ଲଜ୍ୟାହୀନ ହୋଇ କରନ୍ତୁ ଏହି କାମ, ସଫଳତା ନିଶ୍ଚୟ ମିଳିବ-
ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ବଚନ ବର୍ଣିତ ଚାଣକ୍ୟ ନୀତି ଗ୍ରନ୍ଥ ଆନୁଯାୟୀ ଆପଣଙ୍କୁ ଏକ କାର୍ଯ୍ୟ ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ଯାହାକୁ ଆପଣ ବୀନା ଲାଜରେ ଯଦି ଥରେ କରିଦେବେ ତେବେ ଆପଣଙ୍କ ଅନେକ ଦିନର ଆଶା ଇଚ୍ଛା ସଫଳ ହେବ ଏବଂ ଆପଣ ଜୀବନରେ ସବୁ ପ୍ରକାର ସୁଖ ସୁବିଧାକୁ ହାସଲ କରିନେବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣ କେଉଁ କାମ ଲାଜ ନକରି କରିବା ଫଳରେ ହୋଇଯିବେ ସଫଳ ।
1- ଶାରୀରିକ ସମ୍ବନ୍ଧ ସମୟରେ କୌଣସି ବି ପ୍ରେମୀ ଯୋଡିଙ୍କୁ ଏହି ଭୁଲ କରିବା ଉଚିତ ନୁହେଁ । ପ୍ରେମ ସମ୍ବନ୍ଧକୁ ମଜବୁତ କରିବା ପାଇଁ ପରସ୍ପର ମଧ୍ୟ ବୁଝାବଣା ରହିବା ନିହାତି ଆବଶ୍ୟକ ହୋଇଥାଏ । ଯେଉଁ ପ୍ରେମୀ ଯୋଡି ଲାଜ କରିଥାନ୍ତି ଏବଂ ସଂଭୋଗ କରିବା ସମୟରେ ଲାଜ କରିଥାନ୍ତି ତେବେ ସେମାନଙ୍କ ମଧ୍ୟରେ କୌଣସି ଅନ୍ୟ ପୁରୁଷ କିମ୍ବା ଅନ୍ୟ ମହିଳା ଜାଗା ତିଆରି କରିପାରେ । ତେଣୁ ସମ୍ବନ୍ଧ ରଖିବା ସମୟରେ କେବେ ମଧ୍ୟ ଲାଜ କରନ୍ତୁ ନାହିଁ ।
ନିଶ୍ଚିନ୍ତ ହୋଇ ସ୍ଵାମୀ ସ୍ତ୍ରୀ ଉଭୟ ଉଭୟଙ୍କ ଭିତରେ ଲୀନ ହୋଇଯିବା ସହ ଭଲ ପାଇବା ଉଚିତ । ଏଥିରେ ହିଁ ଆପଣଙ୍କ ଭଲ ହେବ । 2- ଭୋଜନ ଗ୍ରହଣ କରିବା ସମୟରେ କେବେ ମଧ୍ୟ ଲାଜ କରନ୍ତୁ ନାହିଁ । ଚାଣକ୍ୟଙ୍କ ଅନୁଯାୟୀ ଭୋଜନ କରିବା ସମୟରେ କୌଣସି ବି ବ୍ୟକ୍ତିଙ୍କୁ ଲାଜ କରିବା ଉଚିତ ନୁହେଁ । ଯେଉଁ ଲୋକମାନଙ୍କୁ ଖାଦ୍ୟ ଖାଇବାରେ ଲାଜ ଲାଗିଥାଏ ସେମାନେ ସବୁବେଳେ ଭୋକିଲା ହିଁ ଶୋଇଥାନ୍ତି । ଏବଂ ଏହା ତାଙ୍କ ପାଇଁ ପରେ ବହୁତ ବଡ ଚିନ୍ତା ପାଲଟିଯାଏ ।
ଭୋକିଲା ବ୍ୟକ୍ତି ସହଜରେ କ୍ରୋଧର ଶିକାର ହୋଇଯାଏ । ତେଣୁ ସର୍ବଦା ପେଟପୂରା ଖାଦ୍ୟ ଖାଇବା ଉଚିତ । ଏବଂ ଭୋଜନ କରିବା ସମୟରେ ଲାଜ ବିଲକୁଲ ବି କରନ୍ତୁ ନାହିଁ । ଏହା ବ୍ୟତୀତ ଭୋଜନ ସମୟରେ ଲାଜ କରିବା ଭୋଜନର ଅପମାନ ବୋଲି ମନାଯାଏ ।
3- ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ କିମ୍ବା ଅନ୍ୟ କୌଣସି ଜ୍ଞାନୀ ବ୍ୟକ୍ତିଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ କେବେ ମଧ୍ୟ ଲାଜ କରନ୍ତୁ ନାହିଁ । ଯେଉଁ ବ୍ୟକ୍ତି ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିଥାଏ ସେହି ବ୍ଯକ୍ତିର ଜ୍ଞାନ ସବୁବେଳେ ଅଧା ରହିଯାଇଥାଏ । ଏବଂ ଏଭଳି ମଣିଷ ନିଜ ଜୀବନରେ କେବେ ମଧ୍ୟ ସଫଳ ହୋଇପାରେ ନାହିଁ ।
ଏଥିପାଇଁ ତ କୁହାଯାଏ କି ଅଧା ଜ୍ଞାନ ଆପଣଙ୍କ ପାଇଁ ସବୁଠାରୁ ବଡ ହାର ଅଟେ । 4- ନିଜ ପଇସା ଉଧାର ଯଦି କାହାକୁ ଦେଇଛନ୍ତି ତେବେ ବିନା ଲାଜରେ ହକର ସହ ନିଜ ପଇସା ତାଙ୍କୁ ମାଗନ୍ତୁ । ନିଜ ପଇସା ମାଗିବାରେ ଲାଜ କରିବେ ତ କାଙ୍ଗାଳ ହେବେ ।