ମନୋରଞ୍ଜନ

ପ୍ରେମିକା ଜାକ୍‌ଲିନଙ୍କ ପାଇଁ ମାଗଣା ହସ୍ପିଟାଲ୍‌ ତିଆରି କାମ ଆରମ୍ଭ କରି ସାରିଲେଣି ସୁକେଶ – Ibnodisha

[ad_1]

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସଂପର୍କ ବିଷୟରେ ସମସ୍ତଙ୍କୁ ଜଣା। ସୁକେଶ ଜେଲ୍‌ରେ ଥିବା ବେଳେ ଏବେ ଜ୍ୟାକଲିନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଯାଉଛନ୍ତି।

ସେ ଜ୍ୟାକ୍‌ଙ୍କ ନିକଟକୁ ଏକ ଚିଠି ଲେଖି କହିଛନ୍ତି ଯେ ସେ ବେଙ୍ଗାଲୁରୁରେ କୁକୁର, ବିଲେଇ ଏବଂ ଘୋଡାମାନଙ୍କ ପାଇଁ ଏକ ମାଗଣା ଆନ୍ତର୍ଜାତୀୟ ସ୍ତରର ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି।

ସୂଚନା ରହିଛି ଯେ  ଏହି ଡାକ୍ତରଖାନା ୨୫ ହଜାର ବର୍ଗଫୁଟର ଅଞ୍ଚଳରେ ହେବ।  ଏହାର ବଜେଟ୍ ପ୍ରାୟ ୨୫ କୋଟି ଟଙ୍କା। ସୁକେଶ ଚିଠିରେ କହିଛନ୍ତି ଯେ ସେ କେବଳ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଏହା କରିବାକୁ ଯାଉଛନ୍ତି।
ଗୃହପାଳିତ ପଶୁମାନଙ୍କ ପାଇଁ ଏକ ଡାକ୍ତରଖାନା ନିର୍ମାଣ କରି ପଶୁମାନଙ୍କୁ ଭଲ ପାଉଥିବା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସ୍ୱପ୍ନକୁ ପୂରଣ କରିବା ତାଙ୍କର ଲକ୍ଷ୍ୟ ବୋଲି କନମାନ ସୁକେଶ ଚନ୍ଦ୍ରଶେଖର କହିଛନ୍ତି।
କନମାନ ସୁକେଶ ଚନ୍ଦ୍ରଶେଖର ତାଙ୍କ ଚିଠିରେ ଲେଖିଛନ୍ତି, ‘ ମୋ ବେବି ଡଲ୍‌, ପ୍ରାଣୀମାନଙ୍କ ପ୍ରତି ତୁମର ପ୍ରେମ ପାଇଁ ମୁଁ ଏପରି କରୁଛି। ଯେପରି ତୁମେ କଳ୍ପନା କରିଥିଲ, ସମଗ୍ର ଏସିଆରେ ଏହା ସେହିପରି ଏକମାତ୍ର ହସ୍ପିଟାଲ୍ ହେବ। ମୋ ଟିମ୍‌ ସବୁକିଛି ସଂଗ୍ରହ କରିଛି ଏବଂ ଏହାକୁ ତିଆରି କରିବାର କାର୍ଯ୍ୟ ଆରମ୍ଭ ହୋଇଛି।’ ସୁକେଶ ଆହୁରି ମଧ୍ୟ କହିଛନ୍ତି ଯେ ଏହି ହସ୍ପିଟାଲ ୧୧ ସେପ୍ଟେମ୍ବର ୨୦୨୪ରୁ କାର୍ଯ୍ୟକ୍ଷମ ହେବ, ଯାହାକି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଜନ୍ମଦିନ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button