IBN ଓଡ଼ିଶା ବ୍ୟୁରୋ

ଅଚଳାଚଳ ଧନ କିପରି ଆସିବ ? ଜାତକରେ ଯୋଗ ଅନୁସାରେ କଣ କରିବେ

ଧନ ବିନା ବର୍ତ୍ତମାନ ସମୟରେ ସମାଜରେ ଚଳିବା କଷ୍ଟକର । ତେଣୁ ଜୀବନ ବଞ୍ଚିବା ପାଇଁ ଧନ ଆବଶ୍ୟକ । ମାତା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଆଗମନ କରିବା ପାଇଁ ହେଲେ ପ୍ରଥମ ହୋଇଥାଏ କଠିନ ପରିଶ୍ରମ କରି ରୋଜଗାର କରିବା । ଯଦି ପରିଶ୍ରମ ପରେ ମଧ୍ୟ ଫଳ ପାଉନାହାନ୍ତି ତେବେ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆପଣଙ୍କ ଘରକୁ ଆଗମନ କରିବା ପ ଆକୃଷ୍ଟ କରିବା ନିମନ୍ତେ ଆପଣଙ୍କୁ କଣ କରିବାକୁ ହେବ ।

 

ଯାହା ଦ୍ୱାରା ଆପଣଙ୍କୁ ଘରକୁ ମାତା ଲକ୍ଷ୍ମୀଙ୍କ କୃପାରୁ ଅଚଳାଚଳ ଧନ ଆସିବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା । ଆପଣ ଏହି ଉପାୟଟିକୁ ନିଜ ମନରୁ ଶ୍ରଦ୍ଧାର ସହ କରିବା ଉଚିତ । କାରଣ ଶ୍ରଦ୍ଧା ହିଁ ଭଗବାନଙ୍କୁ ଆକର୍ଷିତ କରିଥାଏ । ବାସ କରିବା ଉଦ୍ଦେଶ୍ୟରେ କରିବେ ନାହିଁ । ନିଜ ମନରୁ ଶ୍ରଦ୍ଧାର ସହ କଲେ ଯାଇ ଫଳ ପାଇବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟଟିକୁ । ଆପଣଙ୍କୁ ଏହି ଉପାୟଟି ଲଗାତାର ତିନି ଦିନ ପର୍ଯ୍ୟନ୍ତ କରିବା ପାଇଁ ପଡିବ ।

ଏହିଦିନ ଆପଣ ବିଲକୁଲ ମଧ୍ୟ ଆମିଷ ଖାଇବେ ନାହିଁ । ଏହାକୁ କରିବା ପାଇଁ ଆପଣ ଏକ ମାଟି ପାତ୍ର ଆଣିବେ । ଆପଣ ଆଣିଥିବା ଏହି ମାଟି ପାତ୍ର ଭିତରେ ମହୁ ସାତ ବୁନ୍ଦା ପକାଇଦେବେ । ଏବଂ ସାତ ଚୁଟକି କଳା ରାଶି ଆପଣ ଏହି ମାଟି ପାତ୍ରରେ ପକାଇଦେବେ । ଏହା କରି ସାରିବା ପରେ ଆପଣ ସୋରିଷ ତେଲର ଏକ ଦୀପଟିଏ ଲଗାଇବେ ।

 

ଏହାପରେ ଆପଣ ଓମ ଶ୍ରୀଙ୍ଗ ଶ୍ରୀଏ ନଃ ମନ୍ତ୍ରଟିକୁ ଆଠ ଥର ଜପ କରିବେ ।ମନ୍ତ୍ର ଜପ କରିବା ପରେ ଆପଣ ଆପଣଙ୍କ ଘରର ପଶ୍ଚିମ ଦିଗରେ ଏହି ଦୀପ ଏବଂ ମହୁ ଓ ରାଶି ମିଶା ପାତ୍ରଟିକୁ ରଖିଦେବେ ପ୍ରଥମ ଦିନ । ଦିତୀୟ ଦିନ ଆପଣ ଉତ୍ତର ଦିଗରେ ଘିଅର ଦୀପ ଲଗାଇବେ ।

ଏବଂ ତୃତୀୟ ଦିନ ଆପଣ ଆପଣଙ୍କ ଘରର ଦକ୍ଷିଣ ଦିଗରେ ସୋରିଷ ତେଲର ଦୀପ ଲଗାଇବେ ।ଏହା କରିବା ସହତି ମାତା ଲକ୍ଷ୍ମୀଙ୍କର ବୀଜ ମନ୍ତ୍ର ଯାହା ଉପରେ ରହିଛି ତାହାକୁ ୧୦୮ ଥର ଲେଖାଏ ତିନି ଦିନ ଯାଏ ଜପ କରିବେ ଦେଖିବେ ଆପଣଙ୍କ ଘରକୁ ଧନ ଆସିବାର ରାସ୍ତା ଖୋଲିଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button