ରାଜ୍ୟ

ମାଲକାନାଗିରି : ସ୍କୁଲରେ ଭୌତିକ ଆଚରଣ । ଯାହାକୁ ଯିଏ କେହି ବି ଦେଖିବ ଭୟରେ ଥରି ଉଠିବ । କାହିଁକିନା ପିଲାମାନେ ହିଁ ସେମିତି ହଉଛନ୍ତି । ଗୋଟେ ଛାତ୍ରୀଙ୍କୁ ଜାବୁଡି ଧରିଛନ୍ତି ୫, ୬ ଜଣ ପିଲା । ତଥାପି କେମିତି ଉଠ୍‌ ପଡ୍‌ ହେଉଛନ୍ତି ପିଲାମାନେ ଥରେ ଦେଖନ୍ତୁ । ବିକଟାଳ ଚିତ୍କର ସାଙ୍ଗକୁ ଜମା ବି ଥୟ ଧରୁନାହାଁନ୍ତି ପିଲା ।

ଖାଲି ବାଡେଇ ଛାଟି ହେଉଛନ୍ତି । ସ୍କୁଲକୁ ଆସି ପିଲାଙ୍କ ଏପରି ଅବସ୍ଥା ଦେଖି ଅଭିଭାବକ ବି ଚିନ୍ତାରେ । ଯେ କାହିଁକି, କଣ ପାଇଁ? କେଉଁ କାରଣ ପାଇଁ ପିଲାମାନେ ଏମିତି ଅସ୍ୱାଭାବିକ ୍ୟବହାର କରୁଛନ୍ତି । ଘରୁ ସ୍କୁଲକୁ ଭଲଭାବେ ସଜବାଜ ହୋଇ ଆସିଥିବା ପିଲା ଯଦି ସ୍କୁଲରେ ପହଁଚି ଏମିତି ହୁଏ, କେହି ବାପା ମାଆ କଣ ସହିପାରିବେ । ସେଥିପାଇଁ ପିଲାଙ୍କୁ ଶାନ୍ତ କରାଇବା ପାଇଁ ଡକା ହେଲା ଗୁଣିଆକୁ । ଆଉ ଗୁଣିଆର ଧୂଆ ମନ୍ତ୍ରରେ ପିଲାମାନେ କେମିତି ଛାଟିପିଟି ହେଉଛନ୍ତି ଦେଖନ୍ତୁ ।

ସ୍କୁଲ କର୍ତ୍ତୃପକ୍ଷ ଏବଂ ବାପା ମାଆ ଗାଁ ଲୋକେ କରିବେ ବା କଣ । କେତେ ଦିନ ଆଉ ଏମିତି ପିଲାଙ୍କୁ ଦେଖିଥାନ୍ତେ ସେଥିପାଇଁ ବିଜ୍ଞାନ ଯୁଗରେ ଭୌତିକ କାର୍ଯ୍ୟ କରିବାକୁ ବାଧ୍ୟ ହେଲେ । ଇଚ୍ଛା ନଥିଲେ ବି ସମାଜର ସାନ୍ତ୍ୱନା ପାଇଁ କରିବାକୁ ପଡିଥାଏ। ଯେମିତି ବିଦ୍ୟାଳୟରେ ଭୂତ ଭୟ ହେଲା । ହେଲେ ଶିକ୍ଷକଙ୍କୁ ବାଧ୍ୟ କଲେ ଗାଁ ଲୋକେ ଯେ ଗାଁ ରେ ଭୂତକୁ ଶାନ୍ତ କରିବାକୁ ହେଲେ ବଡ଼ ପୂଜାର୍ଚ୍ଚନା କରିବାକୁ ପଡିବ । ସେ ପୁଣି ବଡ଼ ଗୁଣିଆ ଠାରୁ । ଏହାପରେ ପୂଜା ପାଠ ହେଲା। ଝଡା ଫୁଙ୍କା ବି ହେଲା । ତାପରେ ଯାଇ ଛାତ୍ରଛାତ୍ରୀଙ୍କ ଗୃହ ପ୍ରବେଶ ହୋଇଛି।

ପୂଜାର୍ଚ୍ଚନା ପରେ ହଷ୍ଟେଲକୁ ଫେରିଛନ୍ତି ଛାତ୍ରଛାତ୍ରି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ କଦମଗୁଡା ଆଶ୍ରମ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ପ୍ରାୟ ଏକ ସପ୍ତାହ ତଳେ ବିଦ୍ୟାଳୟରେ ଭୂତ ଭୟ ଯୋଗୁଁ ଆତଙ୍କିତ ହୋଇଥିଲେ ଅନ୍ତେବାସୀ । ଏପରିକି ସେମାନଙ୍କ ମଧ୍ୟରୁ କିଛି ଅନ୍ତେବାସୀଙ୍କ ନିକଟରେ ଭିନ୍ନ ଲକ୍ଷଣ ମଧ୍ୟ ପରିଲକ୍ଷିତ ହୋଇଥିଲା । ବିଦ୍ୟାଳୟ କର୍ତୃପକ୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତେବାସୀଙ୍କୁ ନିକଟରେ ଥିବା ଅନ୍ୟ ଏକ ହଷ୍ଟେଲ କୁ ସ୍ଥାନାନ୍ତର କରିଥିଲେ ।

ତେବେ ଗ୍ରାମବାସୀ କିନ୍ତୁ କିଛି ଭିନ୍ନ ମତ ରଖିଥିଲେ । ବିଦ୍ୟାଳୟ ନିକଟରେ ଥିବା ଦେବୀଙ୍କ ପୂଜାର୍ଚ୍ଚନା ଠିକରେ ହୋଇନଥିବାରୁ ଏପରି ଘଟୁଥିବା ପ୍ରକାଶ କରିଥିଲେ । ଏଥିସହ ବିଦ୍ୟାଳୟରେ ଏକ ପୂଜା କରି ସବୁକିଛି ଠିକଠାକ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତକାଲି ଏକ ଗୁଣିଆକୁ ଗ୍ରାମବାସୀ ଡାକି ବିଦ୍ୟାଳୟରେ ଆବଶ୍ୟକୀୟ ସରଂଜାମ ସହ ପୂଜା କରିଥିଲେ । ପରେ ଅନ୍ତେବାସୀମାନେ ବିଦ୍ୟାଳୟକୁ ଫେରିଥିଲେ ।

ଏ ସଂପର୍କରେ ବିଦ୍ୟାଳୟ କର୍ତୃପକ୍ଷ କ୍ୟାମେରା ଆଗରେ କୌଣସୀ ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଅନ୍ଧବିଶ୍ବାସକୁ କେବେ ମଧ୍ୟ ପ୍ରଶ୍ରୟ ଦିଆଯାଇନାହିଁ । ଯେହେତୁ ଅନ୍ତେବାସୀମାନ ଆଦିବାସୀ ଅଧ୍ୟୁଷିତ ଅଂଚଳର ଏବଂ ଏଠାକାର ବାସିନ୍ଦାଙ୍କ କିଛି ପରମ୍ପରା ରହିଛି ଯାହାକୁ ଅସମ୍ମାନ କରିବା ଠିକ ହେବନାହିଁ । ଏହାବ୍ୟତୀତ ଛାତ୍ରଛାତ୍ରୀ ମାନେ ଏକପ୍ରକାର ମାନସିକ ଚାପଗ୍ରସ୍ତ ହୋଇଥିଲେ ସେଥିପାଇଁ ବିଦ୍ୟାଳୟରେ ପୂଜାର୍ଚ୍ଚନା କରାଯାଇଥିବା କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button