ଦେଖନ୍ତୁ ଭିଡିଓ ; ଖାଇ ସାରିଥିଲେ ଅଧା ଦୋସା, ବାହାରିଲା ପୋଡି ଯାଇଥିବା ଅସରପା.

ନୂଆଦିଲ୍ଲୀ : ଖାଦ୍ୟପେୟ ଜିନିଷ ପ୍ରତି ଶୁଦ୍ଧତା ଓ ଧ୍ୟାନ ଦେବା ନିତାନ୍ତ ଜରୁରୀ । ମାତ୍ର ବର୍ତ୍ତମାନ ସମୟରେ ମହଙ୍ଗା ହୋଟେଲ ହେଉ କିମ୍ବା ଅନ୍ୟ ସ୍ଥାନରେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉନଥିବା ଦେଖା ଯାଉଛି । ସୋସିଆଲ ମିଡିଆରେ ଖାଦ୍ୟରୁ ଅସରପା, ପୋକ ଆଦି ବାହାରୁଥିବା ଅନେକ ଭିଡିଓ ସାମ୍ନାକୁ ଆସୁଛି। ନିକଟରେ ହାଇଦ୍ରାବାଦର ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି ।
ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।ହାଇଦ୍ରାବାଦର ଏକ ହୋଟେଲରେ ଜଣେ ଗ୍ରାହକଙ୍କ ନିକଟରେ ପରଷା ଯାଇଥିବା ଖାଦ୍ୟ ଖାଉଥିବା ସମୟରେ ଏଭଳି କିଛି ଘଟିଛି, ଯାହାକୁ ଦେଖିଲେ ଆପଣଙ୍କ ହୋସ୍ ମଧ୍ୟ ଉଡିଯିବ।
କୁ ଖାଇବାକୁ ଆରମ୍ଭ କରିଥିଲେ । ଏହି ଘଟଣା ୨୩ ଅଗଷ୍ଟର । ଫିରୋଜଗୁଡା ଅଞ୍ଚଳରେ ରାସ୍ତାରେ ଥିବା ଏକ ହୋଟେଲର । ଗ୍ରାହକ ଜଣକ ଦୋସା ଖାଇବା ସମୟରେ ସେଥିରେ ଏକ ପୋଡି ଯାଇଥିବା ଅସରପା ମିଳିଥିଲା । ଗ୍ରାହକ ଜଣକ ଏଥିରେ ଆଶ୍ଚର୍ଯ୍ୟ ହେବା ସହ କହିଥିଲେ ସେ ଅଧା ଦୋସା ଖାଇବା ପରେ ଅସରପା ଦେଖିଥିଲେ । ଏହାପରେ ହୋଟେଲ କର୍ମଚାରୀ ଗ୍ରାହକଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
ଗ କରିଥିଲେ। ଖାଦ୍ୟ ଜିନିଷରେ ଏଭଳି ଅସରପା ବାହାରିବା ଭିଡିଓ ଦେଖି ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।