ରାଜ୍ୟ

ଶ୍ୱଶୁର ଘରେ ଜୀବନ ହାରିଲେ ଜ୍ୱାଇଁ – Ibnodisha

[ad_1]

ବ୍ରହ୍ମପୁର: ବେକରେ ବେଡସିଟ ବାନ୍ଧି ଜଣେ ଡାକ୍ତର ଗୋଷଣୀନୂଆଗାଁ ଥାନା ଅନ୍ତର୍ଗତ ଶକ୍ତିନଗରସ୍ଥିତ ଶ୍ୱଶୁର ଘରେ ଜୀବନ ହାରିଛନ୍ତି । ସେ ହେଲେ ଡାକ୍ତର ସୁରେନ୍ଦ୍ର କୁମାର ରଥ(୫୧) । ସୁରେନ୍ଦ୍ରଙ୍କ ଘର ରାୟଗଡା ହୋଇଥିବା ବେଳେ ସେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟରେ ମେଡ଼ିସିନ ବିଭାଗରେ ଡାକ୍ତର ଥିଲେ । ତାଙ୍କ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ପୁଲିସ ଉକ୍ତ ଘରୁ ଏକ କଟୁରି ଓ ଦୁଇ ଖଣ୍ଡ ହୋଇଥିବା ଏକ ବେଡ଼ସିଟ ଜବତ କରିଛି । ଘରୋଇ କଳହରୁ ଡାକ୍ତର ଜଣକ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ସନ୍ଦେହ କରୁଛି । ମୃତଦେହ ଜବତ କରି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୂଚନା ମୁତାବକ, ଡାକ୍ତର ସୁରେନ୍ଦ୍ର ତାଙ୍କ ସ୍ତ୍ରୀ ନିଲମ ରଥ ଓ ପୁଅଙ୍କୁ ଧରି ପାରଳାଖେମୁଣ୍ଡି ରହୁଥିଲେ ।

ସେ ଗତ ୧ତାରିଖରେ ସପରିବାର ଶ୍ୱଶୁର ଘର ଶକ୍ତିନଗରକୁ ଆସିଥିଲେ । କୌଣସି ଏକ କାରଣକୁ କେନ୍ଦ୍ରକରି ଡାକ୍ତର ଦମ୍ପତିଙ୍କ ମଧ୍ୟରେ କଳହ ହୋଇଥିଲା । ରବିବାର ରାତ୍ର ଡାକ୍ତର ସୁରେନ୍ଦ୍ର ଖାଇ ସାରିବା ପରେ ନିଜ ପୁଅକୁ ନେଇ ଶୋଇବା ପାଇଁ ଏକ ବେଡ଼ରୁମକୁ ଯାଇଥିଲେ । ସେଠାରେ ବାପା-ପୁଅ ଶୋଇଥିଲେ । ଆଜି ସକାକୁ ବାପାଙ୍କୁ ନିକଟରେ ନ ପାଇ ପୁଅ ପାଟି କରିଥିଲା । ଡାକ୍ତରଙ୍କ ସ୍ତ୍ରୀ ଘର ଭିତରକୁ ଯାଇ ଦେଖିବା ବେଳେ ତାଙ୍କ ସ୍ୱାମୀ ଏକ ଫ୍ୟାନ ହୁକରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ବଞ୍ଚିଥିବା ଭାବି ସ୍ତ୍ରୀ ଓ ଘରର ଅନ୍ୟ ସଦସ୍ୟ ମାନେ ଉକ୍ତ ବେଡ଼ସିଟକୁ କାଟି ମୃତଦେହକୁ ତଳକୁ ଆଣିଥିଲେ । କିନ୍ତୁ ଡାକ୍ତର ସୁରେନ୍ଦ୍ରଙ୍କ ସେତେବେଳକୁ ମୃତ୍ୟୁ ଘଟି ସାରିଥିଲା । ପରେ ପରିବାର ଲୋକ ଏନେଇ ପୁଲିସକୁ ଖବର କରିଥିଲେ । ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ଏମକେସିଜି ବଡ଼ ଡ଼ାକ୍ତରଖାନା ପଠାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button