IBN ଓଡ଼ିଶା ବ୍ୟୁରୋ

ବିମାନ ବିଳମ୍ବ ହେତୁ ଅଟକି ରହିଲେ ଶହ ଶହ ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଚଳାଚଳ ବିଳମ୍ବ ହେତୁ ତୁର୍କୀକୁ କିମ୍ବା ତୁର୍କୀରୁ ବିମାନ ଉଡ଼ାଣ ଭରିବାକୁ ଥିବା ଶହ ଶହ ଇଣ୍ଡିଗୋ ଯାତ୍ରୀ ଦୀର୍ଘ ୨୪ ଘଣ୍ଟା ଧରି ଯାତ୍ରା ନକରି ଅଟକି ରହିଛନ୍ତି।

ଏଥିମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଇସ୍ତାନବୁଲକୁ ସଂଯୋଗ କରୁଥିବା ଅତି କମରେ ଚାରିଟି ବିମାନର ଯାତ୍ରୀ ମଧ୍ୟ ରହିଛନ୍ତି। ଏନେଇ ଏୟାରଲାଇନ୍ସ ପକ୍ଷରୁ ଏକ ପ୍ରେସ୍‌ ବିବୃତି ଜାରି କରାଯାଇଛି। ବିବୃତିରେ କୁହାଯାଇଛି ଯେ ଗ୍ରାହକଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରୁଛୁ।

ସେଥିରେ ଆହୁରି ବି ଲେଖାଯାଇଛି ଯେ “ଇସ୍ତାନବୁଲ ସହିତ ଇଣ୍ଡିଗୋ ବିମାନ ସଂଯୋଗରେ ବିଳମ୍ବ ବିଷୟରେ ଆମେ ଅବଗତ ଅଛୁ। ଗ୍ରାହକଙ୍କ ସୁବିଧା ପାଇଁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେଉଛୁ ଏବଂ ଗ୍ରାହକଙ୍କୁ ସାହାଯ୍ୟ କରିବା ପାଇଁ ସମସ୍ତ ଯୋଗାଯୋଗ ପଏଣ୍ଟରେ ଦଳ ଉପଲବ୍ଧ ଅଛି। ଗ୍ରାହକମାନଙ୍କ ପାଇଁ ହୋଇଥିବା ଅସୁବିଧା ପାଇଁ ଇଣ୍ଡିଗୋ କ୍ଷମା ମାଗୁଛି।”

ଯାତ୍ରୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଲିଙ୍କଡଇନରେ ଏନେଇ ଦାବି କରିଥିଲେ ଯେ ବିମାନଟି ପ୍ରଥମେ ବିଳମ୍ବ ହୋଇଥିଲା ଏବଂ ପରେ ବିନା ବିଜ୍ଞପ୍ତିରେ ବାତିଲ କରାଯାଇଥିଲା। ଜଣେ ବିମାନ ଉଡ଼ାଣକାରୀ ଅନୁଶ୍ରୀ ଭନସାଲୀ କହିଛନ୍ତି କି ‘‘ବିମାନଟି ଦୁଇ ଘଣ୍ଟା ବିଳମ୍ବ ହୋଇଥିଲା, ପରେ ବାତିଲ କରାଯାଇଥିଲା।’’

ଯାତ୍ରୀମାନେ ଦୀର୍ଘ ସମୟ ଧରି ଅଟକି ରହିବା ହେତୁ ଥକାପଣ ଏବଂ ଜ୍ୱରରେ ପଡ଼ିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଯାତ୍ରୀମାନଙ୍କ ନିକଟରୁ ଇଣ୍ଡିଗୋ ପ୍ରତିନିଧୀ ଆସିନାହାନ୍ତି କି ଖାଦ୍ୟ ପାନୀୟ କିଛି ଯାଚିନାହାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button