ରାଜ୍ୟ

ମହଙ୍ଗା ପଡ଼ିଲା ମ୍ୟାଜିକ୍ ଦେଖାଇବା, ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଦେଲା ଚତୁର୍ଥ ଶ୍ରେଣୀ ଛାତ୍ର

ରାୟଗଡ଼ା: ମ୍ୟାଜିକ୍ କରୁ କରୁ କଟିଲା ଗଳା । ମ୍ୟାଜିକ୍ ଦେଖାଇବ କହି ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟିଦେଲା ଚତୁର୍ଥ ଶ୍ରେଣୀ ଛାତ୍ର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଅଭାବନୀୟ ଘଟଣା ।

ସଂଧ୍ୟା ସମୟରେ ଚତୁର୍ଥ ଶ୍ରେଣୀର ଛାତ୍ର, ଜଣେ ପ୍ରଥମ ଶ୍ରେଣୀର ଛାତ୍ରକୁ ମ୍ୟାଜିକ୍ ଦେଖାଇବି କହି ବ୍ଲେଡରେ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି ।

ଆହତ ପ୍ରଥମ ଶ୍ରେଣୀର ଛାତ୍ର ହେଲେ ଯୋଗେଶ୍ୱର ମାଝୀ । ଗୁରୁତର ଅବସ୍ଥାରେ ଯୋଗେଶ୍ବରଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଟିକିରି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କାଶୀପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ପରେ ଛାତ୍ରଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି ଡାକ୍ତର । ଖବର ପାଇ ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button