ଘରେ ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ଆଲୋଭେରା ତେଲ, ବାସ୍ କିଛି ଦିନରେ ପାଆନ୍ତୁ… ସୁନ୍ଦର, ଘନ, ଲମ୍ବା କେଶ,
ଆମର ସୌନ୍ଦର୍ଜ୍ୟକୁ ବଢାଇ ଥାଏ ଆମ ଲମ୍ବା ଏବଂ ଘନ କେଶ । ହେଲେ ଆଜିର ଏହି ପ୍ରଦୂଷିତ ପରିବେଶ ପାଇଁ କେଶ ଝଡିବା ସହ ଦୁର୍ବଳ ହେବାର ସମସ୍ୟା ବହୁତ ଅଧିକ ଦେଖିବା ପାଇଁ ମିଳୁଛି । ଏଥିପାଇଁ ଆପଣ ଅନେକ ଡାକ୍ତରଙ୍କ ପରମର୍ଶ ନେବା ସହ ଅନେକ ଔଷଧ ମଧ୍ୟ ଖାଉଛନ୍ତି ଯାହାକି ଆପଣଙ୍କ କେଶ ପାଇଁ କିଛି ଲାଭକାରୀ ସାବ୍ୟସ୍ଥ ନହୋଇ ଆହୁରି ଅଧିକ ଆପଣଙ୍କ କେଶକୁ ଖରାପ କରିଦେଉଛି । ତେଣୁ ଏଥିପାଇଁ ସବୁଠାରୁ ଉପଯୋଗୀ ଆଲୋଭେରା ତେଲର ଉପାୟ ତେବେ ଆସନ୍ତୁ ଜାଣିବା ।
ଆପଣଙ୍କୁ ଆଲୋଭେରା ଜେଲ ପ୍ରସ୍ତୁତ କରିବା ପାଇଁ 4ଟି ଆଲୋଭେରା ନେଇ ଆସନ୍ତୁ । ଯଦି ଆପଣଙ୍କୁ ଆଲୋଭେରା ଗଛ ମିଳେ ତେବେ ଆପଣ ଚେଷ୍ଟା କରନ୍ତୁ ଛୋଟ ଛୋଟ ଯେଉଁଥିରେ ଧଳା ଧଳା ଦାଗ ହୋଇଥିବ ସେହି ଆଲୋଭେରା ଆଣିବା ପାଇଁ ॥ ଆଲୋଭେରାକୁ ଆଣି ଭଲ ଭାବରେ ଧୋଇଦିଅନ୍ତୁ । ଏବଂ ତାହା ଭିତରେ ଥିବା ଜେଲକୁ ଛୁରୀରେ କାଟି ବାହାର କରିଦିଅନ୍ତୁ ।
ବାହାରିଥିବା ଜେଲକୁ ଆପଣ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ॥ ଏଥିରେ ଆପଣ ଯେତିକି ଆଲୋଭେରା ଜେଲ ପ୍ରସ୍ତୁତ ହୋଇଥିବା ସେତିକି ହିଁ ସମାନ ମାପରେ କିମ୍ବା ତା ଠାରୁ ଅଳ୍ପ ବେଶୀ ନଡିଆ ତେଲ ନିଅନ୍ତୁ । ଏହାପରେ ଆପଣ ଏକ ଚାମଚ ଗୋଲମରୀଚ ନିଅନ୍ତୁ । ପ୍ରଥମେ ଆପଣ କଡାଇ ବସାଇ ସେଥିରେ ଗୋଲମରୀଚ ପକାନ୍ତୁ ଏହାପରେ ସେଥିରେ ନେଇଥିବା ନଡିଆ ତେଲ ପକାନ୍ତୁ ।
ତେଲ ଟିକିଏ ଗରମ ହେବାପରେ ଆପଣ ଧୀର ଆଞ୍ଚ ରଖି ସେଥିରେ ପ୍ରସ୍ତୁତ କରିଥିବା ଆଲୋଭେରା ଜେଲର ରସକୁ ପକାନ୍ତୁ । ଧିମା ଆଞ୍ଚରେ ଆପଣ ଏହି ତେଲକୁ ସେବେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେବେଳ ପର୍ଯ୍ୟନ୍ତ ଏହି ତେଲ ଆଲୋଭେରା ଜେଲକୁ ସମ୍ପୂର୍ଣ ଭାବରେ ଶୋଷୀ ନ ନେଇଛି । ନଡିଆ ତେଲରେ ଆଲୋଭେରା ତେଲ ଭଳି ମିଶିଯିବା ପରେ ଆପଣ ଏହାକୁ ଓଲ୍ହାଇ ଦିଅନ୍ତୁ ।
ଏବଂ କିଛି ସମୟ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ । ତେଲ ପୁରା ଥଣ୍ଡା ହେବାପରେ ଆପଣ ଏହାକୁ ଭଲ ଭାବରେ ଛାଣି ନିଅନ୍ତୁ । ଏଥିରେ କୌଣସି ପ୍ରକାର କେମିକାଲ ନାହିଁ । ତେଣୁ ଆପଣ କେଶ ପ୍ରତି ଏହା କୌଣସି କ୍ଷତି ପହଞ୍ଚାଇବ ନାହିଁ । ଯଦି ଆପଣ ଚାହିଁବେ ତ ଏଥିରେ ଭିଟାମିନ- eର କ୍ୟାପସୁଲ ମଧ୍ୟ ପକାଇ ପାରିବେ ।
ଆପଣ ଏହାକୁ ଆପଣଙ୍କ କେଶ ବ୍ୟତୀତ ଆପଣଙ୍କ ହାତ ଏବଂ ଗୋଡରେ ବି ଲଗାଇପାରିବେ । ଡ୍ରାଏ ଥିବା ସ୍ଥାନକୁ ଏହା ସ୍ମୁଥ ବନାଇ ଦେଇଥାଏ । ଆପଣଙ୍କ କେଶରେ ଝଡିନଥାଏ କିମ୍ବା ଡ୍ରାଏ ବି ହୋଇନଥାଏ । ଏହାଦ୍ୱାରା ଆପଣଙ୍କ କେଶ ଲମ୍ବା ଏବଂ ଘନ ହୋଇଥାଏ ।