ରାଜ୍ୟ

ରାଜଧାନୀରେ ଚା’ ଦୋକାନୀଙ୍କୁ ଚାପିଦେଲା କାର୍‌ – Ibnodisha

[ad_1]

ଭୁବନେଶ୍ବର: ସହିଦନଗର ଥାନା ପଣ୍ଡାପାର୍କ ନିକଟରେ ଘଟିଥିବା ଚା’ ଦୋକାନୀଙ୍କୁ ଚାପିଦେଲା କାର୍‌। ମୃତକ ହେଲେ ଯାଜପୁର ବିଞ୍ଝାରପୁରର ଦିଲୀପ ପରିଡ଼ା(୪୫)। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ମଣିଷମରା ମର୍ସିଡିଜ୍‌ କାର୍‌କୁ ପୁଲିସ ଠାବ କରିଛି। କାର୍‌କୁ ଜବତ କରାଯିବା ସହ ଚାଳକକୁ ଗିରଫ କରାଯାଇଛି । ସବୁଦିନ ଭଳି ଦିଲୀପ ପଣ୍ଡାପାର୍କ ଛକରେ ତାଙ୍କ ଚା’ ଦୋକାନ ଖୋଲିଥିଲେ। ଦୋକାନ ଖୋଲିବା ପରେ ସେ ସମ୍ମୁଖକୁ ସଫା କରୁଥିବା ବେଳେ ହଠାତ୍ ମାଡ଼ି ଆସିଥିଲା ମର୍ସିଡିଜ୍‌ କାର୍‌। ବେପରୁଆ ଭାବେ ଗାଡ଼ି ଚଳାଉଥିବା ବ୍ୟକ୍ତି ରାସ୍ତା ମଝି ଛାଡ଼ି କଡ଼କୁ ମାଡ଼ି ଆସିଥିଲା ଏବଂ ଦିଲୀପଙ୍କୁ ଧକ୍କା ଦେଇଥିଲା। ଦିଲୀପ ରକ୍ତ ଜୁଡ଼ୁବୁଡ଼ୁ ହୋଇ ରାସ୍ତାରେ ପଡ଼ିଥିବା ବେଳେ ନିର୍ଦ୍ଦୟ ଚାଳକ ସେଠାରୁ ଚମ୍ପଟ ମାରିଥିଲା।

ସ୍ଥାନୀୟ ଲୋକେ ଦିଲୀପଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦିଲୀପଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ କାର୍‌ ମାଲିକ ମାମଲାର ରଫାଦଫା ପାଇଁ ଉଦ୍ୟମ କରିଥିଲେ। ଏମିତିକି ଦୁର୍ଘଟଣା ମାମଲାକୁ ଚାପିଦେବା ପାଇଁ ସବୁପ୍ରକାର ଉଦ୍ୟମ କରାଯାଇଥିଲା। କିନ୍ତୁ ପରିବାର ଲୋକେ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଚାଳକକୁ ଗିରଫ କରିଥିଲା। କିନ୍ତୁ ଘଟଣା ବେଳେ ପ୍ରକୃତରେ ଗାଡ଼ି କିଏ ଚଳାଉଥିଲା, ତାହା ରହସ୍ୟରେ ରହିଯାଇଛି ବୋଲି କୁହାଯାଉଛି। ବେପରୁଆ ଗାଡ଼ି ଚାଳନା କରି ଜଣେ ଗରିବ ଚା’ ଦୋକାନୀଙ୍କ ପରିବାରକୁ ଉଜାଡ଼ି ଦେଇଥିବା ପ୍ରକୃତ ଦୋଷୀ ଧରାପଡ଼ିଛି କି ନା, ତାହାକୁ ନେଇ ସନ୍ଦେହ ବଢ଼ିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button