ଘରେ ଯଦି ଫ୍ରିଜ ଅଛି ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…
ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ କିଛି ଥାଉ ବା ନ ଥାଉ ଫ୍ରିଜ ଟିଏ ନିଶ୍ଚୟ ଥିବ । କାରଣ ଏହା ଏବେ ଏକ ଅତ୍ୟାବଶ୍ୟକ ଜିନିଷ ପାଲଟି ଗଲାଣି । ଫ୍ରିଜ ଇଲେକ୍ଟ୍ରି ଦ୍ଵାରା ନିୟନ୍ତ୍ରଣ ହୋଇ ଚାଲିଥାଏ । ତେଣୁ ଏହା କିଭଳି ଠିକ ଭାବରେ ବେଶି ଦିନ କାର୍ଯ୍ୟ କରିବ ତାହାର ଧ୍ୟାନ ଆପଣ ମାନଙ୍କୁ ରଖିବା ଜରୁରୀ । ନଚେତ ଟଙ୍କା ଖର୍ଚ୍ଚ କରି ଆଣିଥିବା ଜିନିଷର ବ୍ୟବହାର ବେଶି ଦିନ କରିପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଫ୍ରିଜର ଧ୍ୟାନ କିପରି ରଖିବେ ।
ଫ୍ରିଜକୁ ସବୁବେଳେ ଆପଣଙ୍କ ଘରର ଏକ ସୁରକ୍ଷିତ ସ୍ଥାନରେ ରଖୁବା ଜରୁରୀ ହୋଇଥାଏ । ଆଉ ଧ୍ୟାନରେ ରଖିବେ କି ଫ୍ରିଜଟି ଯେମିତି ହଲିପାରିବା ନାହିଁ । ଫ୍ରିଜ ନ ହଲିବା ଦ୍ଵାରା ଫ୍ରିଜର କମ୍ପ୍ରେସର ଠିକ ଭାବରେ କାମ କରିଥାଏ । ଫ୍ରିଜ ଉପରେ ଅଧିକ ବୋଝ ମଧ୍ୟ ପକାନ୍ତୁ ନାହିଁ । ଫ୍ରିଜ ଉପରେ କୌଣସି ଓଜନିଆ ଜିନିଷ ରଖନ୍ତୁ ନାହିଁ । କାନ୍ଥ ଠାରୁ ଫ୍ରିଜକୁ ଟିକେ ଦୂରେଇ ରଖିବା ଦରକାର ।
ଏହାପରେ ଆପଣ ତାହାକୁ ଗରମ କରି ଖାଇବା ଉଚିତ । ମନେ ରଖିବେ ଆଳୁକୁ କେବେ ବି ଫ୍ରିଜରେ ରଖିବେ ନାହିଁ ଏହା ହାନିକାରକ ହୋଇଥାଏ । ଫ୍ରିଜ ଚାଲୁଥିବା ସମୟରେ ଏହାକୁ ବେଶି ସମୟ ଖୋଲା କରି ରଖିବା ଉଚିତ ହୋଇନଥାଏ । ଏହାଫଳରେ ଫ୍ରିଜ ମଧ୍ୟରେ ବାହାରର ତାପମାତ୍ରା ଭରିବାକୁ ଲାଗିଥାଏ । ଏବଂ ଫ୍ରିଜ ଭିତରେ ତାପମାତ୍ରା ବଢିଯାଇଥାଏ ।
ତେଣୁ ଯଦି ଆପଣ ଏହିଭଳି ଭାବରେ ଆପଣଙ୍କ ଫ୍ରିଜର ଯତ୍ନ ନେବେ ତାହାର ଉପଯୋଗ ଆପଣ ବେଶି ଦିନ ଧରି କରିପାରିବେ ।