ରାଜ୍ୟ

ଏବର୍ଷ ଆଉ ସ୍ବାଭାବିକ ହେବନି ବିମାନସେବା

ରାଉରକେଲା: ରାଉରକେଲା ବିମାନସେବା ପରିଚାଳନା ଦାୟିତ୍ବରେ ଆଲିଆନ୍ସ ଏୟାର୍‌ ଥିବା ପର୍ଯ୍ୟନ୍ତ, ପୂର୍ଣ୍ଣକାଳୀନ ସେବା ପାଇବାରୁ ସହରବାସୀ ବଞ୍ଚିତ ହେବା ଜଳଜଳ ହୋଇ ଦିଶୁଛି। ମନଇଚ୍ଛା ଅଘୋଷିତ ବିମାନ ବାତିଲ ହେବା ନିତିଦିନିଆ ହେଲାଣି। ଏବେ କୋଲକାତାକୁ ପୂର୍ବ ନିର୍ଦ୍ଧାରିତ ସମୟନୁସାରେ ଉଡ଼ିବା ନେଇ ଅନିଶ୍ଚିତତା ଦେଖାଦେଲାଣି।

ପ୍ରାୟ ମାସେ ହେଲା ବିମାନ ଅଭାବ ଯୋଗୁ ରାଉରକେଲା-ଭୁବନେଶ୍ବର ବିମାନଉଡ଼ାଣ ସପ୍ତାହକୁ ତିନି ଦିନ ବନ୍ଦ ରହିଛି। ଡିସେମ୍ବର ୧୫ ତାରିଖରୁ ଏହା ସ୍ବାଭାବିକ ହେବବୋଲି କହାଯାଇଥିଲା, କିନ୍ତୁ ଏହା ବାସ୍ତବ ରୂପ ନେଇପାରୁନି। କାରଣ ଡିସେମ୍ବର ୩୧ ତାରିଖଯାଏ ପୂର୍ବବତ୍‌ ତିନିଦିନ ବିମାନସେବା ବନ୍ଦ ରହିବ। ସଦ୍ୟ ପ୍ରକାଶିତ ବିମାନଉଡ଼ାଣ ସୂଚୀରୁ ଏହା ସ୍ପଷ୍ଟ ହୋଇଛି।
ପୂର୍ବରୁ ପ୍ରତିଦିନ ରାଉରକେଲାରୁ ଭୁବନେଶ୍ବରକୁ ବିମାନ ଉଡ଼ୁଥିବାବେଳେ ଏବେ ଏହା କେବଳ ସପ୍ତାହକୁ କେବଳ ୪ ଦିନ, ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ବିମାନ ଉଡ଼ୁଛି। ଅନ୍ୟ ତିନି ଦିନ ମଙ୍ଗଳବାର, ଗୁରୁବାର, ଶନିବାର ସେବା ବନ୍ଦ ରହିଛି। ପୂର୍ବରୁ ବିମାନ କୋଲକାତା-ରାଉରକେଲା-ଭୁବନେଶ୍ବର-ରାଉରକେଲା-ଭୁବନେଶ୍ବର ଦେଇ କୋଲକାତାକୁ ଯାତ୍ରା କରୁଥିଲା। ପ୍ରକୃତରେ ଅକ୍ଟୋବର ୯ ତାରିଖରୁ ଏହି ସମସ୍ୟା ଉପୁଜିଛି।

ଅଧିକ ପଢ଼ନ୍ତୁ: ବାଇଡେନଙ୍କ ବଡ଼ ନିଷ୍ପତ୍ତି: ଏଚ-୧ବି ଏବଂ ଏଲ-୧ ଭିସାଧାରୀଙ୍କ ଜୀବନସାଥୀଙ୍କୁ ୫୪୦ ଦିନର ସ୍ୱୟଂଚାଳିତ କାର୍ଯ୍ୟ ଅନୁମତି

ଅକ୍ଟୋବର ୮ ତାରିଖରେ ବିମାନବନ୍ଦରରେ ଅବତରଣବେଳେ ବିମାନର ବାମ ପାର୍ଶ୍ବ ଚକ ଗୋଟିଏ ପାଖକୁ ଟାଣିବାରୁ ଘସି ହୋଇ ସାମାନ୍ୟ କ୍ଷତି ହୋଇଥିଲା। ଫଳରେ ଉକ୍ତ ଦିନ ବିମାନ ଆଉ ରାଉରକେଲା ଦେଇ କୋଲକାତାକୁ ଫେରିପାରିନଥିଲା। ମରାମତି ପରେ ୨ ଦିନ ବିମାନ ଉଡ଼ିବାପରେ ଅକ୍ଟୋବର ୧୩ ତାରିଖରୁ ପୁଣି ସେବା ବନ୍ଦ ହୋଇଯାଇଥିଲା।

ପ୍ରଥମେ ନଭେମ୍ବର ୩୦ ତାରିଖରେ ବିମାନସେବା ସ୍ବାଭାବିକ୍‌ ଅବସ୍ଥାକୁ ଫେରିବବୋଲି ଆକଳନ କରାଯାଉଥିଲା। କିନ୍ତୁ ଏଯାଏ ନିୟମିତ ବିମାନସେବା ଉଡ଼ାଣ ସମ୍ଭବ ହୋଇନି। ଫଳରେ ଯାତ୍ରୀମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button