟାର୍ଚକୁ ଆଣ୍ଟି ଏଜିଙ୍ଗ ଠାରୁ ମଧ୍ୟ ରକ୍ଷା କରିଥାଏ । ଏହାପରେ ଆପଣ ଏଥିରେ ଦୁଇ ଚାମଚ ବିଲାତି ରସ ମିଶାନ୍ତୁ ।

ଯେଉଁଭଳି ଆପଣ ଆଳୁର ରସ ବାହାର କଲେ ସେହିଭଳି ଆପଣ ବିଲାତି ରସ ବାହାର କରିବେ । ଆଳୁ ଏବଂ ବିଲାତି ରସର ମିଶ୍ରଣରେ ଆପଣ ଏକ ଚାମଚ ମୁଲତାନି ମାଟି ମିଶାନ୍ତୁ । ମୁଲତାନି ମାଟି ଆପଣଙ୍କ ଚେହେରାକୁ ପରିଷ୍କାର କରିବାର କାମ କରିଥାଏ । ଏହି ତିନୋଟି ଜିନିଷର ମିଶ୍ରଣ ପରେ ଆପଣ ଏଥିରେ ଦେଢ ଚାମଚ ବେସନ ମିଶାନ୍ତୁ ।

 

ଏହିସବୁ ପରେ ଆପଣ ଏଥିରେ ଅଧା ଲେମ୍ବୁର ରସ ମିଶାନ୍ତୁ । ଏଥିରେ ଭିଟାମିନ-c ରହିଥାଏ ଯାହା ବ୍ଲିଚକୁ ବହୁତ ଭଲରେ ଆକ୍ଟିଭ କରିଦେଇଥାଏ । ଯଦି ଆପଣଙ୍କ ଚେହେରାରେ ବହୁତ ଅଧିକ ବ୍ରଣ ହୋଇଥିବ କିମ୍ବା ସେନ୍ସିଟିଭ ହୋଇଥିବ ତେବେ ଆପଣ ଏଥିରେ ଲେମ୍ବୁ ନ ମିଶାଇଲେ ଚଳିବ । ଏହା ବଦଳରେ ଆପଣ ବ୍ୟବହାର କରିପାରିବେ ଗୋଲାପ ଜଳ ।

ସବୁର ମିଶ୍ରଣ ପରେ ଆପଣ ଏହାକୁ 1 ରୁ 2 ମିନିଟ ଆକ୍ଟିଭ ହେବା ପାଇଁ ଛାଡି ଦିଅନ୍ତୁ । ଏହାକୁ ଲଗାଇବା ପୂର୍ବରୁ ଆପଣ ନିଜର ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏବଂ ଏହାକୁ ଆପଣଙ୍କ ମୁହରେ ତିନି ରୁ ଚାରି ପରସ୍ତ ଲଗାନ୍ତୁ । ଏହାକୁ ଲଗାଇ ସାରିବା ପରେ ଆପଣ ଏହାକୁ ଅଧଘଣ୍ଟା ସୁଖିବା ପାଇଁ ଛାଡି ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ସ୍କିନରେ ଟାଇଟନିଙ୍ଗ ଏବଂ ଚମକ ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button