ଯଶିପୁର ଅଞ୍ଚଳରେ ମିଳିଛି ସୁନା ଖଣିର ସନ୍ଧାନ, ଅର୍ଥନୀତିର ହେବ ବିକାଶ
କରଞ୍ଜିଆ: ଓଡ଼ିଶାର ବିଭିନ୍ନ ସ୍ଥାନରେ ମିଳିଛି ସୁନା ଖଣିର ସନ୍ଧାନ । ସୁନା ଖଣି ସନ୍ଧାନ ହେବା ପରେ ସାରା ଓଡ଼ିଶାରେ ଚାଲିଛି ଚର୍ଚ୍ଚା। ଓଡ଼ିଶାର ୪ଟି ଜିଲ୍ଲାରେ ସୁନାଖଣି ସନ୍ଧାନ ହୋଇଥିବାବେଳେ ଅନ୍ୟ ଜିଲ୍ଲାରେ ବି ସନ୍ଧାନ ଜାରି ରହିଛି । ପାହାଡ଼ ତଳେ ମହଜୁଦ ଅଛି ମହଣ ମହଣ ସୁନା । ଆଉ ଏହି ସୁନା ଖଣି କାର୍ଯ୍ୟକାରୀ ହେବା ପରେ ରାଜ୍ୟବାସୀ ବେଶ୍ ଉପକୃତ ହେବେ ।
କାହିଁକି ନା ଓଡ଼ିଶାରେ ବଢ଼ିବ ନିଯୁକ୍ତି । ଯୁବପିଢ଼ି ଚାକିରି ସନ୍ଧାନରେ ଆଉ ବାହାରକୁ ଯିବେ ନାହିଁ ଓଡ଼ିଶାରେ ହିଁ ଚାକିରି କରିବେ ।
ତେବେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡଲେକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନାଖଣି ଥିବାର ସନ୍ଧାନ ମିଲିଛି । ଆଗରୁ ଏ ଖବର ପ୍ରସାରଣ ହୋଇଥିବା ବେଳେ ପୁଣି ଥରେ ସୁନା ଖଣି ସନ୍ଧାନର ଖବର ର୍ଚଚ୍ଚାର ବିଷୟ ପାଲଟିଛି । ତେବେ ଯଶିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିବା ପରେ ଲୋକମାନେ ବଶେ ଖୁସି ଅଛନ୍ତି । ଯଦି ଏହି ସୁନା ଖଣି କାର୍ଯ୍ୟକାରୀ ହୁଏ ତେବେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଉଥିବା ଶିକ୍ଷିତ ଯୁବକ ଯୁବତୀମାନେ ନିଯୁକ୍ତି ପାଇବା ସହ ରାଜ୍ୟ ତଥା ଦଶେର ଅର୍ଥ ନୀତିର ବିକାଶ ହବେ ବୋଲି ପ୍ରକାଶ ପାଇଛି ।
ଅନ୍ୟପଟେ ଚିନ୍ତାର ବିଷୟ ହେଉଛି ଏ ପାହାଡ଼ିଆ ଅଞ୍ଜଳରେ ରହୁଥିବା ଅଧିବାସୀ କୁଆଡ଼େ ଯିବେ ? ଯଦି ଏଠାରେ ସୁନା ଖଣି କାର୍ଯ୍ୟକାରୀ ହୁଏ ଗରିବ ଲୋକଙ୍କୁ ନିଜ ଭିଟାମାଟି ଛାଡ଼ିବାକୁ ପଡ଼ିବ । ଭିଟାମାଟି ଉଛେଦ ଶଙ୍କା ସମୋନଙ୍କ ରାତିର ନିଦ ହଜାଇଲାଣି । ହଲେେ ମୟୁରଭଞ୍ଜ ଜିଲ୍ଲାରେ ଏହି ସୁନାଖଣି ଭବିଷ୍ୟତରେ ଜିଲ୍ଲାର ବିକାଶରେ ପ୍ରମୁଖ ମାଧ୍ୟମ ସାଜିବ ବୋଲି ଆଶା