ରାଜ୍ୟ

ଶୌଚ ଯାଇଥିବା ବେଳେ ହାତୀ ଆକ୍ରମଣରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ବଣାଇଁ : ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡର ତାମଡା ରେଞ୍ଜ ଅନ୍ତର୍ଗତ ଜାମଦର ଗ୍ରାମର ଗୋବରଦରା ସାହିରେ ଘଟିଛି ଅଘଟଣ । ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ରାତିରେ ଗୋବରଦରା ଗ୍ରାମର ଖୁଦରାଏ ମୁଣ୍ଡାରୀ ସେ ନିକଟସ୍ଥ ଜମି ଆଡକୁ ଶୌଚ କରିବା ପାଇଁ ପଦାକୁ ଯାଇଥିଲେ ଆଉ ସେହି ସମୟରେ ଜଙ୍ଗଲ ଆଡୁ ହାତୀଟି ଆସି ବ୍ୟକ୍ତି ଜଣଙ୍କୁ ଆକ୍ରମଣ କରିଥିଲା ।

ହାତୀଟି ଶୁଣ୍ଢରେ ଖୁଦ ରାଏଙ୍କୁ କଚାଡି ଥିବା ସ୍ଥାନୀୟ ଲୋକେ ଏବଂ ପରିବାର ଲୋକେ ଦେଖିଥିଲେ । ପରେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଓ ଗୁରୁଣ୍ଡିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button