ରାଜ୍ୟରେ ଆଜି ଦିନରେ କରୋନା ସୁସ୍ଥ ସଂଖ୍ୟକ ବଢ଼ିଲା।
IBN ଓଡିଶା(ବ୍ୟୁରୋ): ସମଗ୍ର ଭାରତ ସମେତ ଓଡ଼ିଶାରେ ଦ୍ରୁତଗତିରେ କାୟା ବିସ୍ତାର କରି ଚାଲିଛି ବୈଶ୍ୱିକ ମହାମାରୀ କୋରୋନା ଭୂତାଣୁ । ଏହାର ପ୍ରଭାବରେ ରାଜ୍ୟରେ ପ୍ରତିଦିନ ଶହ ଶହ ସଂଖ୍ୟାରେ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ କୋରୋନା ମାମଲାରେ ରେକର୍ଡ ପରେ ରେକର୍ଡ କରି ଚାଲିଛି ଓଡ଼ିଶା । ବିଗତ କିଛି ଦିନ ଧରି ରାଜ୍ୟରେ ପ୍ରତିଦିନ ୫ ଶହରୁ ଉର୍ଦ୍ଧ୍ୱ କୋରୋନା ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଆଜି ମଧ୍ୟ ରାଜ୍ୟରେ ରେକର୍ଡ ସଂଖ୍ୟକ କୋରୋନା ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୯୫୬ରେ ପହଞ୍ଚିଛି । ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ଖବର ଏହା ଯେ, ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅନୁଯାୟୀ ଆଜି(ଶୁକ୍ରବାର) ସନ୍ଧ୍ୟାରେ ପୁଣି ୫୬୫ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାପରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ୭,୯୭୨କୁ ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ୧୮୫ ଜଣ, ରାୟଗଡ଼ାରୁ ୮୫ ଜଣ, ବଲାଙ୍ଗୀରରୁ ୪୫ ଜଣ, କଟକରୁ ୩୨ ଜଣ, ମାଲକାନଗିରିରୁ ୩୦ ଜଣ, ବରଗଡ଼ରୁ ୨୩ ଜଣ, ସୁନ୍ଦରଗଡରୁ ୨୪ ଜଣ, ଅନୁଗୋଳରୁ ୨୩ ଜଣ, ଖୋର୍ଦ୍ଧାରୁ ୧୫ ଜଣ, ବାଲେଶ୍ୱର ଓ ଜଗତସିଂହପୁରରୁ ୧୭-୧୭ ଜଣ. ଯାଜପୁରରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୧୦ ଜଣ, ଗଜପତି, ଝାରସୁଗୁଡ଼ା ଏବଂ ନବରଙ୍ଗପୁରରୁ ୮-୮ ଜଣ, ମୟୂରଭଞ୍ଜରୁ ୭ ଜଣ, ଭଦ୍ରକରୁ ୪ ଜଣ, ପୁରୀରୁ ୩ ଜଣ, ଢେଙ୍କାନାଲ ଓ କେନ୍ଦୁଝରରୁ ୨-୨ ଜଣ, ବୌଦ୍ଧ, କନ୍ଧମାଳ ଏବଂ ସମ୍ୱଲପୁରରୁ ଜଣେ ଜଣେ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ସକାଳ ସୁଦ୍ଧା ତଥ୍ୟ ଅନୁସାରେ ବର୍ତ୍ତମାନ ଯାଏ ରାଜ୍ୟରେ ମୋଟ ୧୧,୯୫୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୫୬ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୧୭ ପହଞ୍ଚିଛି । ୭,୪୦୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୪,୪୭୬ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।