ମାହାଙ୍ଗା ନହଙ୍ଗ କାଟିଦେଲେ ପାଞ୍ଚ ରୁ ଉର୍ଦ୍ଧ ଷଣ୍ଡ, ପୋଲିସ ର ରାତିଅଧିଆ ଚଢ଼ାଉ, ନଷ୍ଟ ହେଲା କୁଇଣ୍ଟାଲ କୁଇଣ୍ଟାଲ ଗୋରୁ ମାଂସ ।

IBN ଓଡିଶା(ବ୍ୟୁରୋ)-ଦିନକୁ ଦିନ ବଢି ଚାଲିଛି ଗୋ ମାଫିଆ ଙ୍କ ଆତଙ୍କ।ଫଳରେ ନିରୀହ ଗାଈ ଗୋରୁ ଙ୍କୁ ଚାଲାଣ କରି ହାଣି ମାଂଶ କୁ ବିକ୍ରି କରାଯାଉଛି।ତେବେ ସୂଚନା ଥାଉକି ଗତକାଲି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଉରିଆ ପଞ୍ଚାୟତ ର ନହଙ୍ଗ ଗ୍ରାମ ମୁସଲିମ ବସ୍ତି ନିକଟ ଏକ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ଗାଇ ଗୋରୁ ବାଛୁରୀ ଓ ବୁଲା ଷଣ୍ଢ ଗୁଡିକୁ କାଟି ସେମାନଙ୍କ ମାଂସକୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଘଟଣା ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି, ଖବର ପାଇ ଗତ କାଲି ରାତି ୯ ଟାରେ ମାହାଙ୍ଗା ଥାନା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଫୋର୍ସ ସହ ପହଂଚି ଚଢ଼ାଉ କରି କଟା ଯାଇଥିବା ଷଣ୍ଢ ଓ ବାଛୁରୀ ମାଂସକୁ ଜବତ କରିବା ସହ ସେଗୁଡିକୁ ଉକ୍ତ ସ୍ଥାନରେ ଗାତ ଖୋଳି ଫିନାଇଲ ଲୁଣ କିରୋସିନ ପକାଇ ପୋତି ନଷ୍ଟ କରିଛନ୍ତି, ରାତି ଅଧରେ କିଛି ଗଣମାଧ୍ୟମ ପ୍ରତିନିଧି ମାନେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ କିଛି ଅସାମାଜିକ ଯୁବକ ସେମାନଙ୍କୁ ଦେଖି ସେଠାରେ ଗାଡ଼ିଧରି ଚକର କାଟିଥିଲେ, ପୋଲିସ ଚଢ଼ାଉ ବେଳେ ଗୋରୁ ମାଂସ ବେପାରୀ ଓ ତାଙ୍କ ସହଯୋଗୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି, ଦୀର୍ଘ ଦିନ ହେବ ଏହି ଅଂଚଳରେ ବିଭିନ୍ନ ସ୍ଥାନରୁ ଗାଇ ଗୋରୁ ଷଣ୍ଢ ବାଛୁରୀ ଚୋରିକରି ଆଣି ଏଠାରେ କାଟି ତା ମାଂସକୁ ବାହାରକୁ ଚାଲାଣ କରାଯାଇଥିଲା ବୋଲି ସ୍ଥାନୀୟ ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଅଂଚଳରୁ ବାରମ୍ବାର ଲୋକଙ୍କର ଗାଇ ଗୋରୁ ଛେଳି ବାଛୁରୀ ଚୋରି ହେଉଥିବା ଥାନାରେ ଅଭିଯୋଗ ହେଇଆସୁଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି, ତୁରନ୍ତ ଷଣ୍ଢ କାଟିଥିବା ଦୁର୍ବୁତ୍ତଙ୍କୁ ଧରା ନଗଲେ ସ୍ଥାନୀୟ ଗ୍ରାମବାସୀ ମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛିନ୍ତି।।ଅନ୍ୟପଟେ ଗତକାଲି ରାଷ୍ଟ୍ରୀୟ ବଜ୍ରରଙ୍ଗୀ ଦଳ ର ରାଜ୍ୟ ସଭାପତି ଅନୀଲ କୁମାର ସେଠୀ ପହଂଚି ଏଭଳି ବେଆଇନ ଗୋ ମାଂଶ ଚାଲାଣ ବନ୍ଦ କରିବା ସହ ଆସାମୀ ଙ୍କୁ ଗିରଫ କରିବା ପାଇଁ ଦାବି ଦେଇଛନ୍ତି।




